୧୬ରୁ କୋଣାର୍କ ବନ୍ଦ

ପୁରୀ,କୋଣାର୍କ (ଓଟି): କରୋନା ଆତଙ୍କ ଦୃଷ୍ଟିରୁ ସୋମବାରଠାରୁ ପର୍ଯ୍ୟଟକଙ୍କ ପାଇଁ କୋଣାର୍କ ସୂର୍ଯ୍ୟମନ୍ଦିର ବନ୍ଦ ରହିବ। ତେବେ ବିଶ୍ଵ ବ୍ୟାପୀ ମହାମାରୀ ଆତଙ୍କ କାରଣରୁ କୋଣାର୍କରେ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି। ସମ୍ପୃକ୍ତ ଅଞ୍ଚଳର ହୋଟେଲ ଓ ଲଜ୍‌ଗୁଡିକ ମଧ୍ୟ ଖାଲି ହେଉଛି। ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ସୋମବାରଠାରୁ ବନ୍ଦ ନିଷ୍ପତ୍ତି ନିଆଯାଇଥିବା ଏଏସ୍ଆଇ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ ସତର୍କତା ଦୃଷ୍ଟିକୋଣରୁ ପର୍ଯ୍ୟଟକଙ୍କୁ ପୁରୀ ମଧ୍ୟ ମନା ହୋଇଛି। ଆଜିଠୁ ମାର୍ଚ୍ଚ ୩୧ ଯାଏଁ ପର୍ଯ୍ୟଟକଙ୍କ ପାଇଁ କଟକଣା ଜାରି କରାଯାଇଥିବାବେଳେ ପୁରୀରୁ ସାତପଡ଼, ପୁରୀରୁ ଭୁବନେଶ୍ଵର ଏବଂ ପୁରୀରୁ ଚନ୍ଦ୍ରଭାଗା, କୋଣାର୍କ ଓ କାକଟପୁର ରୁଟ୍ ରେ ଚଳାଚଳ କରୁଥିବା ସମସ୍ତ ଟୁରିଷ୍ଟ ବସ୍ ବାତିଲ କରି ଦିଆଯାଇଛି। ହୋଟେଲ୍, ଟ୍ରାଭେଲ୍ ଏଜେନ୍ସି ଏବଂ ଟୁର୍ ଅପରେଟରଙ୍କ ପାଇଁ ଏହି ଆଡଭାଇଜାରି ଜାରି କରାଯାଇଛି।

ଅନ୍ୟପକ୍ଷରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ ଶନିବାରଠାରୁ ବନ୍ଦ ହୋଇଯାଇଛି। ସେହିପରି ଧଉଳିଠାରୁ ଖଣ୍ଡଗିରି-ଉଦୟଗିରି ଆଦି ପର୍ଯ୍ୟଟନସ୍ଥଳକୁ ରବିବାରରୁ କଟକଣା ଜାରି ହୋଇସାରିଛି।

Leave a Reply

Your email address will not be published. Required fields are marked *