କୋଟିଆବାସୀ ଆନ୍ଧ୍ର ପ୍ରେଦେଶ ପ୍ରାର୍ଥୀଙ୍କୁ ଭୋଟ ଦେବେ ନା ଓଡିଶା ପ୍ରାର୍ଥୀଙ୍କୁ ?
ଆସନ୍ତା କାଲି ଓଡ଼ିଶାରେ ୪ ଲୋକସଭା ୨୮ ବିଧାନସଭା ଆସନରେ ପ୍ରଥମ ପର୍ଯ୍ୟାୟରେ ଭୋଟ୍ହେଉଛି । ଏମିତିରେ ପ୍ରଥମ ପର୍ଯ୍ୟାୟରେ ଭୋଟିଂ ହେଉଥିବା କୋରାପୁଟ ଲୋକସଭା କ୍ଷେତ୍ର ଅଧୀନରେ ଥିବା କୋଟିଆରେ ମଧ୍ୟ ଆସନ୍ତା କାଲି ଭୋଟ୍ହେବ । ହେଲେ ଏଠି ଲୋକେ କନ୍ଫ୍ୟଜ୍କାହାକୁ ଦେବେ ଭୋଟ୍। ଆନ୍ଧ୍ର ନେତାଙ୍କୁ ନା’ ଓଡ଼ିଶା ନେତାଙ୍କୁ ?
ଓଡ଼ିଶାର ଗାଁ । ଆନ୍ଧ୍ରର ନାଁ । ଓଡ଼ିଶାରେ ଏମିତି ବି ଗାଁ ଅଛି ଯେଉଁଠି ଲୋକ ଭୋଟ୍ଦେଲେ ଆନ୍ଧ୍ର ନେତା ଜିତନ୍ତି । ଏଠି ଲୋକଙ୍କ ପାଖରେ ଆନ୍ଧ୍ର- ଓଡ଼ିଶା ଦୁଇଟି ରାଜ୍ୟର ଭୋଟର କାର୍ଡ଼ ରହିଛି । ଏମିତିରେ ଯଦି ଏଠି ଗୋଟିଏ ଦିନରେ ଭୋଟ୍ହେଉଛି ତାହେଲେ ଏଠାକାର ଲୋକେ କାହାକୁ ଭୋଟ୍ଦେବେ । ଓଡ଼ିଶା ନେତାଙ୍କୁ ନା’ ଆନ୍ଧ୍ର ନେତାଙ୍କୁ । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, ଯେଉଁଠି ଓଡ଼ିଶାର ଏଇ ଗାଁରେ ଓଡ଼ିଶାର ନେତା ପହଞ୍ଚିପାରୁନାହାନ୍ତି, ସେଠି ଆନ୍ଧ୍ରର ନେତା ଓ ପ୍ରଶାସନ ଆସି ଲୋକଙ୍କୁ ବିଭିନ୍ନ ଯୋଜନାରେ ସହାୟତା ବାଣ୍ଟୁଛନ୍ତି, ସେମିତି ସ୍ଥିତିରେ ଲୋକେ ଆଉ କରିଥାନ୍ତେ ବା କ’ଣ? ରାତି ପାହିଲେ କୋରାପୁଟର କୋଟିଆରେ ଭୋଟ୍ହେବ। ସେଥିପାଇଁ ପଞ୍ଚାୟତର କୋଟିଆ, ଫଗୁଣସିନେରୀ, ମାଡ଼କାର, ରଣାସିଂ ଓ ଗଂଜେଇ ପଦରରେ ମୋଟ ୫ଟି ବୁଥ କରିଛି ଓଡ଼ିଶା ପ୍ରଶାସନ । କାଲି ଭୋଟ୍ପାଇଁ ସେଠି ପ୍ରିଜାଇଡିଂ ଅଫିସର ବି ପହଞ୍ଚିଗଲେଣି ।
ଏଠି ୫ହଜାର ଭୋଟରଙ୍କ ପାଇଁ ୫ଟା ବୁଥ୍କରାଯାଇଛି । ପୂର୍ବରୁ ନିର୍ବାଚନ ସମୟରେ ଆନ୍ଧ୍ର ତରଫରୁ ମଧ୍ୟ ଏଠି ଅସ୍ଥାୟୀ ବୁଥ କରାଯାଇଥିଲା । ଅବଶ୍ୟ ଏବର୍ଷ ତାହା ଦେଖିବାକୁ ମିଳୁନି । ତଥାପି ଫଗୁଣସିନେରୀ ଗାଁରେ ଗୋଟିଏ ବୁଥ୍ହେବ ବୋଲି ଶୁଣାଯାଉଛି। ଏଠି ଭୋଟିଂ ପାଇଁ ବୁଥ୍ତ ହୋଇଛି । ହେଲେ ଏଠି ଲୋକେ ଭୋଟ୍ଦେବେ କାହାକୁ ? ଏଠି ତ ଲୋକେ ଓଡ଼ିଶା ନେତାଙ୍କ ଅପେକ୍ଷା ଆନ୍ଧ୍ର ନେତାଙ୍କୁ ଅଧିକ ଚିହ୍ନିଛନ୍ତି । ପଟାଙ୍ଗୀ ନିର୍ବାଚନ ମଣ୍ଡଳୀରେ ଆସୁଥିବା କୋଟିଆବାସୀ ଜାଣି ନାହାନ୍ତି ତାଙ୍କର ନେତା କିଏ ? କାହିଁକି ନା’ ସେମାନଙ୍କ ପାଖକୁ କୌଣସି ନେତା ପ୍ରଚାର ପାଇଁ ଯାଇନାହାନ୍ତି । ଆଜି ସଂଧ୍ୟାରେ ଗାଁ ଲୋକେ ସମସ୍ତେ ଏକାଠି ହେବେ ଆଉ ଯୋଉ ଚିହ୍ନରେ ଭୋଟ୍ଦେବାକୁ ସହମତି ହେବ ରାତି ପାହିଲେ ସେଇ ଚିହ୍ନରେ ଭୋଟ୍ ଦେବେ ।