ହେଲଥ୍ ଟିପ୍ସ୍ – କିଡନୀ ଇନଫେକ୍ସନର ଲକ୍ଷଣ

କିଡନି ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହା ରକ୍ତ ସଫା କରିବା ସହିତ ଶରୀରରୁ ବର୍ଜ୍ୟବସ୍ତୁକୁ ବାହାର କରିଥାଏ । ଯଦି କିଡନି ଅସୁସ୍ଥ ହୁଏ, ତାହେଲେ ନାନାପ୍ରକାର ରୋଗ ହୋଇଥାଏ । ଆଜିକାଲିର ଅବ୍ୟବସ୍ଥିତ ଜୀବନଶୈଳୀ ଓ ଅତ୍ୟଧିକ ଫାଷ୍ଟଫୁଡ୍ ସେବନ କିଡନି ଉପରେ ଖରାପ ପ୍ରଭାବ ପକାଇଥାଏ । ଏହାଦ୍ୱାରା କିଡନୀ ଇନଫେକ୍ସନ୍ ହୋଇଥାଏ ।

କିଡନୀ ଅସୁସ୍ଥ ହେଲେ ଶରୀରରେ ଅନେକ ଗୁଡ଼ିଏ ଲକ୍ଷଣ ଦେଖାଯାଏ । ସେ ସବୁ ଲକ୍ଷଣଗୁଡ଼ିକୁ ଜାଣିବା ଏବଂ ଯଥାଶୀଘ୍ର ଡାକ୍ତରୀ ପରୀକ୍ଷା କରାଇନେବା ଉଚିତ୍ । ତେବେ ଆସନ୍ତୁ ଜାଣିବା –
୧- କିଡନୀ ଖରାପ ହେବାର ମୁଖ୍ୟ ଲକ୍ଷଣ ହେଉଛି ବାରମ୍ବାର ପରିସ୍ରା ଲାଗିବା । କିମ୍ବା ଏହା ସହିତ ଯଦି ପରିସ୍ରାରେ ରକ୍ତ ପଡ଼େ, ତାହେଲେ କିଡନୀ ଅସୁସ୍ଥ ଅଛି ବୋଲି ଡାକ୍ତରମାନେ କହନ୍ତି ।
୨- ସବୁବେଳେ ପିଠିରେ ଦରଜ ଲାଗି ରହିଥିଲେ ଆପଣ ଜାଣିନିଅନ୍ତୁ ଯେ ଆପଣଙ୍କ କିଡନୀ ଅସୁସ୍ଥ ଅଛି । ପିଠି ଦରଜକୁ ସାମାନ୍ୟ ନଭାବି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
୩- ବାରମ୍ବାର ପରିସ୍ରା ନହେଉଥିଲେ ମଧ୍ୟ ଯଦି ସାମାନ୍ୟ ପରିସ୍ରା ସମୟରେ କଷ୍ଟ ଅନୁଭବ ହେଉଛି, ତାହେଲେ ଏହା ହେଉଛି ଅସୁସ୍ଥ କିଡନୀର ଏକ ଲକ୍ଷଣ ।

Leave a Reply

Your email address will not be published.