ଘରଭଡ଼ା ମାସକର ଛାଡ଼: କେନ୍ଦ୍ର ସରକାର
ନୂଆଦିଲ୍ଲୀ (ଓଟି): ମାସକର ଘରଭଡ଼ା ଛାଡ଼କର। ଦାବି କରନି। ଏଭଳି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ଆଉ ଏହାକୁ ଅମାନ୍ୟ କରି ଘରଭଡ଼ା ଦାବି କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଏଭଳି ଚେତାବନୀ ମଧ୍ୟ ଦିଆଯାଇଛି।
ସୂଚନା ଅନୁସାରେ, ଭଡ଼ାଘରେ ରହୁଥିବା ଶ୍ରମିକଙ୍କୁ ଘର ମାଲିକ ଦାବି କରିପାରିବେ ନାହିଁ ଘରଭଡ଼ା। ମାସକ ପାଇଁ ଘର ଭଡ଼ା ଦାବି ନକରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଶ୍ରମିକ ଓ ଛାତ୍ରଙ୍କୁ ଘର ଛାଡ଼ିବାକୁ ବାଧ୍ୟ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ଜେଲ୍ ଓ ଜୋରିମାନା ମଧ୍ୟ ହୋଇପାରେ ବୋଲି ସୂଚନା ମିଳିଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ନୋଏଡାର ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ ପ୍ରଥମେ ଘରମାଲିକଙ୍କୁ ଏକମାସର ଘରଭଡ଼ା ଛାଡ଼ିବାକୁ ଆଦେଶ ଦେବା ସହ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ପଷ୍ଟ ଭାବେ ପ୍ରକାଶ କରିଥିଲେ।