ଲକ୍‌ଡାଉନ୍‌-୪: କେଉଁ ସେବା ଓ କାରବାରପାଇଁ ନିଷିଦ୍ଧାଦେଶ, ଜାଣନ୍ତୁ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌)): କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ  ମାର୍ଚ ୨୫ ତାରିଖରେ ଲାଗୁ ହୋଇଥିବା ଲକ୍‌ଡାଉନ୍‌ କଟକଣାକୁ ମେ’ ୩୧ ତାରିଖଯାଏ ସମ୍ପ୍ରସାରଣ କରିଛନ୍ତି। ଏହି ସମୟରେ ଅନେକ ସେବାରେ କୋହଳ କରାଯାଇଥିବା ବେଳେ କିଛି ସେବାକୁ ନିଷିଦ୍ଧାଦେଶ ଜାରି କରାଯାଇଛି। ଆସନ୍ତୁ ନଜର ପକାଇବା କେଉଁ ସେବା ଏବଂ କାରବାର ଉପରେ ଲାଗିଛି କଟକଣା:

  1. ସମସ୍ତ ଘରୋଇ ଏବଂ ଆନ୍ତର୍ଜାତୀୟ ବିମାନ ସେବାକୁ ବାରଣ କରାଯାଇଛି। କିଦନ୍ତୁ ଘରୋଇ କ୍ଷେତ୍ରରେ ମେଡିକାଲ୍‌ ଆବଶ୍ୟକତା ଲାଗି ଏୟାର ଆମ୍ବୁଲାନ୍ସକୁ କଟକଣାମୁକ୍ତ କରାଯାଇଛି।
  2.  ସମସ୍ତ ମେଟ୍ରୋ ରେଳସେବା।
  3. ସମସ୍ତ ସ୍କୁଲ୍‌, କଲେଜ, ଶିକ୍ଷା ପ୍ରତିଷ୍ଠାନ, କୋଚିଂ ସେଣ୍ଟର ବି ବନ୍ଦ ରହିବ। କିନ୍ତୁ ଅନ୍‌ଲାଇନ୍‌ ଓ ଡିଜିଟାଟାଲ୍‌ ପାଠପଢ଼ା ଏବଂ ଦୂର ଶିକ୍ଷାକୁ କଟକଣାମୁକ୍ତ କରାଯାଇଛି।
  4. ହୋଟେଲ୍‌, ରେଷ୍ଟୁରାଣ୍ଟ ବନ୍ଦ ରହିବ। କିନ୍ତୁ ଯେଉଁଗୁଡ଼ିକ ସ୍ଵାସ୍ଥ୍ୟକର୍ମୀ, ବା କ୍ଵାରେଣ୍ଟୀନ୍‌ ପାଇଁ ବ୍ୟବହାର କରାଯାଉଛି, ଯେଉଁଠାରେ ସ୍ଵାସ୍ଥ୍ୟକର୍ମୀ ଓ ସୁରକ୍ଷାବଳଙ୍କୁ ରଖଶଯାଇଛି ସେସବୁ ଚାଲୁରହିବ। ବସ୍‌ ଷ୍ଟାଣ୍ଡ, ଏୟାରପୋର୍ଟ ଏବଂ ରେଳଷ୍ଟେସନ୍‌ରେ ଥିବା କ୍ୟାଣ୍ଟିନ୍‌ ଚାଲିପାରିବ ହେଲେ ତାହା କେବଳ ଖାଦ୍ୟ ପୁଡ଼ିଆ କରି ବିକ୍ରି କରିବା ପାଇଁ ଉପଲବ୍ଧ ହେବ।
  5. ସମସ୍ତ ସିନେମା ହଲ୍‌, ଶପିଂ ମଲ, ଜିମ୍‌, ସ୍ଵିମିଂ ପୁଲ୍‌, ଆମୋଦ ପାର୍କ, ଥିଏଟର, ବାର୍‌, ଅଡିଟୋରିୟମ୍‌, ଖେଳପଡ଼ିଆ, ଷ୍ଟାଡିୟମ ବନ୍ଦ ରହିବ। ପୂର୍ବ ଭଳି କଟକଣା ଲାଗୁ ରହିବ।
  6. ସମସ୍ତ ସାମାଜିକ, ଧାର୍ମିକ, ରାଜନୀତିକ, କ୍ରୀଡ଼ା,  ଶୈକ୍ଷିକ, ସାଂସ୍କୃତିକ ସମାଗମରେ ପ୍ରତିବନ୍ଧକ ରହିଛି

Leave a Reply

Your email address will not be published.