ଡାଇବେଟିସ୍ ପାଇଁ ହୋଇଥାଏ ଆଣ୍ଠୁ ଦରଜ

ରକ୍ତରେ ଶର୍କରାର ପରିମାଣ ଅଧିକ ହେଲେ ଡାଇବେଟିଜ୍ ହୋଇଥାଏ । ଏହା ମୁଖ୍ୟତଃ ୨ ପ୍ରକାରର । ଟାଇପ୍ ୧ ଓ ଟାଇପ୍ ୨। ଟାଇପ୍ ୨ ଡାଇବେଟିଜ୍ ଅଧିକ ମାରାତ୍ମକ । ଏହା ଫଳରେ କିଡ୍ନୀ, ହୃଦଘାତ ସମ୍ବନ୍ଧୀୟ ରୋଗ ଓ ମାଂଶପେଶୀ ଜନିତ ବିଭିନ୍ନ ରୋଗ ହେବାର ଆଶଙ୍କା ଅଧିକ ଥାଏ ବୋଲି ସ୍ୱାସ୍ଥ୍ୟ ବିଜ୍ଞାନୀ ମାନେ କହିଛନ୍ତି । ଏବେ ଆଉ ଏକ ପରୀକ୍ଷାରୁ ଜଣାପଡ଼ିଛି ଯେ – ଡାଇବେଟିସ୍ ଯୋଗୁଁ ଗୋଡ଼ ଦରଜ ଓ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଅଧିକ ଦେଖାଯାଏ ।

ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସ୍ୱାସ୍ଥ୍ୟବିଜ୍ଞାନୀମାନଙ୍କ ପକ୍ଷରୁ ଏ ସମ୍ପର୍କିତ ଅନେକ ତଥ୍ୟ ପ୍ରକାଶ ପାଇଛି । ଡାଇବେଟିସ୍ ଯୋଗୁଁ ଗୋଡ଼ର ନର୍ଭ ସିଷ୍ଟମ୍ କ୍ଷତିଗ୍ରସ୍ତ ହେବା ଫଳରେ ରକ୍ତ ଜମାଟ ବାନ୍ଧିଥାଏ । ଏହା ଦ୍ୱାରା କୌଣସି କ୍ଷତ ସୃଷ୍ଟି ହେଲେ ତାହା ଶୀଘ୍ର ଭଲ ହୁଏନାହିଁ । ଟାଇପ୍ ୨ ଡାଇବେଟିସ୍ ଦ୍ୱାରା ପାଦ ସଂକ୍ରମଣ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ । ବାରମ୍ବାର ଗୋଡ଼ର ମାଂଶପେଶୀ କିମ୍ବା ଆଣ୍ଠୁରେ ଦରଜ ହେଲେ, ଶୀଘ୍ର ଡାଇବେଟିସ୍ ପରୀକ୍ଷା କରାଇନିଅନ୍ତୁ । ନଚେତ୍ ଏହି ସମସ୍ୟା ଧୀରେ ଧୀରେ ଅଧିକ ହୋଇଥାଏ ।

ସ୍ୱାଇନ୍ ଫ୍ଲୁ ସଂକ୍ରମଣରୁ ବର୍ତ୍ତିବା ପାଇଁ ଘରୋଇ ଉପଚାର 

ହେଲଥ ଟିପ୍ସ: ଖାଲି ପାଦରେ ଚାଲିବାର ଉପକା 

କେଶ ସମସ୍ୟାର ରାମବାଣ ମହୌଷଧି – ଏକ ଚୁଟ୍‌କି ଘିଅ 

Leave a Reply

Your email address will not be published.