କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଲେପ୍ରୋସୀ ଔଷଧ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କରୋନା ରୋଗୀଙ୍କ ଚିକିତ୍ସା ଲାଗି ଲେପ୍ରୋସୀ (କୁଷ୍ଠ) ରୋଗ ଔଷଧ ବ୍ୟବହାର କରାଯିବ। ଏହାର ନିରାପଦ ଟ୍ରାଏଲ୍‌ ଶେଷ ହୋଇଛି। ଏଣୁ ସିଧାସଳଖ ଗୁରୁତର ରୋଗୀଙ୍କ ଚିକିତ୍ସା ଲାଗି ପ୍ରୟୋଗ କରିବାକୁ ସ୍ଥିର ହୋଇଚି। ଏଥିଲାଗି ଦେଶର ତିନୋଟି ଗୁରୁତ୍ଵପୂଣ୍ଣ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ ଦ୍ଵାରା ଚିକିତ୍ସିତ ହେଊଥିବା ୪୦ଜଣ କରୋନା ରୋଗୀଙ୍କ ଉପରେ ଏହି ଔଷଧ ପ୍ରୟୋଗ କରାଯିବ ବୋଲି ଚଣ୍ଡିଗଡ଼ସ୍ଥିତ ପିଜିଆଇଏମ୍‌ଇଆର୍‌ ନିର୍ଦେଶକ ଡା. ଜଗତ ରାମ କହିଛନ୍ତି।

ଏହି ଔଷଧର ନାଁ ରହିଛି ମାଇକୋ ବ୍ୟାକ୍ଟେରିଆଲ୍‌ ଡବ୍ଲୁ ( ଏମ୍‌ ଡବ୍ଲୁ) ଔଷଧ। ମୌଳିକ ଭାବରେ ଏହାକୁ ଲେପ୍ରୋସୀ ରୋଗୀଙ୍କ ଚିକିତ୍ସା ଉଦ୍ଦେଶ୍ୟରେ ଉଦ୍ଭାବନ କରାଯାଇଥିଲା। ଏହା ଏକ ଇମ୍ୟୁନୋ ମୋଡ୍ୟୁଲେଟର। ଏହା ଦେହରେ ପୋଷକ  ଟି-କୋଷିକା ସଂଖ୍ୟା ବଢ଼ାଇଥାଏ।

ଏହାକୁ ଚଣ୍ଡୀଗଡ଼, ଏମ୍‌ସ୍‌-ଦିଲ୍ଲୀ, ଏବଂ ଭୋପାଳଠାରେ ଚିକିତ୍ସିତ ହେଉଥିବା ୪୦ଜଣ ରୋଗୀଙ୍କ ଚିକିତ୍ସା ପାଇଁ ଏହି ଔଷଧ ବ୍ୟବହାର କରାଯିବ। ଜଟିଳ ଭାବେ ପ୍ରଭାବିତ କୋଭିଡ୍‌୧୯ ରୋଗୀଙ୍କ କ୍ଷେତ୍ରରେ ଏହା ପ୍ରୟୋଗ କରାଯିବ।

ଡ. ରାମଙ୍କ କହିବା ଅନୁସାରେ, ଏହି ‘ଏମ୍‌ଡବ୍ଲୁ ଭାକ୍ସିନ୍‌’ ବ୍ୟବହାର ଫଳରେ ପିଜିଆଇଏମ୍‌ ଆଇସିୟୁରେ ଚିକିତ୍ସିତ ରୋଗୀଙ୍କ ମୃତ୍ୟୁ ହାର କମିିଛି। ଏଣୁ ଆଗକୁ ମୃତ୍ୟୁ ମୁଖକୁ ଅଗ୍ରସର ହେଉଥିବା କୋଭିଡ୍‌ ୧୯ ରୋଗୀଙ୍କ ଚିକିତ୍ସା ପାଇଁ ଏହା ଏକ ମହୌଷଧୀ ହୋଇପାରେ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *