ଆଲର୍ଜିରୁ ଉପଶମ ଦିଏ ସୋରିଷ ତେଲ
ଭୁବନେଶ୍ୱର, (ଓଡିଶା ଟାଇମ୍): ସୋରିଷ ତେଲକୁ ରୋଷେଇରେ ବ୍ୟବହାର କରି ଖାଦ୍ୟକୁ ସ୍ୱାଦିଷ୍ଟ କରାଯାଇଥାଏ । ଏହାଛଡା ଥଣ୍ଡା, ସର୍ଦ୍ଦିରୁ ମଧ୍ୟ ଉପଶମ ଦେଇଥାଏ । ଖାଲି ଏତିକି ନୁହେଁ ଏହି ତେଲ କେଶ ବଢାଇବା, ଇମ୍ୟୁନିଟି ବୃଦ୍ଧି ଆଦି ଅନେକ କାମରେ ସହାୟକ ହୋଇଥାଏ ।
ଖାଲି ବଡ ଲୋକ ନୁହେଁ ଛୋଟ ଶିଶୁଙ୍କ ଦେହରେ ମଧ୍ୟ ସୋରିଷ ତେଲ ମାଲିସ କରାଯାଇଥାଏ । ଯାହାଦ୍ୱାରା ସେମାନଙ୍କ ତ୍ୱଚା ଓ ହାଡ ମଜଭୁତ ହୋଇଥାଏ ବୋଲି କୁହାଯାଏ । ଜାଣନ୍ତୁ ସୋରିଷ ତେଲରେ ଆଉ କଣ ଗୁଣ ରହିଛି-
ଶରୀର ଭିତରେ ସୋରିଷ ତେଲ ଆଣ୍ଟି ଅକ୍ସିଡାଣ୍ଟ ପରି କାମ କରିଥାଏ । ଏହାକୁ ପ୍ରତିଦିନ ଦେହରେ ମାଲିସ କଲେ ଆଲର୍ଜି, ଇନଫେକସନ୍ ଓ ଜଳାପୋଡା ଆଦି ଦୂର ହୋଇଥାଏ ।
ଏଥିରେ ଆଣ୍ଟି-ବ୍ୟାକ୍ଟେରିଆଲ, ଆଣ୍ଟି ଫଙ୍ଗଲ, ଆଣ୍ଟି-ଭାଇରାଲ ପରି ଶକ୍ତି ରହିଥାଏ । ଯାହା ଇନଫେକସନ ଦୂର କରିବାରେ ଖୁବ୍ ସହାୟକ ହୋଇଥାଏ ।
ଥଣ୍ଡା, ସର୍ଦ୍ଦିରୁ ଉପଶମ ଲାଗି ସୋରିଷ ତେଲରେ ରସୁଣ ଓ ଲବଙ୍ଗ ଫୁଟାଇ ଶରୀରରେ ଲଗାଇଲେ ଉପଶମ ମିଳିଥାଏ ।
ସୋରିଷ ତେଲକୁ ଶରୀରରେ ମାଲିସ କରିବା ଦ୍ୱାରା ରକ୍ତ ସଞ୍ଚାଳନ ସୁଚାରୁରୂପେ ହୋଇଥାଏ । ଏହା ଏକ ପ୍ରାକୃତିକ କ୍ଲିନଜର ଭାବେ କାମ କରୁଥିବା ବେଳେ ଶରୀରରୁ ଟକ୍ସିନ ଗୁଡିକୁ ମଧ୍ୟ କାଢି ଦିଆଯାଇଥାଏ ।
ଶରୀରରେ ଥକ୍କାପଣ ଅନୁଭବ ହେଉଥିଲେ ସୋରିଷ ତେଲକୁ ହାଲୁକା ଗରମ କରି ପାଦ ଓ ମାଂସପେଶୀରେ ମାଲିସ କଲେ ଆରାମ ମିଳିଥାଏ ।
ସୋରିଷ ତେଲରେ ବେସନ ଓ ହଳଦୀ ମିଶାଇ ମୁହଁରେ ଲଗାଇଲେ ତ୍ୱଚାରେ ଚମକ ଆସିଥାଏ।
ସୋରିଷ ତେଲରେ ଇଟାମିନ୍ ଇ ଭରି ରହିଥାଏ । ଏଥିରେ ନଡିଆ ତେଲ ମିଶାଇ ତ୍ୱଚାରେ ଲଗାଇଲେ ମୁହଁରୁ ଟାନ୍ ଓ କଳା ଦାଗ ଆଦି ଦୂର ହୋଇଥାଏ ।
କେଶ ବୃଦ୍ଧିରେ ନଡିଆ ତେଲ ସହାୟକ ହୋଇଥାଏ କିନ୍ତୁ ଆପଣମାନେ ପୂର୍ବ ଭାରତ ଗଲେ ଦେଖିରେ ସେଠାରେ କେଶର ବୃଦ୍ଧି ପାଇଁ ସୋରିଷ ତେଲ ବ୍ୟବହାର କରାଯାଇଥାଏ । ସୋରିଷ ତେଲରେ ବେଟା-କେରୋଟିନ୍ ରହିଥାଏ । ଯାହାକୁ କେଶ ଅଗରେ ଲଗାଇଲେ ରକ୍ତ ସଞ୍ଚାଳନ ସୁଚାରୁ ରୂପେ ହେବା ସହ କେଶ ବୃଦ୍ଧିରେ ସାହାର୍ଯ୍ୟ କରିଥାଏ ।