‘ମୁଡ୍ ଇଣ୍ଡିଗୋ’ ଓଡ଼ିଆ ଝିଅ ଲଳିତାଙ୍କ କୃତିତ୍ଵ
ଓଡ଼ିଆ ଝିଅ ଲଳିତା ପଟେଲ୍। ଘର ଭୁବନେଶ୍ଵର; ଏବେ ଦିଲ୍ଲୀ ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା ଡ. ଜାକୀର ହୁସେନ୍ କଲେଜରେ ପାଠ ପଢ଼ୁଛନ୍ତି। ହେଲେ ସାରା ଭାରତର ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଗହଣରେ ସେ ଏକ ସ୍ଵତନ୍ତ୍ର ସ୍ଥାନ ଦଖଲ କରିଛନ୍ତି। ଏଥିପାଇଁ ଯେ ସେ ସ୍ଵତନ୍ତ୍ର ପାଠ ପଢ଼ିଛନ୍ତି ବା ତାଲିମ୍ ନେଇଛନ୍ତି ତା’ ନୁହେଁ ବରଂ ନିଜର ଅନ୍ତର୍ନିହିତ କଳା ଓ ଆତ୍ମ ବିଶ୍ଵାସ ହେତୁ।
ଆଇଆଇଟି ମୁମ୍ବାଇଠାରେ ନିକଟରେ ଶେଷ ହୋଇଥିବା ବିଶ୍ଵବିଦ୍ୟାଳୟସ୍ତରୀୟ ସର୍ବବୃହତ୍ ମଡଣ୍ଣ ଡ୍ୟାନ୍ସ ଫେଷ୍ଟିଭାଲ୍: ଆମ୍ଆଇ ଦି’ ବେଷ୍ଟ? ବା ମୁ ଡ୍ ଇଣ୍ଡିଗୋ ମହୋତ୍ସବରେ ସେ ପ୍ରଥମ ତିନିଜଣଙ୍କ ଭିତରେ ଯୋଗ୍ୟ ବିବେଚିତ ହେବାର ସମ୍ମାନ ହାସଲ କରିଛନ୍ତି। ଏହାପୂବର୍ରୁର୍ ଅକ୍ଟୋବର ୨୦୧୮ ମସିହାରେ ସେ ଆଇଆଇଟି ରୁର୍କିରେ ଅନୁଷ୍ଠିତ ହୋଇଥିବା ଥମ୍ଶୋ ଫେଷ୍ଟରେ ପ୍ରଥମ ସ୍ଥାନ ଅଧିକାର କରି ପ୍ରଶଂସିତ ହୋଇଥିଲେ। ଏହି ଉତ୍ସବକୁ ଏସିଆ ମହାଦେଶର ଲକ ବୃହତ୍ ନୃତ୍ୟୋତ୍ସବ ଭାବେ ଗ୍ରହଣ କରାଯାଏ।

ତାଙ୍କ ମା’ ପ୍ରମୋଦା ପଟେଲ୍ ନୂଆ ଦିଲ୍ଲୀରୁ ପ୍ରକାଶ ପାଉଥିବା ନ୍ୟୁଏଜ୍ ମ୍ୟାନେଜ୍ମେଣ୍ଟ ( ନାମ୍- ଟୁଡେ)ର ସମ୍ପାଦକ ଭାବେ କାର୍ଯ୍ୟକରନ୍ତି।
ପ୍ରମୋଦାଙ୍କ କହିବା ଅନୁସାରେ, ଲଳିତା ବିଧିବଦ୍ଧଭାବେ କାହାଠୁ ଡ୍ୟାନ୍ସ ଟ୍ରେନିଂ ଗ୍ରହଣ କରିନାହାନ୍ତି। ଯାହା ଯେ କୌଶଳ ଶିଖିଛନ୍ତି ତାହା ବ୍ୟକ୍ତିଗତ ଉଦ୍ୟମରେ। ବ୍ୟକ୍ତିଗତ ଉଦ୍ୟମରୁ ବାହାରି ଯେତେବେଳେ ବିଭିନ୍ନ ପ୍ରତିଯୋଗୀତାରେ ସେ ଭାଗ ନେଲେ ସେତେବେଳେ ତାଙ୍କୁ ପ୍ରଥମ ସଫଳତା ଦେଇଥିଲା ମିରଟରେ ଆେ୍ରାଜିତ ଏକ ନୃତ୍ୟ ପ୍ରତିଯୋଗୀତା। ସେଥିରେ ସେ ପ୍ରଥମସ୍ଥାନ ଅଧିକାର କରିଥିଲେ.
ରିପୋର୍ଟ: ପ୍ରଫୁଲ୍ଲ କୁମାର ଦାଶ
ହ୍ରିତିକ୍ଙ୍କ ଜନ୍ମଦିନରେ ସୁଜେନ୍ଙ୍କ ପକ୍ଷରୁ ଇମୋସନାଲ୍ ମେସେଜ୍
ଭଣ୍ଡାରିପୋଖରି ପାଇଁ ନିରଞ୍ଜନ: ସତ୍ୟ ନେବେ ଲଲିପପ୍
ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ଚିଠିକୁ ‘ବିଭ୍ରାନ୍ତିକର’ କହିଲା କ୍ରିୟାନୁଷ୍ଠାନ କମିଟି