ଇନଷ୍ଟାଗ୍ରାମ୍ ଡେବ୍ୟୁ କଲେ ଲତା ମଙ୍ଗେସକର୍

ଭାରତରତ୍ନ ସ୍ୱରସାମ୍ରାଜ୍ଞୀ ଲତା ମଙ୍ଗେସକର୍ ଗତ ୨୮ ତାରିଖରେ ୯୦ ତମ ଜନ୍ମଦିନ ପାଳନ କରିଛନ୍ତି । ତା’ର ଠିକ୍ ଗୋଟିଏ ଦିନ ପରେ ଅର୍ଥାତ୍ ୨୯ ତାରିଖରେ ସେ ଇନଷ୍ଟାଗ୍ରାମରେ ଡେବ୍ୟୁ କରି ତାଙ୍କର ଅଗଣିତ ପ୍ରଶଂସକଙ୍କୁ ସରପ୍ରାଇଜ୍ ଦେଇଛନ୍ତି । ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଇନଷ୍ଟାଗ୍ରାମ୍ ଆକାଉଣ୍ଟ୍ ଓପନ୍ କରିବାର ମାତ୍ର ୨ ଘଣ୍ଟା ଭିତରେ ଲତାଙ୍କର ୭୪ ହଜାରରୁ ଊଦ୍ଧ୍ୱର୍ ଫଲୋର୍ସ ହୋଇଥିଲେ ।

ଲତା ତାଙ୍କର ମା’ ଓ ବାପାଙ୍କର ଆଲବମ୍କୁ ହାତରେ ଧରି ଥିବା ଏକ ଫଟୋକୁ ଫାଷ୍ଟ୍ ଫଟୋ ଭାବେ ଇନଷ୍ଟାଗ୍ରାମରେ ସେୟାର୍ କରିଛନ୍ତି । ଏଥିରେ କ୍ୟାପସନ୍ ଥିଲା – ‘ନମସ୍କାର । ଆଜି ପ୍ରଥମ ଥର ପାଇଁ ଇନଷ୍ଟାଗ୍ରାମ୍ ମାଧ୍ୟମରେ ମୁଁ ଆପଣଙ୍କ ସହିତ ଅଛି’ । ଲତାଙ୍କ ଦ୍ୱିତୀୟ ପୋଷ୍ଟରେ ଥିଲା ଭଉଣୀ ମୀନାଙ୍କ ଦ୍ୱାରା ଲିଖିତ ଏକ ପୁସ୍ତକର ଫାଷ୍ଟ୍ କପି । ଏହି ଫଟୋରେ ଉଷା ମଙ୍ଗେସକରଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଏହା ପୂର୍ବରୁ ଲତା ଜୀ ସୋସିଆଲ୍ ମିଡିଆର ଆଉ ଗୋଟିଏ ପ୍ଲାଟଫର୍ମ ଟ୍ୱିଟର୍ ଆକାଉଣ୍ଟରେ ସକ୍ରିୟ ଅଛନ୍ତି । 

Leave a Reply

Your email address will not be published. Required fields are marked *