ଲିକ୍ ହେଲା ‘ଖତ୍ରୋଁ କେ ଖିଲାଡ଼ି’ର ଫାଇନାଲ୍ ୩ଜଣ ପ୍ରତିଯୋଗୀଙ୍କ ନାମ

କଲର୍ସ ଚ୍ୟାନେଲର ଲୋକପ୍ରିୟ ରିଏଲିଟି ଶୋ’ ‘ଖତ୍ରୋଁ କେ ଖିଲାଡ଼ି’ର ୩ଜଣ ଫାଇନାଲ୍ ପ୍ରତିଯୋଗୀଙ୍କ ନାମ ଲିକ୍ ହୋଇଥିବା ଖବର ମିଳିଛି । ତାଜା ଖବର ଅନୁଯାୟୀ ଆର୍ଜେଣ୍ଟିନାରେ ଅନେକ ଦିନର କଡ଼ା ସଂଘର୍ଷ ଓ ପ୍ରତିଯୋଗୀଙ୍କ ପରିଶ୍ରମ ଫଳରେ ଶୋ’ର ସୁଟିଂ ସରିଯାଇଛି । ଏଥିରେ କିଏ ବିଜେତା ହେବ, ତାହା ମଧ୍ୟ ଜଣାପଡ଼ିଛି ଏବଂ ଫାଇନାଲ୍ ରାଉଣ୍ଡ୍ରେ ଏହାର ଘୋଷଣା କରାଯାଇଥାନ୍ତା । କିନ୍ତୁ ଏବେ ଶୋ’ର ମଝିରେ ହିଁ ୱିନରଙ୍କ ନାମ ଲିକ୍ ହୋଇଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ଫାଇନାଲ୍ ରାଉଣ୍ଡର ସେହି ୩ଜଣ ପ୍ରତିଯୋଗୀ ହେଉଛନ୍ତି – ରିଦ୍ଧିମା, ପୁନିତ୍ ଓ ଆଦିତ୍ୟ । ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ ଏହି ୩ଜଣ ପ୍ରତିଯୋଗୀଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା ଏବଂ ଏମାନେ କ୍ଷତବିକ୍ଷତ ହୋଇଥିଲେ । ତଥାପି ଏହି ୩ଜଣଙ୍କ ଉତ୍ସାହ ଫିକା ପଡ଼ିନଥିଲା । ଶୋ’ର ମଧ୍ୟଭାଗରେ ଫାଇନାଲ୍ ପ୍ରତିଯୋଗୀଙ୍କ ନାମ ଜଣାପଡ଼ିଯାଇ ଥିବାରୁ ଏହାର ଟିଆର୍ପି ପ୍ରଭାବିତ ହେବ ଏବଂ ଦର୍ଶକଙ୍କ ଉତ୍ସାହ କମିଯିବ ବୋଲି ଶୋ’ ନିର୍ମାତା ନିରାଶ ଅଛନ୍ତି । କିନ୍ତୁ ଏଭଳି ଏକ ଭୁଲ୍ କେମିତି ଓ କାହାଦ୍ୱାରା ହେଲା, ଏ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ ।

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ

‘ବାହୁବଳୀ’କୁ ଟପିଲା ଉରି

Leave a Reply

Your email address will not be published.