ଗୌତମ ନଗରବାସୀ ସାବଧାନ: ଡାକରେ ଆସିଥାଇପାରେ କରୋନା ଭୁତାଣୁ
ଭୁବନେଶ୍ଵର, (ଓଟି): ଭୁବନେଶ୍ଵରର ଗୌତ୍ତମନଗର ଅଞ୍ଚଳରେ ରହୁଥିବା ଲୋକଙ୍କୁ ସାବଧାନ। ଲକ୍ଡାଉନ୍ ସମୟରେ ଯଦି ଆପଣଙ୍କ ଘରକୁ କୌଣସି ଚିଠି ଆସିଛି ତେବେ ତାହା ଆପଣଙ୍କୁ କରୋନା ଭୁତାଣୁ ଆଣିଥାଇପାରେ। ଏଣୁ ଆପଣ ତୁରନ୍ତ ହୋମ୍ କ୍ଵାରରେଣ୍ଟାଇନ୍ରେ ରହନ୍ତୁ ଆଉ ଲକ୍ଷଣ ଦେଖାଦେଲେ ୧୦୪କୁ ଫୋନ୍ କରନ୍ତୁ ବୋଲି କହିଛନ୍ତି ଭୁବନେଶ୍ଵ ମ୍ୟୁନିସିପାଲ୍ କର୍ପୋରେସନ୍ କମିଶନର ପ୍ରେମଚନ୍ଦ୍ର ଚୌଧରୀ।
ଶଅୀ ଚୌଧରୀ କହିଛନ୍ତି ପୁରୀରୁ ଯେଉଁ କରୋନା ପଜିଟିଭ୍ଙ୍କୁ ଗତକାଲି ଚିହ୍ନଟ କରାଯାଇଛି ସେ ଭୁବନେଶ୍ଵର ଅଞ୍ଚଳରେ ରହୁଥିଲେ। ଜଣେ ଡାକବାଲା ଭାବେ ସେ ବିଜେବି ନଗର ପୋଷ୍ଟ ଅଫିସରେ କାର୍ଯ୍ୟ କରୁଥିଲେ। ସେ ଗୌତ୍ତମନଗର ଏବଂ କୋର୍ଟ ଅଞ୍ଚଳରେ ଡାକ ପ୍ରଦାନ କରିଥାଆନ୍ତି। ଏଣୁ ତାଙ୍କ ସଂସ୍ପର୍ଶରେ ଆସିଥିବା ବସ୍ତୁ ବା ଲୋକେ ସଂକଅ୍ରମିତ ହେବା ଆଶଙ୍କା ରହିଛି। ଏପରିକି ସେ ପଅଦାନ କରିଥିବା ଡାକ ବି ସଂକ୍ରମିତ ହୋଇ ଅନ୍ୟକୁ ସଂକ୍ରମିତ କରିଥାଇପାରେ। ଏଣୁ ଏଥିପ୍ରତି ସାବଧାନ ରହିବାକୁ ସେ ଅନୁରୋଧ କରିଛନ୍ତି।
ଏହି ଅଞ୍ଚଳର ଯେଉଁମାନେ ଲକ୍ଡାଉନ୍ ପୂର୍ବରୁ କୌଣସି ଡାକ ପାଇଛନ୍ତି ବା ତାଙ୍କସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜ ଘରେ ଏକାନ୍ତ ରହିବେ। ସତର୍କ ରହିବେ ଏବଂ କୌଣସି ଲକ୍ଷଣ ଦେଖାଦେଲେ ସରକାରଙ୍କ ହେଲ୍ପଲାଇନ୍ ନମ୍ବର ୧୦୪କୁ ଫୋନ୍ କରିବାକୁ କହିଛନ୍ତି।