କିଙ୍ଗମେକର ସାଜିବେ ଜଗନ-ନବୀନ-ଚନ୍ଦ୍ରଶେଖର
ଲୋକସଭା ନିର୍ବାଚନ ବିଗୁଲ ବାଜି ସାରିଛି। ଏହି ନିର୍ବାଚନରେ କିଏ ବିଜୟ ମୁକୁଟ ପିନ୍ଧିବ ସେ ସମ୍ପର୍କରେ ‘ ଏବିପି – ସି ଭୋଟର’ର ଏକ ସର୍ଭେରେ କୁହାଯାଇଛି ଯେ, ନିର୍ବାଚନରେ ଏନଡିଏକୁ ୨୬୪ ଆସନ ମିଳିପାରେ, ଯାହାକି କେନ୍ଦ୍ରରେ ସରକାର ଗଢ଼ିବା ପାଇଁ ୮ଟି ଆସନ କମ । ଦ୍ୱିତୀୟରେ କଂଗ୍ରେସ ନେତୃତ୍ୱରେ ପରିଚାଳିତ ୟୁପିଏକୁ କେବଳ ୧୪୧ ଆସନ ମିଳିବାର ଅନୁମାନ କରାଯାଉଛି । ଏଭଳି ସ୍ଥିତିରେ ଆଞ୍ଚଳିକ ଦଳର ପ୍ରାଧାନ୍ୟ ବଢ଼ିପାରେ ।
କେବଳ ଏବିପି-ସି ଭୋଟର ସର୍ଭେ ନୁହେଁ, ଇଣ୍ଡିଆ ଟୁଡେ଼ ପକ୍ଷରୁ କରାଯାଇଥିବା ସର୍ଭେ ମଧ୍ୟ ସମାନ ଆକଳନ କରାଯାଇଛି। ଏଥିରେ ମଧ୍ୟ ଏନଡ଼ିଏ ବହୁମତ ପାଉନଥିବା ଦର୍ଶାଯାଉଛି।

ଲୋକସଭା ନିର୍ବାଚନ ଫଳାଫଳ ଯଦି ଏହା ହୁଏ ତେବେ ଦେଶର ଆଞ୍ଚଳିକ ଦଳମାନଙ୍କର ପ୍ରଭାବ ବୃଦ୍ଧି ପାଇବ ବୋଲି ଏବେଠାରୁ ଆକଳନ ହେବାରେ ଲାଗିଛି। ତେଣୁ ତେଲେଙ୍ଗାନାରେ କ୍ଷମତାସୀନ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ), ଆନ୍ଧ୍ରପ୍ରଦେଶରେ ମୁଖ୍ୟ ବିରୋଧୀ ଦଳ ୱାଇଏସଆର କଂଗ୍ରେସ ଏବଂ ଓଡ଼ିଶାରେ କ୍ଷମତାସୀନ ବିଜୁ ଜନତା ଦଳ (ବିଜେଡି)ର ମେ’ମାସ ୨୩ରେ ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା ପରେ କେନ୍ଦ୍ର ସରକାର ଗଠନରେ ବଡ଼ ଭୂମିକା ରହିପାରେ।
ସର୍ଭେ ଅନୁଯାୟୀ, ଆନ୍ଧ୍ରରେ କ୍ଷମତାସୀନ ଟିଡିପିକୁ ୧୪ ଆସନ ମିଳିବାର ଅନୁମାନ କରାଯାଉଛି। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସକୁ ୩୪ ଆସନ ମିଳିପାରେ। ସିଭୋଟର-ଆଇଏଏନଏସର ସର୍ଭେ ଅନୁସାରେ ୱାଇଏସଆର କଂଗ୍ରେସ ପାର୍ଟି, ଟିଆରଏସ ଏବଂ ବିଜେଡିକୁ ମୋଟ ୩୬ ଆସନ ଓ ୱାଇଏସଆର କଂଗ୍ରେସ ପାର୍ଟିକୁ ଆନ୍ଧ୍ରପ୍ରଦେଶରେ ୧୧ ଲୋକସଭା ଆସନରେ ବିଜୟ ମିଳିପାରେ। ବିଜେଡିକୁ ଓଡ଼ିଶାରେ ୯ଟି ଆସନ ମିଳିପାରେ। ତେଲେଙ୍ଗାନାରେ ଟିଆରଏସର ଝଡ଼ ହୋଇପାରେ ଏବଂ ଏହି ଦଳ ରାଜ୍ୟର ମୋଟ ୧୭ ଲୋକସଭା ଆସନରୁ ୧୬ଟି ନିଜର ନିୟନ୍ତ୍ରଣ ରଖିବ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି।
ଅନ୍ୟ ଖବର ପାଇଁ କ୍ଲିକ୍ କରନ୍ତୁ :