ଆଇସିୟୁରେ ଭର୍ତ୍ତି ହେଲେ ଲତା, ସୁସ୍ଥତା ପାଇଁ ପ୍ରାର୍ଥନା କରୁଛନ୍ତି ପ୍ରଶଂସକ
ଭାରତରତ୍ନ ସମ୍ମାନିତା ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର ଗତ ୨ ଦିନ ହେଲା ମୁମ୍ବାଇର ବ୍ରିଚକାଣ୍ଡି ହସ୍ପିଟାଳରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ଭେଣ୍ଟି ଲେଟରରେ ରଖାଯାଇଛି ବୋଲି ସୂଚନା ମିଳିଛି । ରବିବାର ରାତି ପ୍ରାୟ ୨ଟା ସମୟରେ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ତେଣୁ ତାଙ୍କୁ ତୁରନ୍ତ ହସ୍ପିଟାଲ୍ ନିଆଯାଇଥିଲା । ଡାକ୍ତରଙ୍କ କହିବା ଅନୁଯାୟୀ ଲତାଙ୍କୁ ନିମୋନିଆ ହେବା ସହ ତାଙ୍କର ବାମ ପଟର ଭୋଟ୍ରିକୁଲାର୍ ଫେଲ୍ ହୋଇଯାଇଛି । ଏହା ଶରୀରକୁ ଅକ୍ସିଜେନ୍ ଯୋଗାଇଥାଏ । ତେଣୁ ଏହା ଫେଲ୍ ହୋଇଯିବା ପରେ ଲତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଜଟିଳ ହୋଇଥିଲା ।
ଲତାଙ୍କ ଲଙ୍ଗସରେ ମଧ୍ୟ ଇନଫେକସନ୍ ରହିଛି । ତେଣୁ ଏବେ ସେ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ସହିତ ଲଢ଼ୁଛନ୍ତି । ତାଙ୍କର ସ୍ୱାସ୍ଥ୍ୟରେ କିଛି ସମୟ ପାଇଁ ସୁଧାର ଆସିଥିଲେ ମଧ୍ୟ ଡାକ୍ତରଙ୍କ ମତରେ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ଆହୁରି ଅନେକ ଦିନ ଲାଗିପାରେ । ଲତାଙ୍କ ସମ୍ପର୍କରେ ଏହି ଖବର ସୋସିଆଲ୍ ମିଡିଆକୁ ଆସିବା ପରେ ଅଗଣିତ ପ୍ରଶଂସକ ଏବଂ ବଲିଉଡ୍ ତାରକାଙ୍କ ପକ୍ଷରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ଇଶ୍ୱରଙ୍କୁ ପ୍ରାର୍ଥନା କରୁଛନ୍ତି । ଲତାଙ୍କ ସୁସ୍ଥତା ପାଇଁ ମେସେଜରେ ଏବେ ସୋସିଆଲ୍ ମିଡିଆ ଭରି ରହିଛି । ହସ୍ପିଟାଲରେ ଆଶା ଭୋସଲେ ଓ ଲତାଙ୍କ ପରିବାରବର୍ଗ ଅଛନ୍ତି ।