ତାସ୍‌କେଣ୍ଟ ଫାଇଲ୍ସକୁ ଲିଗାଲ୍‌ ନୋଟିସ୍‌

ଭାରତର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଲାଲ୍‌ ବାହାଦୂର ଶାସ୍ତ୍ରୀଙ୍କ ମୃତ୍ୟୁ ରହସ୍ୟକୁ ନେଇ ତିଆରି ହୋଇଥିବା ଫିଲ୍ମ ‘ତାସ୍‌କେଣ୍ଟ ଫାଇଲ୍ସ’କୁ ଆଇନଗତ ନୋଟିସ୍‌ ମିଳିଛି। ଏହି ଫିଲ୍ମ ନିର୍ବାଣ ପୂର୍ବରୁ ତାଙ୍କ ପରିବାର ସଦସ୍ୟଙ୍କ ଅନୂମତି ନିଆଯାଇ ନାହିଁ ବୋଲି ଅଭିଯୋଗ କରିଛନ୍ତି ଶାସ୍ତ୍ରୀଙ୍କ ଜଣେ ନାତି ତଥା କଂଗ୍ରେସ ଦଳର ସଦସ୍ୟ ବିଭାକର ଶାସ୍ତ୍ରୀ। ଏହି ଫିଲ୍ମର ରିଲିଜ୍‌କୁ ବନ୍ଦ କରିବା ପାଇଁ ସେ ସୂଚନା ପ୍ରସାରରଣ ମନ୍ତ୍ରଣାଳୟ ଏବଂ ସିବିଏଫ୍‌ସିକୁ ଅନୁରୋଧ କରିଛନ୍ତି।

ଏହି ପ୍ରକାର ଅଭିଯୋଗକୁ ରାଜନୀତିକ ପ୍ରରୋଚନା ବୋଲି ଅଭିଯୋଗ କରିଛନ୍ତିି ଫିଲ୍ମର ନିର୍ମାତା ବିବେକ ଅଗ୍ନିହୋତ୍ରୀ। ଏହି ଫିଲ୍ମରେ ସତ୍ୟ ଘଟଣାକୁ ବଣ୍ଣନା କରାଯାଇଛି । ସମ୍ପୂର୍ଣ ସ୍କ୍ରିପ୍ଟ ଐତିହାସିକ ବିବରଣୀ ଉପରେ ଆଧାରିତ। ଅଭିଲେଖାଗାର, ବିଭିନ୍ନ ସମୟରେ ଲିଖିତ ବହି ଆର୍‌ଟିଆଇ ତଥ୍ୟ ଅନୁସାରେ ଲିଖିତ। ଏଥିରେ କାହାକୁ ଆକ୍ଷେପ କରିବା ଉଦ୍ଦେଶ୍ୟ ନାହିଁ ବୋଲି କହିଛନ୍ତି ବିବେକ।

ଯାହା ଆଇନଗତ ବିଚାର ରହିଛି ତାହାକୁ ଆମେ ଆଇଗ ଅନୁସାରେ ଜବାବଦେବୁ। ଏ ବାବଦରେ ଆମେ ଅଧିକ କିଛି କଥା ହେବାକୁ ଚାହୁଁ ନାହୁଁ। କିନ୍ତୁ ଆମେ ଫିଲ୍ମର ପ୍ରମୋସନ୍‌ ପାଇଁ ଆମେ ମିଡିଆ ସହ କଥା ହେଉଛୁ ବୋଲି ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି ବିବେକ।

ଶାସ୍ତ୍ରୀଙ୍କ ମୃତ୍ୟୁର ୫୩ ବର୍ଷ ପରେ ଏପରି ଏକ ଫିଲ୍ମ ନିର୍ମାଣ ହେଉଛିଯେଉଁ ସମୟରେ ସେହି ମୃତ୍ୟୁର ସାକ୍ଷୀ ଜୀବୀତ ନାହାନ୍ତି କି ତାହା ଆଉ ଚର୍ଚାର ବିଷୟ ହୋଇ ନାହିଁ।

ଫିଲ୍ମର ଆବଶ୍ୟକ ଦୃଷ୍ଟିରୁ ଠିକଣା ସମୟରେ ଏହାର ପ୍ରଭ୍ୟୁ ସରିଛି। ଯେଉଁଥିରେ ଶାସ୍ତ୍ରୀଙ୍କ ପରିବାରର ୨୦ ସଦସ୍ୟ ଯୋଗ ଦେଇଥିଲେ । ସେହି ସମୟରେ ବିଭାକର ଉପସ୍ଥିତ ଥିଲେ କିନ୍ତୁ ସେ ସମୟରେ କୌଣସି ଅଭିଯୋଗ କରି ନଥିଲେ। ଏଣୁ ଆମେ ସଚେତନ ସୃଷ୍ଟି କରିବାକୁ ଚାହୁଁଛୁ।

Leave a Reply

Your email address will not be published.