‘ଲକ୍ଷ୍ମୀବମ୍’କୁ ଟକ୍କର ଦେବେ ‘ରାଧେ’

ବଲିଉଡ୍ କେଶରୀ ବୋଲାଉଥିବା ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ଲକ୍ଷ୍ମୀବମ୍’ର ରିଲିଜ୍ ଡେଟକୁ ସିନେପ୍ରେମୀ ଚାତକ ଭଳି ଅନେଇ ବସିଛନ୍ତି । ତାମିଲ୍ ଫିଲ୍ମ ‘କଞ୍ଚନା’ର ରିମେକ୍ ଭାବେ ପ୍ରସ୍ତୁତ ହେଉଥିବା ‘ଲକ୍ଷ୍ମୀବମ’କୁ ଟକ୍କର ଦେବା ପାଇଁ ‘ରାଧେ’ ଆସୁଛନ୍ତି ବୋଲି ବେଶ୍ ଚର୍ଚ୍ଚା ହେଉଛି । ଆପଣମାନଙ୍କ ମନରେ ନିଶ୍ଚିତଭାବେ ପ୍ରଶ୍ନ ଉଠିଥିବା ଯେ ଏହି ରାଧେ କିଏ? ତେବେ କହିରଖୁଛୁ ଏହି ରାଧେ ହେଉଛନ୍ତି ବି ଟାଉନର ଦବଙ୍ଗ ଭାଇଜାନ୍ ସଲ୍ଲୁ । ସଲ୍ଲୁ ଆଗାମୀ ଇଦରେ ପ୍ରଶଂସକଙ୍କୁ ଉପହାର ସହିତ ଅନେକଗୁଡ଼ିଏ ସରପ୍ରାଇଜ୍ ଦେବା ପାଇଁ ‘ରାଧେ’ ମାଧ୍ୟମରେ ପରଦା ଉପରକୁ ଆସିବେ । ଏହି ଗୋଟିଏ ଦିନରେ ଅକିଙ୍କ ଫିଲ୍ମ ‘ଲକ୍ଷ୍ମୀବମ୍’ ମଧ୍ୟ ସିନେମାଘରକୁ ଆସିବ । ମିଡିଆ ଖବର ଅନୁଯାୟୀ ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ପ୍ରଭୁଦେବା ।

ଆଗାମୀ ଇଦ୍ ପାଇଁ କେବଳ୮ ମାସ ରହିଥିବାରୁ ଖୁବ୍ ଶୀଘ୍ର ଭାଇଜାନ୍ ‘ରାଧେ’ର ସୁଟିଂ ସାରିବେ । ସୂଚନାଯୋଗ୍ୟ ଆଗାମୀ ଇଦରେ ସଞ୍ଜୟଲୀଲା ବନସାଲୀଙ୍କ ନିର୍ଦ୍ଦେଶିତ ‘ଇନସାଆଲ୍ଲା’ ରିଲିଜ୍ କରିବା ପାଇଁ ଯୋଜନା ଥିଲା । କିନ୍ତୁ ଭାଇଜାନ୍ ଓ ସଞ୍ଜୟଙ୍କ ମଧ୍ୟରେ କିଛି ମନୋମାଳିନ୍ୟ ସୃଷ୍ଟି ହୋଇଥିବାରୁ ତାହାର ସୁଟିଂ ବନ୍ଦ ରହିଛି । ତେଣୁ ଏହି ଫିଲ୍ମ ବଦଳରେ ସଲ୍ଲୁ ‘ରାଧେ’ରେ ନଜର ଆସିବେ । ପ୍ରଥମ ଥର ପାଇଁ ଇଦରେ ଦୁଇଜଣ ସୁପରଷ୍ଟାରଙ୍କ ଫିଲ୍ମ ଏକାସାଙ୍ଗରେ ରିଲିଜ୍ ହେବାକୁ ଯାଉଛି । ତେଣୁ ଏହି କଡ଼ା ଟକ୍କର ମଧ୍ୟରେ କିଏ ଆଗେଇବ ଏବଂ ଆଉ କିଏ ପଛରେ ରହିଯିବ, ତାହା ଦେଖିବା ବାକି ରହିଲା ।

Leave a Reply

Your email address will not be published. Required fields are marked *