ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇଁ ପୂଜାରେ ସାମିଲ୍ କରନ୍ତୁ ଏହି ସବୁ ଜିନିଷ
ଆସନ୍ତା ଦୀପାବଳିରେ ମା’ ଲକ୍ଷ୍ମୀ, କୁବେର ଓ ଧନ୍ୱନ୍ତରୀଙ୍କ କୃପା ପାଇବା ପାଇଁ ଏବେ ସମସ୍ତେ ପୂଜା ସାମଗ୍ରୀ କିଣିବା ସହିତ ପୂଜାସ୍ଥଳକୁ ସଜାଇବାରେ ବ୍ୟସ୍ତ । ତେବେ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ କିଛି ବିଶେଷ ଜିନିଷକୁ ପୂଜାରେ ସାମିଲ୍ କରିବା ପାଇଁ ଜ୍ୟୋତିଷ ପଣ୍ଡିତମାନେ କହିଥାନ୍ତି । ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କିତ କିଛି ଟିପ୍ସ-
୧- ମା’ ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କ ଚରଣ ସେବା କରୁଥିବା ଭଳି ଏକ ଫଟୋ ଚିତ୍ର କିମ୍ବା ମୂର୍ତ୍ତି କିଣି ପୂଜା କରନ୍ତୁ ।
୨- ରୁପାରେ ତିଆରି ମା’ ଲକ୍ଷ୍ମୀଙ୍କ ପାଦ କିଣିବା ଏବଂ ତାହାକୁ ବିଧିବଦ୍ଧ ଭାବେ ପୂଜା କରିବା ପରେ ନିଜ ଆଲମାରୀ ଭିତରେ ରଖିବା ଦ୍ୱାରା ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି ।
୩- ଦୀପାବଳିରେ ମା’ ଲକ୍ଷ୍ମୀଙ୍କ ପ୍ରତିକ ସ୍ୱରୂପ ଶ୍ରୀଯନ୍ତ୍ରକୁ ପୂଜା ଘରେ ସ୍ଥାପନା କରି ବିଧିବିଧାନର ସହ ପୂଜା କରନ୍ତୁ ।
୪- କୁବେରଙ୍କ ଏକ ଫଟୋ କିମ୍ବା ମୂର୍ତ୍ତି କିଣି ତାହାକୁ ଉତ୍ତର ଦିଗରେ ରଖି ପୂଜା କରନ୍ତୁ ।
୫- ଦୀପାବଳିରେ ଦକ୍ଷିଣାବର୍ତ୍ତି ସଙ୍ଖ କିଣି ସେଥିରେ କେଶର ଯୁକ୍ତ ଖିର ନେଇ ମା’ ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କ ଅଭିଷେକ କରାନ୍ତୁ ।
୬- ମୋତି ଶଙ୍ଖ କିଣି ତାହାକୁ ପୂଜା କରିବା ପରେ ଗହଣା ବାକ୍ସ କିମ୍ବା ଟଙ୍କା ଆଲମାରୀ ଭିତରେ ରଖନ୍ତୁ ।
୭- ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନାରେ ପଦ୍ମ ଫୁଲକୁ ନିଶ୍ଚିଭାବେ ସାମିଲ୍ କରନ୍ତୁ ।
୮- ହଳଦିଆ କଉଡ଼ିକୁ ପୂଜାରେ ସାମିଲ୍ କରିବା ଅତ୍ୟନ୍ତ ଶୁଭ ।
୯- ସାଧାରଣ ନଡ଼ିଆ ଠାରୁ ଖୁବ୍ ଛୋଟ ନଡ଼ିଆକୁ କିଣି ତାହାକୁ ପୂଜା କରିବା ପରେ ଲାଲ୍ କପଡ଼ାରେ ବାନ୍ଧି ଆଲମାରୀ ଭିତରେ ରଖନ୍ତୁ ।
୧୦- ଦୀପାବଳିରେ ନୂଆ ବାସନରେ ଖିରି କରି ତାହାକୁ ଭୋଗ ଲଗାଇବା ଦ୍ୱାରା ବିଶେଷ କୃପା ପ୍ରାପ୍ତ ହୋଇଥାଏ ।