ଜେଲ ଭିତରୁ ନିର୍ବାଚନ ନିୟନ୍ତ୍ରଣ କରୁଥିବା ନେତା

ରାଜନୈତିକ କ୍ଷମତାର ସୁଖ ଉପଭୋଗ କରିଥିବା ବ୍ୟକ୍ତିମାନେ ନିର୍ବାଚନୀ ପରିବେଶରେ କଦାପି ନିଜକୁ ଦୂରେଇ ରଖିପାରିବେ ନାହିଁ। ଏହି ନେତା ଓ ବ୍ୟକ୍ତିମାନଙ୍କୁ ଜେଲର କୋଠରୀରେ ଭର୍ତ୍ତି କରି ଦେଲେ ମଧ୍ୟ ସେମାନେ କୌଣସି ସୁଯୋଗକୁ ହାତଛଡା କରନ୍ତି ନାହିଁ।

ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ହେଉଛନ୍ତି ଏପରି ଜଣେ ଜେଲବନ୍ଦୀ ଯିଏ ଆଗାମୀ ନିର୍ବାଚନ ପାଇଁ ଜେଲରୁ ଗୋଟିଚାଳନା କରୁଛନ୍ତି। ଖାଲି ଲାଲୁ ନୁହଁନ୍ତି ତାଙ୍କ ସହ ତାଙ୍କର ତିନି ସହଯୋଗୀ ମଧ୍ୟ ଏବେ ଜେଲରେ। ସେମାନେ ହେଉଛନ୍ତି ଶାହାବୁଦ୍ଦିନ, ରାଜବଲ୍ଲଭ ଯାଦବ, ପ୍ରଭୁନାଥ ସିଂ।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜେଲରେ ବନ୍ଦ ଥିବା ଲାଲୁ ନିର୍ବାଚନକୁ ନିୟନ୍ତ୍ରଣ କରୁଥିବାର ସୂଚନା ପୂର୍ବରୁ ଦେଇସାରିଛନ୍ତି। ବିହାର ମହାମେଣ୍ଟର ସମସ୍ତ ରଣନୀତି ଏବେ ଲାଲୁଙ୍କ ଆଖପାଖରେହିଁ ବୁଲୁଛି। ସାନପୁଅ ତେଜସ୍ୱୀ ଯଦିଓ ଦଳ ପରିଚାଳନା ଦାୟିତ୍ୱ ନିଜ ଉପରକୁ ନେଇଛନ୍ତି ତଥାପି ପ୍ରତିଟି ପଦକ୍ଷେପରେ ସେ ବାପାଙ୍କ ପରାମର୍ଶ ନେଉଛନ୍ତି। ଆସନ ବଣ୍ଟନ ଠାରୁ ଆରମ୍ଭ କରି ପ୍ରାଥିର୍ଚୟନ ପ୍ରତିଟିକୁ ନିୟନ୍ତ୍ରଣ କରୁଛନ୍ତି ଜେଲରେ ବସିଥିବା ଲାଲୁ।

ସେହି ଜେଲ ଭିତରୁ ଉଠୁଛି ଦଳୀୟ ବିବାଦ ଏବଂ ସେହି ଜେଲ ଭିତରୁ ହେଉଛି ଏହାର ସମାଧାନ। ଖାଲି ଲାଲୁଙ୍କୁ ନେଇ ଏହି ବିବାଦ ଉଠିନାହିଁ ବରଂ ସିୱାନର ପୂର୍ବ ସାଂସଦ ସାହାବୁଦ୍ଦିନ, ମହାରାଜଗଞ୍ଜର ପୂର୍ବ ସାଂସଦ ପ୍ରଭୁନାଥ ସିଂ, ଶିବହରର ପୂର୍ବ ସାଂସଦ ଆନନ୍ଦ ମୋହନ, ନବାଦାର ପୂର୍ବ ବିଧାୟକ ରାଜବଲ୍ଲଭ ଯାଦବ ମଧ୍ୟ ଜେଲ ଭିତରୁ ନିର୍ବାଚନ ନିୟନ୍ତ୍ରଣ କରୁଥିବା ଅଭିଯୋଗ ଆଣିଛନ୍ତି ଅନ୍ୟଦଳମାନେ।

ଲାଲୁ ପ୍ରସାଦ ରାଞ୍ଚି ଜେଲରୁ ନିର୍ବାଚନ ନିୟନ୍ତ୍ରଣ କରୁଥିଲା ବେଳେ ଏବେ ଭାଗଲପୁର ଜେଲରେ ଥିବା ଆରଜେଡିର ପୂର୍ବ ବିଧାୟକ ରାଜବଲ୍ଲଭ ନିଜ ପନିୀଙ୍କ ପାଇଁ ନିର୍ବାଚନ ନିୟନ୍ତ୍ରଣ କରୁଛନ୍ତି। ନବାଦା ସଂସଦୀୟ କ୍ଷେତ୍ରରୁ ରାଜବଲ୍ଲଭଙ୍କ ପନିୀ ବିଭାଦେବୀ ପ୍ରାର୍ଥୀ ହୋଇଛନ୍ତି। ରାଜବଲ୍ଲଭ ନବାଦା ସମ୍ପର୍କରେ ବେଶ ଅବଗତ ଥିବାରୁ ପନିୀଙ୍କୁ ଟିକେଟ ପ୍ରଦାନ ସହ କିପରି ସେ ନିର୍ବାଚନ କରିବେ ତା’ର ପରାମର୍ଶ ମଧ୍ୟ ଦେଉଛନ୍ତି ରାଜବଲ୍ଲଭ। ଲୋକସଭା ସହ ନବାଦା ବିଧାନସଭା କ୍ଷେତ୍ରର ଉପନିର୍ବାଚନ ହେଉଥିବାରୁ ଆରଜେଡି ପକ୍ଷରୁ ରାଜବଲ୍ଳଭ ଏହି ଆସନ ଦୁଇଟିକୁ ଦଳକୁ ଦେବାର ଦାୟିତ୍ୱ ନେଇଛନ୍ତି।

ଆରଜେଡି ଶାସନ ସମୟରେ ସାହାବୁଦ୍ଦିନଙ୍କ କ୍ଷମତା ଥିଲା ପ୍ରଚଣ୍ଡ। ଲାଲୁଙ୍କ ପରେ ସେ ଦ୍ୱିତୀୟ ନେତା ଭାବେ ପରିଗଣିତ ହେଉଥିଲେ। ଏବେ ସାହାବୁଦ୍ଦିନ ତିହାର ଜେଲରେ। ଅଦାଲତ ମଧ୍ୟ ନିର୍ବାଚନ ଲଢିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସିୱାନା ଆସନକୁ ସମ୍ଭାଳିବା ଦାୟିତ୍ୱ ମିଳିଛି ସାହାବୁଦ୍ଦିନଙ୍କ ପନିୀ ହିନା ସାହାବଙ୍କୁ। ଗତ ତିନିଟି ନିର୍ବାଚନରେ ହିନା ପରାଜୟର ମୁହଁ ଦେଖିଥିଲେ ମଧ୍ୟ ଚଳିତ ନିର୍ବାଚନରେ ପନିୀଙ୍କୁ ଜିତାଇବା ପାଇଁ ଗୋଟିଏ ବି ସୁଯୋଗ ହାତଛଡା କରୁନାହାଁନ୍ତି ସାହାବୁଦ୍ଦିନ। ଜେଲରୁ ସେ ନିୟନ୍ତ୍ରଣ କରୁଛନ୍ତି ନିର୍ବାଚନ।

ଲାଲୁଙ୍କର ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ଥିବା ପ୍ରଭୁନାଥ ସିଂ ଗୋଟିଏ ସମୟରେ ବିହାର ରାଜନୀତିରେ ନିଜର ଆଧିପତ୍ୟ ବିସ୍ତାର କରିଥିଲେ। ବର୍ତ୍ତମାନ ବିଧାୟକ ଅଶୋକ ସିଂଙ୍କ ହତ୍ୟା ମାମଲାରେ ହଜାରିବାଗ ଜେଲରେ ଅଛନ୍ତି ପ୍ରଭୁନାଥ। ଆଜି ବି ତାଙ୍କର ପ୍ରଭାବ ରାଜ୍ୟର କିଛି ନିର୍ବାଚନ ମଣ୍ଡଳୀରେ ରହିଛି। ୧୯୮୫ରେ ସ୍ୱାଧୀନ ବିଧାୟକ ଏବଂ ୧୯୯୮ରେ ମହାରାଜାଗଞ୍ଜରୁ ସାଂସଦ ବନିଥିବା ପ୍ରଭୁୁନାଥ ନିଜ ଭାଇଙ୍କୁ ତିନିଥର ଏବଂ ପୁଅ ରଣଧୀରଙ୍କୁ ଗୋଟିଏ ଥର ବିଧାନସଭା ପଠାଇଛନ୍ତି।

ଚଳିତ ନିର୍ବାଚନରେ ମହାରାଜାଗଞ୍ଜ ଆସନରୁ ପ୍ରଭୁନାଥଙ୍କ ପୁଅ ରଣଧୀର ମେଣ୍ଟର ପ୍ରାର୍ଥୀ ହୋଇଛନ୍ତି। ଏବେ ଜେଲରୁ ପ୍ରଭୁନାଥ ପୁଅକୁ ଲୋକସଭା ପଠାଇବାର ସମସ୍ତ ରଣନୀତି ପ୍ରସ୍ତୁତ କରୁଛନ୍ତି।

ଗୋପାଳଗଞ୍ଜର ପୂର୍ବତନ ଜିଲାପାଳ ଜି. କ୍ରିଷ୍ଣେୟାଙ୍କ ହତ୍ୟା ମାମଲାରେ ଆଜୀବନ ଜେଲ ଦଣ୍ଡ ଭୋଗୁଛନ୍ତି ପୂର୍ବ ସାଂସଦ ଆନନ୍ଦ ମୋହନ। ସହରସା ଜେଲରେ ଥିବା ଆନନ୍ଦଙ୍କ ପନିୀ ଲଭଲି ଆନନ୍ଦ କଂଗ୍ରେସରୁ ଟିକେଟ ପାଇବା ଆଶାରେ ଥିଲେ। ହେଲେ ଏହା ନମିଳିବାରୁ ଲଭଲି ସ୍ୱାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଆସିଛନ୍ତି। ୨୦୦୯ରେ ଲଭଲି କଂଗ୍ରେସ ଟିକଟରୁ ଏବଂ ୨୦୧୪ରେ ସପା ଟିକେଟରେ ନିର୍ବାଚନ ଲଢିଥିଲେ ମଧ୍ୟ ବିଜେପିଠାରୁ ହାରିଥିଲେ।

ଏବେ ଶିବହର ଆସନରୁ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢୁଥିଲା ବେଳେ ଟକ୍କର ଜୋରଦାର ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ତାଙ୍କ ସମର୍ଥକମାନେ ସ୍ଲୋଗାନ ଦେଉଛନ୍ତି ଯେ, ଜେଲର ଫାଟକ ଭାଙ୍ଗିବ, ଆନନ୍ଦ ମୋହନ ଫେରିବେ।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

୨୦୧୪ରେ ପ୍ୟାରୀ, ୨୦୧୯ରେ ଜୟ

କଂଗ୍ରେସ-ବିଜେପି ଘୋଷଣା ପତ୍ର : କାହାର ଦମ‍୍‌ କେତେ?

କିଏ ହେବେ ସାଂସଦ-୨: ଢେଙ୍କାନାଳରେ ବିଜେଡି ହାଲୁକା, ଲଢ଼େଇ ରୁଦ୍ର ବନାମ କେପି

Leave a Reply

Your email address will not be published.