ବିଦେଶରେ ଅଭିନୟ ଶିଖିବେ ଖୁସି
ଜାହ୍ନବୀ କପୁରଙ୍କ ପରେ ଦିବଂଗତ ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର୍ ବଲିଉଡରେ ନିଜ ଭାଗ୍ୟ ପରୀକ୍ଷା କରିବେ । ଏଥିପାଇଁ ସେ ନ୍ୟୁୟର୍କ ଫିଲ୍ମ ଆକାଡେମୀରେ ଆକ୍ଟିଙ୍ଗ୍ କୋର୍ସରେ ନାମ ଲେଖାଇଛନ୍ତି । ମଙ୍ଗଳବାର ଦିନ ସକାଳେ ଖୁସି ୟୁଏସ୍ ଗସ୍ତ କରିଥିଲେ । ଏୟାରପୋର୍ଟରେ ବୋନି କପୁରଙ୍କୁ ଗୁଡବାଏ କହିବା ସମୟରେ ଖୁସି ବେଶ୍ ଇମୋସନାଲ୍ ଥିଲେ । ନିଜ ପରିବାର ବ୍ୟତୀତ ଖୁସି ତାଙ୍କର ଦାଦା-ଖୁଡ଼ି ଓ କଜନ୍ ସିଷ୍ଟର୍ ଶନାୟା କପୁରଙ୍କ ସହିତ ଖୁବ୍ କ୍ଲୋଜ୍ । ତେଣୁ ଖୁସିଙ୍କ ଅନୁପସ୍ଥିତି ତାଙ୍କୁ ମଧ୍ୟ ଖୁବ୍ ବ୍ୟଥିତ କରିଛି । ତେଣୁ ଖୁସିଙ୍କ ଖୁଡ଼ି ମହିପ୍ କପୁର୍ ତାଙ୍କୁ ଇମୋସନାଲ୍ ମେସେଜ୍ ସହିତ ଖୁସି ଓ ଶନାୟାଙ୍କର ଏକ ଫଟୋ ମଧ୍ୟ ସେୟାର୍ କରିଥିଲେ ।
ଖୁସି ବିଦେଶ ଗସ୍ତ କରିବା ସମ୍ପର୍କରେ ଜାହ୍ନବୀ ବହୁ ପୂର୍ବରୁ ଏକ ମିଡିଆ ସାକ୍ଷାତକାରରେ କିଛି ହିଣ୍ଟସ୍ ଦେଇଥିଲେ । ଜାହ୍ନବୀଙ୍କ କହିବା ଅନୁଯାୟୀ ଖୁସି ପ୍ରଥମ ଥର ପାଇଁ ଏକୁଟିଆ ବିଦେଶ ଯାଉଥିବାରୁ ପିତା ବୋନି କପୁର୍ଙ୍କ ସହିତ ପୁରା ପରିବାର ଚିନ୍ତିତ ଅଛନ୍ତି । ବିଦେଶରୁ ଫେରିବା ପରେ ଖୁସି ବଲିଉଡରେ ଏଣ୍ଟ୍ରି କରିବେ ।











