ଖୁସି କପୁରଙ୍କ ଟାଟୁ ରହସ୍ୟ
ଡ୍ରେସିଙ୍ଗ୍ ସେନ୍ସ ହେଉ କିମ୍ବା କିଛି ଏକ୍ସଟ୍ରା ଅଡ଼ିନାରି ଷ୍ଟାଇଲ୍, ଜାହ୍ନବୀ ଓ ଖୁସି ସବୁବେଳେ ଲାଇମଲାଇଟ୍ ବା ଚର୍ଚ୍ଚାରେ ରହି ଆସିଛନ୍ତି । ଜାହ୍ନବୀ ଫିଲ୍ମ କ୍ୟାରିୟରରେ ସଫଳତା ଲାଭ କରିସାରିଥିବାବେଳେ ଖୁସି ବଲିଉଡରେ ପାଦ ଥାପିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି ।
ଏବେ ଖୁସିଙ୍କ ଏକ ଟାଟୁ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ଏବଂ ଏହି ଟାଟୁରେ ଲୁଚି ରହିଥିବା ସିକ୍ରେଟ୍କୁ ଖୁସି ସେୟାର୍ କରିଛନ୍ତି । ଏହି ଟାଟୁ ଶ୍ରୀଦେବୀଙ୍କ ସ୍ମୃତିକୁ ପୁଣିଥରେ ଉଜାଗର କରୁଛି । ଏହି ଟାଟୁରେ ରୋମାନ୍ ଭାଷାରେ କିଛି ଲେଖାଯାଇଛି, ଯାହାକି ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ଉଦ୍ଦିଷ୍ଟ ।
ଟାଟୁରେ ଥିବା ‘ଭି’ ଖୁସିଙ୍କ ଜନ୍ମଦିନ ୫ ତାରିଖକୁ ଦର୍ଶାଉଥିବାବୋଳେ ‘ଭିଆଇ’ ଜାହ୍ନବୀଙ୍କ ଜନ୍ମ ତାରିଖ ୬କୁ ଇଣ୍ଡିକେଟ୍ କରୁଛି । ସେହିଭଳି ‘ଏକ୍ସଆଇଆଇଆଇ’ ଶ୍ରୀଦେବୀଙ୍କ ଜନ୍ମତାରିଖ ୧୩ ଏବଂ ‘ଏକ୍ସଆଇ’ ବୋନି କପୁର୍ଙ୍କ ଜନ୍ମଦିନ ୧୧କୁ ଦର୍ଶାଉଛି । ଟାଟୁ ମାଧ୍ୟମରେ ପରିବାର ସଦସ୍ୟଙ୍କ ଜନ୍ମଦିନ ତାରିଖକୁ ଦର୍ଶାଇବା ଭଳି ଏକ ନିଆରା ଆଇଡିଆ ସିନେପ୍ରେମୀଙ୍କୁ ଖୁବ୍ ପସନ୍ଦ ହୋଇଛି ଏବଂ ଏଥିପାଇଁ ବିଭିନ୍ନ ମହଲରୁ ଖୁସି ଅନେକ ପ୍ରଶଂସା ସାଉଁଟିଛନ୍ତି ।