ବଚ୍ଚନ ପାଣ୍ଡେଙ୍କ ନାୟିକା କୃତି

ଖିଲାଡ଼ି କୁମାର ଅକିଙ୍କ ଭଳି କୃତି ସେସନ୍ ମଧ୍ୟ ବର୍ଷକୁ ୪ଟି ଫିଲ୍ମ କରିବାର ଧାରାକୁ ଆପଣାଇ ନେଇଛନ୍ତି ବୋଲି ଚର୍ଚ୍ଚା ହେଉଛି । ‘ଲୁକା ଛୁପି’, ‘ଅର୍ଜୁନ୍ ପଟିୟାଲା’ ଓ ‘ହାଉସଫୁଲ୍ ୪’ ପରେ ଆଗାମୀ ଦିନରେ କୃତି ଅକିଙ୍କ ଅପକମିଙ୍ଗ ଫିଲ୍ମ ‘ବଚ୍ଚନ ପାଣ୍ଡେ’ରେ ନଜର ଆସିବେ । ଅକ୍ଷୟଙ୍କ ସହିତ କୃତିଙ୍କର ଏହା ଦ୍ୱିତୀୟ ଫିଲ୍ମ । ‘ବଚ୍ଚନ ପାଣ୍ଡେ’ ତାମିଲ୍ ଫିଲ୍ମ ‘ବୀରମ୍’ର ହିନ୍ଦୀ ରିମେକ୍ ଭାବେ ପ୍ରସ୍ତୁତ ହେବାକୁ ଯାଉଛି । ଆକ୍ସନ୍ କମେଡ଼ି ଫିଲ୍ମ ‘ବୀରମ୍’ରେ ଅଜିତ୍ କୁମାର ଓ ତମନ୍ନା ଭାଟିଆ ଲିଡଯୋଡ଼ି ଭାବେ ଥିଲେ ।

ସାଜିଦ୍ ନାଦ୍ୱଆୱାଲାଙ୍କ ପ୍ରଯୋଜିତ ‘ବଚ୍ଚନ ପାଣ୍ଡେ’ ଆଗାମୀ କ୍ରୀସମାସରେ ରିଲିଜ୍ ହେବ ବୋଲି ସୂଚନା ମିଳିଛି । ଏହାକୁ ଟକ୍କର ଦେବ ଅମୀରଙ୍କ ‘ଲାଲ୍ ସିଂ ଚଡ୍ଡା’ । ତେବେ ମୋଟ ଉପରେ କହିବାକୁ ଗଲେ ଲଗାତାର କୃତିଙ୍କ ଅଭିନୀତ ୨-୩ଟି ଫିଲ୍ମ ରିଲିଜ୍ ହେବ । ଆଗାମୀ ଦୀପାବଳିରେ ରିଲିଜ୍ ହେବ କୃତିଙ୍କ ଅଭିନୀତ ‘ହାଉସଫୁଲ୍ ୪’ । ଏଥିରେ ମଧ୍ୟ ସେ ଅକିଙ୍କ ସହିତ ସ୍କ୍ରୀନ୍ ସେୟାର୍ କରିବେ । ଆଶୁତୋଷ ଗୋୱାରିକରଙ୍କ ଆଗାମୀ ପ୍ରୋଜେକ୍ଟ ‘ପାନିପତ୍’ରେ ମଧ୍ୟ କୃତିଙ୍କୁ ସାଇନ୍ କରାଯାଇଛି । ଏହି ଐତିହାସିକ ଫିଲ୍ମରେ କୃତି, ସଞ୍ଜୟ ଦତ୍ତ ଓ ଅର୍ଜୁନ୍ କାପୁର୍ ନଜର ଆସିବେ ।

Leave a Reply

Your email address will not be published. Required fields are marked *