କୁମାର ପୂର୍ଣ୍ଣିମାରେ କରନ୍ତୁ ଏହି କାମ, ବର୍ଷିବ ମା’ ଲକ୍ଷ୍ମୀଙ୍କ କୃପା

କୁମାର ପୂର୍ଣ୍ଣିମାକୁ ଶରତ ପୂର୍ଣ୍ଣିମା ବା କୋଜାଗରୀ ପୂର୍ଣ୍ଣିମା ମଧ୍ୟ କୁହାଯାଏ । କୋଜଗରୀ ପୂର୍ଣ୍ଣମୀ କହିବା ପଛରେ ଥିବା ପୌରାଣିକ ତଥ୍ୟ ହେଉଛି – ଏହି ଦିନ ମା’ ଲକ୍ଷ୍ମୀ ଧରାବତରଣ କରିଥାନ୍ତି । ରାତି ସମୟରେ ଯେଉଁମାନେ ଉଜାଗର ରହି ମା’ଙ୍କ ପୂଜାର୍ଚ୍ଚନା କରନ୍ତି, ମା’ ଲକ୍ଷ୍ମୀ ସେମାନଙ୍କ ଉପରେ କୃପା ବୃଷ୍ଟି କରିଥାନ୍ତି । କିନ୍ତୁ ଯେଉଁମାନେ କୁମାର ପୂର୍ଣ୍ଣିମା ରାତିରେ ଶୋଇପଡ଼ିଥାନ୍ତି, ମା’ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ସେମାନଙ୍କ ଉପରେ ପଡ଼େନାହିଁ । ତେଣୁ କୁମାର ପୂର୍ଣ୍ଣିମୀରେ ରାତି ଉଜାଗର ରହିବାର ପରମ୍ପରା ରହିଛି । ଏହି ଦିନ ଆପଣ ଯେ କୌଣସି ଶୁଭକାର୍ଯ୍ୟର ଆରମ୍ଭ କରିପାରିବେ । ଏହି ଦିନ ସୁନା, ରୁପା, ଘର ଓ ଯାନବାହାନ କିଣିବା ଅତ୍ୟନ୍ତ ଶୁଭ । କୁମାର ପୂର୍ଣ୍ଣିମାରେ କୌଣସି ବ୍ୟବସାୟ ଆରମ୍ଭ କରାଯିବା ଶୁଭଫଳ ଦେଇଥାଏ ବୋଲି ଜ୍ୟୋତିଷମାନେ କହିଥାନ୍ତି । ତେବେ ଏଭଳି କିଛି ନୀତିନିୟମ ରହିଛି, ଯାହାକୁ କୁମାର ପୂର୍ଣ୍ଣିମାରେ କରିବା ଦ୍ୱାରା ଅନେକ ଶୁଭଫଳ ପ୍ରାପ୍ତ ହୋଇଥାଏ । ଆସନ୍ତୁ ଜାଣିନେବା –

୧- କୁମାର ପୂର୍ଣ୍ଣିମାରେ ମା’ ଲକ୍ଷ୍ମୀଙ୍କ ପ୍ରତିମାକୁ ଦକ୍ଷିଣାବର୍ତ୍ତି ସଙ୍ଖ ଦ୍ୱାରା ଜଳ ନେଇ ଅଭିଷେକ କରନ୍ତୁ । ମା’ ଲକ୍ଷ୍ମୀଙ୍କୁ ନୂଆ ବସ୍ତ୍ର ଓ ସୁଗନ୍ଧ ଅର୍ପଣ କରନ୍ତୁ ।

୨- ମା’ ଲକ୍ଷ୍ମୀଙ୍କୁ ନିଶ୍ଚୟ ଖିରି ଭୋଗ ଲଗାନ୍ତୁ ।

୩- କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଙ୍କୁ ପୂଜା କରିବା ଅତ୍ୟନ୍ତ ଶୁଭ । ତେଣୁ ଚନ୍ଦ୍ରଙ୍କୁ ଖିରୀ ଭୋଗ କରିବା ପରେ ତାହାକୁ ଚନ୍ଦ୍ରଆଲୋକ ପଡ଼ୁଥିବା ସ୍ଥାନରେ ରଖିଦିଅନ୍ତୁ । ଏହାପର ଦିନ ସକାଳୁ ସେହି ଖିରୀ ଖାଇବା ଦ୍ୱାରା ଅନେକ ରୋଗ ଭଲ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

Leave a Reply

Your email address will not be published. Required fields are marked *