ଏଲ୍‌ଆଇସିରେ ୮୫୬୧ ପଦବୀ ଖାଲି, ଆବେଦନ ଶେଷ ତାରିଖ ଜୁନ୍‌-୦୯

ଭାରତୀୟ ବୀମା ନିଗମ (ଏଲ୍‌ଆଇସି) ନିଜର ୮୫୮୧ଟି ଖାଲି ପଦବୀ ପୂରଣ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କଠାରୁ ଦରଖାସ୍ତ ଆହ୍ବାନ କରୁଛି। ଏ ସମସ୍ତ ପଦବୀର ନାଁ ହେଉଛି ଆପ୍ରେଣ୍ଟିସ୍‌ ଡେଭେଲପ୍‌ମେଣ୍ଟ ଅଫିସର ବା ଏଡିଓ। ଜୁନ୍‌ ୯ ତାରିଖ ଏହି ଆବେଦନର ଶେଷ ତାରିଖ ରହିଛି। ଆବଶ୍ୟକ ଅଧିକ ସୂଚନା ତଥା ଅନ୍‌ଲାଇନ୍‌ ଆବେଦନ ପାଇଁ ଏଲ୍‌ଆଇସିର ଓ୍ବେବ୍‌ସାଇଟ୍‌ https://www.licindia.in/Bottom-Links/Careers/Recruitment-of-Apprentice ରେ କ୍ଲିକ୍‌ କରିବାକୁ ହେବ।

କେଉଁ ଜୋନ୍‌ରେ କେତେ ପଦବୀ ଖାଲି

କେନ୍ଦ୍ରୀୟ ଜୋନ୍‌, ଭୋପାଳ- ୫୨୫, ଇଷ୍ଟଣ୍ଣ ଜୋନ୍‌, କୋଲକାତା- ୯୨୨; ଇଷ୍ପାଟ ସେଣ୍ଟ୍ରାଲ୍‌ ଜୋନ୍‌- ୭୦୧, ନର୍ଦଣ୍ଣ ଜୋନାଲ୍‌ ଅଫିସ ନୂଆ ଦିଲ୍ଲୀ- ୧୧୩୦; ଉତ୍ତର କେନ୍ଦ୍ରୀୟ ଜୋନାଲ୍‌ ଅଫିସ, କାନପୁର- ୧୦୪୨; ଦକ୍ଷିଣ ଜୋନାଲ୍‌ ଅଫିସ, ଚେନ୍ନାଇ- ୧୨୫୭; ହାଇଦ୍ରାବାଦ- ୧୨୫୧; ଏବଂ ପଶ୍ଚିମ ଜୋନାଲ୍ ଅଫିସ, ମୁମ୍ବାଇ- ୧୭୫୩।

ଯୋଗ୍ୟତା:

୨୧ରୁ ୩୦ ବର୍ଷ ବୟସର ପ୍ରାର୍ଥୀ ଯେଉଁମାନେକୌଣସି ସ୍ଵିକୃତୀପ୍ରାପ୍ତ ବିଶ୍ଵବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ୍‌ କରିଛନ୍ତି ସେମାନେ ଆବେଦନ କରିବାକୁ ଯୋଗ୍ୟ। ଆବେଦନ କରିବାକୁ ଚାହୁଁଥିବା କୌଣସି ଯୋଗ୍ୟ ପ୍ରାର୍ଥୀ ଯଦି ସାଧାରଣ ବର୍ଗବା ଓବିସି ବର୍ଗର ହୋଇଥିବେ ତାଙ୍କୁ ୬୦୦ ଟଙ୍କା ପରୀକ୍ଷା ଫି ଦେବାକୁ ପଡ଼ିବ। ଏସ୍‌ସି ଏସଟିଙ୍କ ପାଇଁଆବେଦନ ଖର୍ଚ ୫୦ ଟଙ୍କା ଧାର୍ଯ କରାଯାଇଛି।

ଗୁରୁତ୍ଵପୂଣ୍ଣ ତାରିଖ

ଆବେଦନ ଗ୍ରହଣ ଆରମ୍ଭ: ମେ’ ୨୦;

ଆବେଦନ ଶେଷ ଜୁନ୍‌୦୯,

ଅନ୍‌ଲାଇନ୍‌ ପରୀକ୍ଷା ପାଇଁ ଆବଶ୍ୟକ ଚିଠା ଡାଉନ୍‌ଲୋଡ୍‌ ପାଇଁ ଜୁନ୍‌ ୨୯ କୁ ଶେଷ ତାରିଖ ଭାବେ ରଖାଯାଇଥିବାବେଳେ ଜୁଲାଇ ୬ ଏବଂ ୧୩ରେ ପ୍ରିଲିମିନାରୀ ପରୀକ୍ଷା ହୋଇପାରେ। ମେନ୍‌ ପରୀକ୍ଷାକୁ ଅଗଷ୍ଟ ୧୦, ୨୦୧୯।

Leave a Reply

Your email address will not be published. Required fields are marked *