ବିଜେପି ଛାଡ଼ି ବିଜେଡିରେ ଯୋଗଦେଲେ କୃଷ୍ଣଚନ୍ଦ୍ର ପଣ୍ଡା
ଭୁବନେଶ୍ଵର, (ଓଟି): ପୁରୀ ବିଧାନସଭା ଆସନରୁ ପୂର୍ବତନ ବିଜେପି ପ୍ରାର୍ଥୀ ତଥା ଟିକେଟ୍ ନପାଇବାରୁ ଅସନ୍ତୁଷ୍ଟ ଥିବା କୃଷ୍ଣଚନ୍ଦ୍ର ପଣ୍ଡା ଆଜି ବିଜେଡିରେ ସାମିଲ୍ ହୋଇଛନ୍ତି। ନବୀନ ନିବାସଠାରେ ପୁରୀ ସାଂସଦ ତଥା ସାଂସଦ ପ୍ରାର୍ଥୀ ପିନାକୀ ମିଶ୍ରଙ୍କ ଉପସ୍ଥିତିରେ କୃଷ୍ଣଚନ୍ଦ୍ର ଶଙ୍ଖ ଧରିଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦାଳରେ ସ୍ଵାଗତ କରିଛନ୍ତି।

ଶ୍ରୀ ପଣ୍ଡାଙ୍କୁ ଅଣଦେଖା କରି ବିଜେପି ପୁରୀରେ ବିଜେଡି ନେତା ତଥା ପୂର୍ବତନ ପୌରପାଳ ଜୟନ୍ତ ଷଡ଼ଙ୍ଗୀଙ୍କୁ ଦଳରେ ମିଶାଇଥିଲା। ଏହାଛଡ଼ା ପୁରୀ ବିଧାନସଭା ମଣ୍ଡଳୀ ପାଇଁ ତାଙ୍କୁ ବିଜେପି ଟିକଟ୍ ମଧ୍ୟ ମିଳିଥିଲା। ଏଥିରେ ଅସନ୍ତୁଷ୍ଟ ହୋଇଛି ଶ୍ରୀ ପଣ୍ଡା ଦଳ ଛାଡ଼ିବା ଚିନ୍ତାରେ ଥିଲେ। ଗତକାଲି ସେ ଦଳ ଛାଡ଼ିଥିଲେ। ଦଳରେ ଟିକେଟ୍ ପାଇଁ ଅର୍ଥ କାରବାର ହେଉଥିବା ସେ ଅଭିଯୋଗ ଆଣିଥିଲେ। ଏବେ ତାଙ୍କୁ ବିଜେଡିରେ ଦେଖିବାକୁ ମିଳିବ।
ଏହି ଯୋଗଦାନ ଉତ୍ସବରେ ପୁରୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ମହେଶ୍ଵର ମହାନ୍ତିଙ୍କୁ ଦେଖିବାକୁ ମିଳି ନାହିଁଁ।