‘ଲାକ୍ମି ପ୍ୟାଶନ୍ ୱିକ୍ ୨୦୧୯’ରେ ଜାହ୍ନବୀଙ୍କ ଜଲ୍ୱା
‘ଲାକ୍ମି ପ୍ୟାଶନ୍ ୱିକ୍ ୨୦୧୯’ ର ଚତୁର୍ଥ ଦିନରେ ମଧ୍ୟ ଜାହ୍ନବୀ କପୁରଙ୍କ ଜଲୱା ବଜାୟ ରହିଛି । ଚତୁର୍ଥ ଦିନରେ ଜାହ୍ନବୀଙ୍କ ସହିତ ଅନିଲ୍ କପୁର୍ ର୍ୟାମ୍ପ୍ ୱାକ୍ କରିଥିବାର ଦେଖିବାକୁ ମିଳିଥିଲା । ଉଭୟ କଳା ରଙ୍ଗର ଡ୍ରେସରେ ଉତ୍ସବର ଶୋଭା ବଢ଼ାଇଥିଲେ ।
ଅନିଲ୍ କପୁର୍ କଳା ରଙ୍ଗର କୂର୍ତ୍ତା ପାଇଜାମା ସହିତ ଜ୍ୟାକେଟ୍ କ୍ୟାରି କରିଥିବାବେଳେ ଜାହ୍ନୀଙ୍କ କଳା ରଙ୍ଗର ଗାଉନ୍ ତାଙ୍କୁ ଖୁବ୍ ମାନୁଥିଲା । ଏହି ଉତ୍ସବର ଅନ୍ୟ ଏକ ମୁଖ୍ୟ ଆକର୍ଷଣ ଥିଲା ଅନିଲ୍ ଓ ରଣବୀର୍ ସିଂଙ୍କ ଡ୍ୟାନ୍ସ । ଅନିଲ୍ ର୍ୟାମ୍ପ ୱାକ୍ କରି ଆସୁଥିବାବେଳେ ରଣବୀର୍ଙ୍କ ଉପରେ ନଜର ପଡ଼ିଥିଲା । ରଣବୀର୍ ଅନିଲଙ୍କୁ ଚିଅରଅପ କରୁଥିଲେ । କିଛି ସମୟ ପରେ ଅନିଲ୍ ଓ ରଣବୀର୍ ହଠାତ୍ ଡ୍ୟାନ୍ସ ଆରମ୍ଭ କରିଥିଲେ ।
ଏହି ଖୁସିର ମୁହୂର୍ତ୍ତଟି କ୍ୟାମେରାରେ କଏଦ୍ ହୋଇଥିଲା । ଏହା ଏବେ ଭାଇରାଲ୍ ଭିଡିଓ ଭାବେ ସୋସିଆଲ୍ ମିଡିଆରେ ଖୁବ୍ ପସନ୍ଦ ହେଉଛି । ଜାହ୍ନବୀ ପ୍ରଥମ ଥର ପାଇଁ ଏଭରଗ୍ରୀନ ଅନିଲ୍ କପୁରଙ୍କ ସହିତ ର୍ୟାମ୍ପ୍ ଉପରକୁ ଆସିଥିବାରୁ ପ୍ରଶଂସକଙ୍କୁ ପକ୍ଷରୁ ଅନେକ ମିଶ୍ରିତ ପ୍ରତିକ୍ରିୟା ମିଳୁଛି ।