ଆପଣାନ୍ତୁ ଫାଶ୍ଟ୍ୟାଗ୍ ରିଚାର୍ଜ କରିବାର ସହଜ ପ୍ରକ୍ରିୟା; କେମିତି ଜାଣନ୍ତୁ
ଭୁବନେଶ୍ୱର: ଭୀମ୍ ଆପ୍ ଜରିଆରେ ଫାସ୍ଟ୍ୟାଗ୍ ରିଚାର୍ଜ କରିହେବ । ଏହି ଟେକେ୍ନାଲୋଜି ଜରିଆରେ ଆପଣ ଅନ୍ୟ ପେମେଣ୍ଟ ଆପ୍ ଯେମିତି ଫୋନ୍ପୋ, ଗୁଗୁଲ୍ ପେରୁ ଆପଣଙ୍କ ସଂଯୁକ୍ତ ଫାସ୍ଟ୍ୟାଗ୍ ପାଇଁ ଅର୍ଥ ଟ୍ରାନ୍ସଫର କରିପାରିବେ । ଅର୍ଥାତ୍ ନ୍ୟାସନାଲ ପେମେଣ୍ଟ୍ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ପକ୍ଷରୁ ଫାସଟ୍ୟାଗର ସୁବିଧାଜନକ ରିଚାର୍ଜ ସୁବିଧା ଉପଲବ୍ଧ କରାଯାଇଛି । ଏହାଦ୍ୱାରା ମାଲିକମାନେ ଫାସଟ୍ୟାଗ୍ ରିଚାର୍ଜ କରିପାରିବ । ପାଇଁ ଟୋଲ ପ୍ଲାଜାର ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ିବ ନାହିଁ ।
ଭାରତୀୟ ବଜାରର ଇଲେକ୍ଟ୍ରୋନିକ୍ ଟୋଲ୍ ଆବଶ୍ୟକତାକୁ ପୂରଣ କରିବା ଲାଗି ନ୍ୟାସନାଲ୍ ଇଲେକ୍ଟ୍ରୋନିକ୍ ଟୋଲ୍ କଲେକ୍ସନ (ଏନଇଟିସି)କୁ ବିକଶିତ କରାଯାଇଛି । ଏହା ସର୍ବଭାରତୀୟ ସ୍ତରରେ ଇଟଂରଅପରେବଲ୍ ଟୋଲ୍ ପେମେଂଟ୍ ସମାଧାନ ପ୍ରଦାନ କରୁଥିବା ବେଳେ ସେଟଲମେଂଟ୍ ଓ ବିବାଦ ସମାଧାନ ଲାଗି କ୍ଲିୟରିଂ ହାଉସ୍ ଭାବେ କାର୍ଯ୍ୟ କରୁଛି ।
ଗ୍ରାହକମାନେ ମୋବାଇଲ୍ ଆପ୍ଲିକେସନ୍କୁ ବ୍ୟବହାର କରି ଭିମ୍ ଆପ୍ରେ ଲଗ୍ଇନ୍ କରି ଚିନ୍ତାମୁ୍କ୍ତ ଭାବେ ଫାସଟ୍ୟାଗ୍ ଆକାଉଂଟ୍କୁ ରିଚାର୍ଜ କରିପାରିବେ ଏବଂ ଏହି କାର୍ଯ୍ୟକୁ ସେମାନେ ନିମ୍ନ ଲିଖିତ ପଦ୍ଧତିରେ କରିପାରିବେ ।
• ଭିମ୍ ୟୁପିଆଇ ଆପ୍ରେ ଲଗ୍ ଇନ୍ କରନ୍ତୁ
• ସେଣ୍ଡ୍ ବିକଳ୍ପ ଚୟନ କରନ୍ତୁ
• ଏନଇଟିସି ଫାସଟ୍ୟାଗ ୟୁପିଆଇ ଆଇଡି ଦିଅନ୍ତୁ ଯେଉଁଥିରେ – netc.(VehicleNumber)@BankUPIHandle ରହିଥିବ
• ଭେରିଫାଏ ୟୋର ୟୁପିଆଇ ଆଇଡିରେ କ୍ଲିକ୍ କରନ୍ତୁ
• ରିଚାର୍ଜ କରିବାକୁ ଚାହୁଁଥିବା ଟଂକା ଲେଖୁନ୍ତୁ
• କାରବାରକୁ ସ୍ୱୀକୃତି ପ୍ରଦାନ କରିବା ପାଇଁ ପିନ୍ ଦିଅନ୍ତୁ
• ଫାସଟ୍ୟାଗ୍ ୱାଲେଟକୁ ଟଙ୍କା କ୍ରେଡିଟ ହୋଇଯିବାର ନିଶ୍ଚତ ସୂଚନା ଗ୍ରାହକମାନଙ୍କୁ ଏସଏମଏସ ଜରିଆରେ ପ୍ରାପ୍ତ ହେବ
ଏନପିସିଆଇର ମୁଖ୍ୟ ଅପରେଟିଂ ଅଧିକାରୀ ପ୍ରବୀଣା ରାୟ କହିଛନ୍ତି ଯେ, “ଆମର ପ୍ରମୁଖ ଗୁରୁତ୍ୱ ହେଉଛି ଏନଇଟିସି ଫାସଟ୍ୟାଗ ସହିତ ଗ୍ରାହକ ଅନୁଭୂତି । ଭିମ୍ ୟୁପିଆଇ ଆପ୍ ଜରିଆରେ ଏନଇଟିସି ଫାସଟ୍ୟାଗ ରିଚାର୍ଜ ବିଷୟରେ ଘୋଷଣା କରି ଆମେ ବହୁତ ଖୁସି । ଆମର ବିଶ୍ୱାସ ରହିଛି ଯେ ଯେକୌଣସି ୟୁପିଆଇ ଭିତିକ ମୋବାଇଲ୍ ଆପ୍କୁ ବ୍ୟବହାର କରି ଏହି ସୁବିଧା ସରଳ, ସୁରକ୍ଷିତ ଏବଂ ସ୍ୱଚ୍ଛ ଟୋଲ ପେମେଂଟ୍ ଅନୁଭୂତି ପ୍ରଦାନ କରିବ ।’’
୨୦୧୯ ଡିସେମ୍ବର ୧୫ ଠାରୁ ସାରା ଦେଶରେ ଜାତୀୟ ରାଜପଥ ପାଇଁ ଫାସଟ୍ୟାଗକୁ ବାଧ୍ୟତାମୂଳକ କରାଯାଇଛି ।