ପୁଣି ସାତକୋଶିଆରେ ବାଘ ଚିନ୍ତା: ଚନ୍ଦକାରୁ ଗଲା ଯଶୋଦା

ଭୁବନେଶ୍ଵର, (ଓଟି): କିଛିଦିନ ତଳେ ’ସୁନ୍ଦରୀ’ ଓ ‘ମହାବୀର’ ପାଇଁ ଚର୍ଚାରେ ରହିଥିବା ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପୁଣିଥରେ ଚଳଚଞ୍ଚଳ ହେବାକୁ ଯାଉଛି। ବ୍ୟାଘ୍ର ସଂଖ୍ୟା ବଢ଼ିବା ସୂଚନା ମିଳିବାରୁ ସେମାନଙ୍କ ସୁରକ୍ଷା ତଥା ପ୍ରସ୍ତାବିତ ଆନ୍ତଃ ରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଜଙ୍ଗଲ ବିଭାଗ ତତ୍ପର ହୋଇଛି। ଏହିକ୍ରମରେ ଚନ୍ଦକା ଅଭୟାରଣ୍ୟର ଗୋରିବାଡ଼ିରୁ ମାଈ ହାତୀ ‘ଯଶୋଦା’କୁ ସ୍ଥାନାନ୍ତର କରାଯାଇଛି। ଖୁବ୍‌ଶୀଘ୍ର ଆଉ କିଛଇ ହାତୀଙ୍କୁ ସ୍ଥାନାନ୍ତର କରାଯିବା ସମ୍ଭାବନା ରହିଛି। ଏହି ଯଶୋଦା ଦ୍ଵାରା ଉଗ୍ର ସୁନ୍ଦରୀକୁ କାବୁ କରାଯାଇପାରିଥିଲା।

ଜଙ୍ଗଲବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଏହି ହାତୀ ବାଘଙ୍କ ଗତିବିଧି ଉପରେ ନଜର ରଖିବେ। ଏହାଦ୍ଵାରା ନିୟନ୍ତ୍ରଣ ଅଧିକ କ୍ରିୟାଶୀଳ ହୋଇପାରିବ।

କିଛି ଦିନ ତଳେ ଶିକାରି ଚୋଟରେ ମୃତ୍ୟୁ ଘଟିଥିବା ‘ମହାବୀର’ ସଂସ୍ପର୍ଶରେ ଆସି ସାତକୋଶିଆରେ ଥିବା ପୁରୁଣା ମାଇ ବାଘ 2ଛୁଆ ପ୍ରସବ କରିଛି। ଏ ବିଷୟକୁ ଜଙ୍ଗଲ ବିଭାଗ ପକ୍ଷରୁ ସ୍ଵୀକାର କରାଯାଇ ନଥିଲେ ମଧ୍ୟ ସମ୍ପୃକ୍ତ ମାଈ ବାଘ ଆସନ୍ନ ପ୍ରସବା ଥିବା ଦର୍ଶାଯାଇଛି। ମଧ୍ୟପ୍ରଦେଶର କାହ୍ନା ଅଭୟରଣ୍ୟରୁ ମହାବୀରକୁ ଓଡ଼ିଶା ଅଣାଯାଇଥିଲା। ଏହା ପ୍ରଥମ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର କାର୍ଯ୍ୟକ୍ରମ ଥିଲା। କିନ୍ତୁ କିଛିଦିନ ଭିତରେ ମହାବୀରକୁ ହତ୍ୟା କରାଯାଇଥିବା ଖବର ପ୍ରକାଶ ହେବା ପରେ ଏହି ପ୍ରକଳ୍ପର ଅସ୍ତିତ୍ଵ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏପରିକି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ମଧ୍ୟ ସାମୟିକ ସ୍ଥଗିତ କରାଯାଇଥିଲା। ହେଲେ ମହାବୀର ଦ୍ଵାରା ଏଠାରେ ପୁଣିଥରେ ବ୍ୟାଘ୍ର ଜନ୍ମ ସମ୍ଭବ ହୋଇପାରିଥିବାରୁ ଏବେ ଆଶା ପୁଣି ସଞ୍ଚାର ହୋଇଛି। ଆନ୍ତରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ ପୁଣିଥରେ ନୂଆ ରୂପ ନେବ ବୋଲି ଆଶା କରାଯାଉଛି।

ସେହିପରି ମଧ୍ୟପ୍ରଦେଶର ବାନ୍ଧବଗଡ଼ ଜଙ୍ଗଲରୁ ସାତକୋଶିଆ ଆସିଥିବା ମାଈ ବାଘ ‘ସୁନ୍ଦରୀ’ ଅଧିକ ହିଂସ୍ର ହୋଇଥିବାରୁ ଏବେ ଏନ୍‌କ୍ଲୋଜର୍‌ ଭିତରେ ରହିଛି। ଏହି ଯଶୋଦା ହାତୀ ଦ୍ଵାରା ହିଁ ସୁନ୍ଦରୀକୁ କାବୁ କରାଯାଇଥିଲା। ୧୩ ଦିନ ପରେ ଏହା ସମ୍ଭବ ହୋଇଥିବାରୁ ସେଠାରେ ହାତୀ ରଖିବା ଆବଶ୍ୟକ ବୋଲି ଅନୁଭବ ହୋଇଥିଲା। ଏହିକ୍ରବରେ ଯଶୋଦାକୁ ସାତକୋଶିଆ ସ୍ଥାନାନ୍ତର କରାଯାଇଛି।

ସାତ କୋଶିଆରେ ୨ ବାଘ ଛୁଆ ଜନ୍ମ

ସାତ କୋଶିଆରେ ମହାବଳ ‘ମହାବୀର’ର ମୃତ୍ୟୁ

Leave a Reply

Your email address will not be published.