କୋରାପୁଟର ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି, ରାଜ୍ୟରେ ମୋଟ ପଜିଟିଭ୍‌ ୧୧୧

ଭୁବନେଶ୍ୱର(ଓଡ଼ିଶା ଟାଇମ୍‌): ମହାମାରୀ କରୋନା ଧୀରେ ଧୀରେ ସଂକ୍ରମିତ ହୋଇ ରାଜ୍ୟରେ ସଂଖ୍ୟା ୧୧୧ରେ ପହଞ୍ଚି ଯାଇଛି। ସୋମବାର ସକାଳେ ୫ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଅପରାହ୍ଣରେ ଆଉ ୨ ଏବଂ ସନ୍ଧ୍ୟାବେଳକୁ ଆଉଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରାହ୍ଣ ଦୁଇଜଣଙ୍କ ମଧ୍ୟରୁ ଜଣେ ବାଲେଶ୍ୱର ଜିଲ୍ଲାର ଏବଂ ଆଉଜଣେ କୋରାପୁଟ ଜିଲ୍ଲାର ବୋଲି ସ୍ଵାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି। ସେହିପରି ସନ୍ଧ୍ୟାରେ ଚିହ୍ନଟ ସଂକ୍ରମିତ ଜଣଙ୍କ ଯାଜପୁର ହୋଇଥିବାବେଳେ ଜିଲ୍ଲାରେ ମୋଟ ସଂଖ୍ୟା ୧୯କୁ ପହଞ୍ଚିଛି। ତେବେ ପ୍ରଥମଥର ପାଇଁ କୋରାପୁଟ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ କୋଲକାତା ଲିଙ୍କ୍‌ ରହିଥିବା ଜଣାପଡ଼ିଛି।

‘ଯାଜପୁର ଜିଲ୍ଲାରେ ମୋଟ ସଂକ୍ରମିତ ସଂଖ୍ୟା ୧୯କୁ ବୃଦ୍ଧି’

ସୂଚନା ଅନୁସାରେ ରାଜ୍ୟର ଗ୍ରୀନ୍‌ ଜୋନ୍‌ରେ ରହିଥିବା କୋରାପୁଟ ଜିଲ୍ଲାରେ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଥିବା ବେଳେ ସାଧାରଣରେ ଭୟ ଖେଳି ଯାଇଛି। ଜିଲ୍ଲାର  ଦଶମନ୍ତପୁର ବ୍ଲକର  ସମ୍ପୃକ୍ତ ସଂକ୍ରମିତ ଜଣଙ୍କ ଜଣେ ଷ୍ଟାଫ୍ ନର୍ସ। ତାଙ୍କର ଟ୍ରାଭେଲ୍ ହିଷ୍ଟ୍ରି ଅନୁସାରେ ଡ୍ୟୁଟିରେ ଯୋଗଦେବାକୁ ସେ ଗତ ୧୪ ତାରିଖରେ କୋଲକାତାରୁ ଫେରିଥିଲେ। ତେବେ କୋଲକାତାରୁ ଫେରି ସେ କ୍ୱାରେଣ୍ଟାଇନରେ ରହିଥିଲେ ଏବଂ ଟ୍ରାଭେଲ୍ ହିଷ୍ଟ୍ରି କାରଣରୁ ତାଙ୍କର କରୋନା ଟେଷ୍ଟ୍ କରାଯାଇଥିବାବଳେ ରିପୋର୍ଟ ପଜିଟିଭ୍ ଆସିଛି।

ଅନ୍ୟପକ୍ଷରେ ଆଜି ସନ୍ଧ୍ୟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ରାଜ୍ୟରେ ନୂଆ ୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ କେବଳ ବାଲେଶ୍ଵରରେ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି। ସେହିପରି ରାଜ୍ୟରେ ମୋଟ କରୋନା ପଜିଟିଭ୍‌ ସଂଖ୍ୟା ୧୧୧ରେ ପହଞ୍ଚିଛି।

Leave a Reply

Your email address will not be published.