‘ଖତରୋ କେ ଖିଲାଡ଼ି ସିଜନ୍ ୧୦’ରେ ୧୦ ପ୍ରତିଯୋଗୀ

‘କଲର୍ସ’ର ଲୋକପ୍ରିୟ ରିଏଲିଟି ଷ୍ଟଣ୍ଟ୍ ଶୋ’ ‘ଖତରୋଁ କେ ଖିଲାଡ଼ି’ର ୧୦ମ ସଂସ୍କରଣ ଖୁବ୍ ଶୀଘ୍ର ଅନଏୟାର୍ ହେବାକୁ ହେବାକୁ ଯାଉଛି । ଏହି ଶୋ’ର ପ୍ରତିଯୋଗୀ କିଏ ହେବ ତାହାକୁ ନେଇ ଅନେକ ଖବର ଶୁଣିବାକୁ ମିଳିଥିଲା । କିନ୍ତୁ ଏବେ ଏହାର ଫାଇନାଲ୍ ପ୍ରତିଯୋଗୀଙ୍କ ନାଁ ସାମନାକୁ ଆସିଛି । ଶୋ’ର ମେକର୍ସ ୧୦ ଜଣ ପ୍ରତିଯୋଗୀଙ୍କ ନାଁରେ ମୋହର ମାରିଛନ୍ତି । ଆଗାମୀ ଅଗଷ୍ଟ ୧ ତାରିଖରୁ ଶୋ’ର ସୁଟିଂ ଆରମ୍ଭ ହେବ ଏବଂ ଏହି ୧୦ ଜଣ ପ୍ରତିଯୋଗୀ ସୁଟିଂ ପାଇଁ ବୁଲଗେରିଆ ଗସ୍ତ କରିବେ ବୋଲି ସୂଚନା ମିଳିଛି । ତେବେ ସେହି ୧୦ ଜଣ ପ୍ରତିଯୋଗୀ ହେଉଛନ୍ତି –
୧- ‘ଏକ୍ ବୀରା କି ଅରଦାସ୍ ବୀରା’, ‘ ଇଣ୍ଟରନେଟ୍ ୱାଲା ଲଭ୍’, ଓ ‘ଇସ୍କ ମେ ମନମର୍ଜିିୟାଁ’ ଭଳି ଶୋ’ରେ ନଜର ଆସିଥିବା ଟେଲି ତାରକା ଶିଭିନ୍ ନାରଙ୍ଗ ପ୍ରଥମ ଥର ପାଇଁ ରିଏଲିଟି ଶୋ’ରେ ଭାଗ ନେବେ ।
୨- ‘ନାଗୀନ୍’ରେ ଶିବନ୍ୟାଙ୍କର ଭଊଣୀ ଭୂମିକାରେ ଥିବା ତାରକା ଅଦା ଖାନ୍ ଏହି ଶୋ’ରେ ଭାଗ ନେବେ ।
୩- ଏଫଏମ୍ର ଆର୍ ଜେ ମଲିଷ୍କା ମଧ୍ୟ ଏହି ଷ୍ଟଣ୍ଟ ଶୋ’ ପାଇଁ ମନୋନୀତ ହୋଇଛନ୍ତି ।
୪- ‘ସ୍ୱରାଗିଣୀ’, ‘ସିଲସିଲା ବଦଲତେ ରିସ୍ତୋଁ କା’ ଓ ‘ପେହେରେଦାର୍ ପିୟା’ ଫେମ୍ ତେଜସ୍ୱୀ ପ୍ରକାଶ ଏହି ରିଏଲଟି ଶୋ’ ପାଇଁ ଦମଦାମ୍ ପୂର୍ବ ପ୍ରସ୍ତୁତି କରୁଛନ୍ତି ।
୫- ଫିଲ୍ମ ‘ରାଜି’ରେ ଆଲିଆଙ୍କ ଭାଉଜ ଭୂମିକାରେ ଥିବା ଟେଲି ତାରକା ଅମୃତା ଖାନଭିଲକରଙ୍କୁ ମଧ୍ୟ ଏହି ଶୋ’ର ପ୍ରତିଯୋଗୀ ଭାବେ ଦେଖିବାକୁ ମିଳିବ ।
୬- ଦକ୍ଷ ଓ ଲୋକପ୍ରିୟ କୋରିଓଗ୍ରାଫର୍ ଧର୍ମେଶ୍ ଶୋ’ର ପ୍ରତିଯୋଗୀ ତାଲିକାରେ ଅଛନ୍ତି ।
୭- ଭୋଜପୁରୀ ଫିଲ୍ମ ଅଭିନେତ୍ରୀ ରାନୀ ଚାଟାର୍ଜି ମଧ୍ୟ ରୋହିତ ସେଟ୍ଟିଙ୍କ ଏହି ଶୋ’ରେ ଏଣ୍ଟଣ୍ଟ୍ରୀ କରିବାର ସୁଯୋଗ ପାଇଛନ୍ତି ।
୮- ‘ୟେ ହେ ମୋହାବତେଁ’ର ତାରକା କରଣ ପଟେଲ୍ଙ୍କୁ ଏହି ଶୋ’ରେ ଦେଖିବାକୁ ମିଳିବ ।
୯- କମେଡ଼ି ଓ ନିଜର ମିଠା କଣ୍ଠସ୍ୱର ପାଇଁ ଅଗଣିତ ପ୍ରଶଂସକଙ୍କ ହୃଦୟ ଜିତି ନେଇଥିବା ସେଲିବ୍ରିଟି ବଲରାଜ୍ ସୟାସ୍ ଏହି ଶୋ’ ମାଧ୍ୟମରେ ଷ୍ଟଣ୍ଟ୍ ଦୁନିଆରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି ।
୧୦ – ଛୋଟ ଓ ବଡ଼ ପରଦାରେ ନିଜର ପ୍ରତିଭା ଦେଖାଇବା ପରେ କରିସ୍ମା ତନ୍ନା ‘ଖତରୋଁ କେ ଖିଲାଡ଼ି’ର ଅଂଶୀଦାର୍ ହେବାକୁ ଯାଉଛନ୍ତି ।

Leave a Reply

Your email address will not be published. Required fields are marked *