ଫ୍ରାଇଡେ’ ରିଲିରେ ୭ଟି ଫିଲ୍ମ, ବାଜି ମାରିନେଲା ‘ଲାଲ୍ କପ୍ତାନ୍’

ଏଥର ଫ୍ରାଇଡେ’ ରିଲିଜରେ ଏକାସାଙ୍ଗରେ ସିନେମାଘରକୁ ଆସିଛି ୭ଟି ଫିଲ୍ମ । ହରର୍, ମିଷ୍ଟ୍ରି ଓ ରୋମାନ୍ସର ତଡ଼କା ନେଇ ଆସିଥିବା ବିକ୍ରମ୍ ଭଟ୍ଟଙ୍କ ନିର୍ଦ୍ଦେଶିତ ‘ଘୋଷ୍ଟ୍’, ସାମାଜିକ ବିଷୟ ଉପରେ ଆଧାରିତ ‘ପ ସେ ପ୍ୟାର୍ ଫ ସେ ଫରାର୍’, ‘ମନୋଜ ଶର୍ମାଙ୍କ ‘ଲାଇଫ୍ ମେ ଟାଇମ୍ ନେହିଁ ହେ କିସି କୋ’ ତାରକ୍ ଭଟ୍ଟଙ୍କ \n‘ଜିନ୍ଦେଗୀ ତୁମସେ’, ଓବେସ୍ ଖାନଙ୍କ ‘ୟାରମ୍’ ଧିରଜ୍ ପଣ୍ଡିତଙ୍କ ‘ଜଙ୍କସନ୍ ବାରାଣାସୀ’ ଓ ‘ନବଦୀପ୍ ସିଂଙ୍କ ନିର୍ଦ୍ଦେଶିତ ‘ଲାଲ୍ କପ୍ତାନ୍’ । ଏହି ୭ଟି ଫିଲ୍ମ ଭିତରୁ ବଲିଉଡ୍ ନବାବ୍ ସୈଫ୍ ଅଲ୍ଲୀ ଖାନଙ୍କ ଅଭିନୀତ ‘ଲାଲ୍ କପ୍ତାନ୍’ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି । ଐତିହାସିକ ପୃଷ୍ଟଭୂମି ଉପରେ ରଚନା ହୋଇଥିବା ‘ଲାଲ୍ କପ୍ତାନ୍’ ୧୭ରୁ ୧୮ ଶତାଦ୍ଦିର ଏକ ପ୍ରତିଶୋଧ କାହାଣୀକୁ ନେଇ ଆସିଛି । ଏଥିରେ ସୈଫଙ୍କୁ ଜଣେ ନାଗା ସାଧୁ ବେଶରେ ଦେଖିବାକୁ ମିଳିଛି ।

କଷ୍ଟ୍ୟୁମ୍ ସାଙ୍ଗକୁ ସୈଫ୍ଙ୍କ ଡାଇଲଗ୍ ଡେଲିଭରି ପ୍ରତିଥର ଭଳି ଦର୍ଶକଙ୍କ ମନ କିଣି ନେଇଥିଲା । ହଲରୁ ବାହାରିବା ପରେ କାହାଣୀ, କଷ୍ଟ୍ୟୁମ୍, ଡାଇଲଗ୍ ଓ ଅଭିନୟର ବେଶ୍ ପ୍ରଶଂସା ଶୁଣିବାକୁ ମିଳିଥିଲା । ତେବେ ନାୟକ କାହିଁକି ପ୍ରତିଶୋଧ ପରାଣୟ ହୋଇ ଉଠିଥିଲା ଏବଂ ଶେଷରେ ସେ ତା’ର ଲକ୍ଷ୍ୟରେ ପହଞ୍ଚିପାରିଲା କି ନାହିଁ, ସେସବୁର ଉତ୍ତର ପାଇବାକୁ ହେଲେ ଆପଣଙ୍କୁ ଫିଲ୍ମଟି ଦେଖିବାକୁ ପଡ଼ିବ । ଫିଲ୍ମର ଦମଦାର୍ ଟ୍ରେଲର୍ ଦେଖିବା ପରଠାରୁ ହିଁ ଦର୍ଶକ ଏହାର ରିଲିଜ୍ ଡେଟକୁ ଅପେକ୍ଷା କରି ରହିଥିଲେ । ଫିଲ୍ମ ସମୀକ୍ଷକଙ୍କ ପକ୍ଷରୁ ମଧ୍ୟ ଏହି ପିରିୟଡ୍ ଡ୍ରାମାକୁ ସକାରାତ୍ମକ ପ୍ରତିକ୍ରିୟା ମିଳିଛି । ତେଣୁ ଏଥର ଫ୍ରାଇଡେ’ରେ ରିଲିଜ୍ ହୋଇଥିବା ୭ଟି ଫିଲ୍ମ ମଧ୍ୟରୁ ଏହାର ବକ୍ସ ଅଫିସ୍ କଲେକସନ୍ ଭଲ ହୋଇପାରେ ବୋଲି ଟ୍ରେଡ୍ ଆନାଲିଷ୍ଟମାନେ ଆକଳନ କରୁଛନ୍ତି ।

Leave a Reply

Your email address will not be published. Required fields are marked *