ସ୍ୱାସ୍ଥ୍ୟ ପାଇଁ ଉପକାରୀ କମଳା ଜୁସ୍‌, କେମିତି ତିଆରିବେ

ଭୁବନେଶ୍ୱର, (ଓଡିଶା ଟାଇମ): ଶରୀରକୁ ସୁସ୍ଥ ରଖିବା ପାଇଁ ସମସ୍ତେ ଚାହିଁଛନ୍ତି । ଏଥିପାଇଁ ପ୍ରତିଦିନ ଲୋକମାନେ ଯୋଗ, ପ୍ରାଣାୟମ ଭଳି ବ୍ୟାୟାମ କରିବା ସହ ଉପଯୁକ୍ତ ଖାଦ୍ୟପେୟ ଆହରଣ କରିଥାଏ ।

ଶରୀରର ସୁସ୍ଥତା ପାଇଁ ବିଭିନ୍ନ ଫଳମୂଳ ଖୁବ୍ ଉପକାରୀ ହୋଇଥାଏ । ସେଥିମଧ୍ୟରେ କମଳା ଜୁସ୍ ଅନ୍ୟତମ । ଏଥିରେ ଭରି ରହିଛି ଖୁବ୍ ଔଷଧୀୟ ଗୁଣ ।

କମଳା ଭଳି କମଳା ଜୁସର ସେବନ କଲେ ମଧ୍ୟ ସମାନ ଲାଭ ମିଳିଥାଏ । ଏହାର ଜୁସ୍ ପିଇବା ଦ୍ୱାରା ଶରୀରରେ ବ୍ଲଡ୍ ସୁଗାରର ସ୍ତର ସନ୍ତୁଳିତ ରହିଥାଏ । ଯାହା ବିଭିନ୍ନ ରୋଗରୁ ଦୂରେଇ ରଖିଥାଏ । ସେଥିପାଇଁ ପ୍ରତିଦିନ ଗୋଟିଏ ଗ୍ଲାସ କମଳା ଜୁସ୍ ପିଇଲେ ଏହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।

  • ଏହାଛଡା ଦୈନନ୍ଦିନ କମଳା ଜୁସ୍ ପିଇଲେ ମଧ୍ୟ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ହୋଇଥାଏ ।
  • କମଳା ରସରେ ଆଣ୍ଟି ଅକ୍ସିଡା , ଭିଟାମିନ୍ ସି, ଫୋଲିକ ଏସିଡ୍‌, ଆଇରନ୍ ଭଳି ଖଣିଜ ତତ୍ୱ ରହିଥାଏ ।
  • ଶରୀରରେ ବ୍ଲଡ ପ୍ରେସର ଭଳି ସମସ୍ୟା ଥିଲେ, କମଳା ଜୁସ୍ ପିଇଲେ ଏଥିରୁ ଉପଶମ ମିଳିଥାଏ ।

ଶରୀରରେ ରକ୍ତ କୋଷିକାର ପରିମାଣ କମ ହେଲେ ଏମିନିଆ ଭଳି ସମସ୍ୟା ଦେଖାଦେଇଥାଏ । କମଳା ରସରେ ଅଧିକ ପରିମାଣରେ ଆଇରନ୍ ଭରି ରହିଥାଏ, ଯାହାକୁ ପିଇଲେ ଏଭଳି ସମସ୍ୟା ଦୂର ହୋଇଥାଏ । ଏହାଛଡା

ଡାକ୍ତରଙ୍କ ମତରେ ଏହାର ରସ ଭୋକ ବଢାଇବାରେ ସାହାର୍ଯ୍ୟ କରିଥାଏ । ଏହାସହ ଶରୀରରେ ପାଚନ କ୍ରିୟାକୁ ମଧ୍ୟ ଠିକ୍ ରଖିଥାଏ ।

କିପରି କରିବେ ପ୍ରସ୍ତୁତ

କମଳାକୁ ଭଲଭାବେ ଧୋଇକି ସଫା କରନ୍ତୁ । ଏହାର ଉପରି ଭାଗ ଭଲଭାବେ କାଟିକି ସଫା କରିଦିଅନ୍ତୁ । ପରେ ୧ କପ୍ କମଳା ଦାନାରେ ୧/୨ କପ୍ ପାଣି ମିଶାନ୍ତୁ । ଏହାକୁ ଅଧା ଗ୍ରାଇଣ୍ଡି କରନ୍ତୁ, ଯେପରି କମଳା ମଞ୍ଜି ଖଣ୍ଡଖଣ୍ଡ ରହିବ । ନଚେତ କମଳା ରସ କଡା ଲାଗିପାରେ ।

ପରେ ଏହାକୁ ଭଲଭାବେ ଛଣାରେ ଛାଣି ଦିଅନ୍ତୁ । ଯେପରି ମଞ୍ଜି ଗୁଡିକ ଚୁପୁଡି ହୋଇ ସେଥିରୁ ସବୁ ରସ ନିଗିଡ ପଡିବ । ପରେ କମଳା ରସକୁ ଗୋଟିଏ ଗ୍ଲାସରେ ମିଶାଇ ସେବନ କରନ୍ତୁ ।

Leave a Reply

Your email address will not be published.

%d bloggers like this: