ଖରସ୍ରୋତା ପାନୀୟ ଜଳ ପ୍ରକଳ୍ପ ବିରୋଧରେ କନିକାବାସୀଙ୍କ ମେଳି: ପ୍ରକଳ୍ପରୁ ଓହରିଲା ଠିକା ସଂସ୍ଥା

କେନ୍ଦ୍ରାପଡା଼,(ଓଟି):କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ପ୍ରବାହିତ ଖରସ୍ରୋତା ନଦୀରୁ ପାଇପ ଯୋଗେ ପାଣି ନେଇ ଭଦ୍ରକ ଜିଲ୍ଲାବାସୀଙ୍କ ପାନୀୟ ଜଳ ଯୋଗାଇ ଦିଆଯିବାକୁ କରାଯାଉଥିବା ପ୍ରକଳ୍ପକୁ ରାଜକନିକାବାସୀଙ୍କ ଘୋର ବିରୋଧ ଯୋଗୁ ଏହି ପ୍ରକଳ୍ପରୁ ଓହରି ଯାଇଛି ପ୍ରକଳ୍ପ ନିର୍ମାଣ ଦାୟିତ୍ୱରେ ଥିବା ଠିକା ସଂସ୍ଥା । ଏପରି କି ଖରସ୍ରୋତା ନଦୀପଠାରେ ଠିକା ସଂସ୍ଥା ପକାଇଥିôବା ଅସ୍ଥାୟୀ କ୍ୟାମ୍ପ ଅଫିସକୁ ଠିକା ସଂସ୍ଥା ଉଠାଇ ନେଇଛି ଓ ଚାନ୍ଦବାଲି ପଟରୁ ଏଠାକୁ ଟ୍ରର ଯୋଗେ ଆସୁଥିବା ଲୁହା ପେଇପ ଆଉ ୨ ଦିନ ହେଲା ରାଜକନିକାକୁ ଆସୁ ନାହିଁ ।

ରାଜକନିକା ଅଂଚଳ ଦେଇ ପ୍ରବାହିତ ଖରସ୍ରୋତା ନଦୀରୁ ପାଇପ ଯେଗେ ପାଣି ନିଆଯାଇ ଭଦ୍ରକ ଜିଲ୍ଲାବାସୀଙ୍କୁ ପାନୀୟ ଜଳ ଯୋଗାଇ ଦେବାକୁ ନାବାର୍ଡ ସହାୟତାରେ ୭୫୪ କୋଟି ଟଙ୍କା ବ୍ୟୟରେ ଏକ ମେଗା ପନୀୟ ଜଳପ୍ରକଳ୍ପ ନିର୍ମାଣ କରାଯିବାକୁ ସରକାରଙ୍କ ପକ୍ଷରୁ ଯୋଜନା କରାଯାଇଥିଲେ ହେଁ ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କୁ ଅନ୍ଧାରରେ ରଖାଯାଇଥିଲା । କିନ୍ତୁ ପ୍ରକଳ୍ପ ନିର୍ମର୍ାଣ କାର୍ଯ୍ୟ ଆରମ୍ଭ ହେବା ପରେ ଏ ବିଷୟରେ ରାଜକନିକାବାସୀ ଜାଣିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ସ୍ଥାନୀୟ ଲୋକେ କନିକା ମେଲଣ ପଡ଼ିଆରେ ମେଳି କରି ଯୁଦ୍ଧଂଦେହୀ ଡାକରା ଦେଇଥିଲେ ।ଲୋକେ ମେଲଣ ପଡ଼ିଆରେ ଏକତ୍ରିତ ହୋଇ ମରିବୁ ପଛେ ଖରସ୍ରୋତାକୁ ଶୁଖିବାକୁ ଦେବୁ ନାହିଁ ବୋଲି ଶପଥ ନେଇଥିଲେ । ଏ ସମ୍ପର୍କରେ ଡାକବାଜି ଯନ୍ତ୍ର ଯୋଗେ ଗାଁ ଗାଁରେ ପ୍ରଚାର କରାଯିସବା ପରେ ମେଲଣ ପଡ଼ିରେ ରବିବାର ଖରସ୍ରୋତା ବଂଚାଅ ଅଭିଯାନ କମିଟିର ନେତୃତ୍ୱରେ ହଜାର ହଜାର ଲୋକେ ରୁଣ୍ଡ ହୋଇ ଖୋଲା ଖୋଲି ଭାବେ ବିଦ୍ରାହ ଘୋଷଣା କରିଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲାର ପଡ଼ୋଶୀ ଜିଲ୍ଲା ଜଗତସିଂପୁର ଓ ଯାଜପୁର ଜିଲ୍ଲାରେ ଶିଳ୍ପ ଗଢି ଉଠୁଥିବା ସହ ସେଠାକାର ଲୋକେ ନିଯୁକ୍ତି ଓ ରୋଜଗାରର ସୁଯୋଗ ପାଉଛନ୍ତି । କିନ୍ତୁ ଯାଜପୁର ଓ ଜଗତସିଂପୁର ଜିଲ୍ଲାର ଶିଳ୍ପ ଯୋଗୁ କ୍ଷତିଗ୍ରସ୍ଥ୍ ହେଉଥିବା କେନ୍ଦ୍ରାପଡ଼ା ଜିଲ୍ଲାବାସୀ କୌଣସି ପ୍ରକରେ ଲାଭବାନ ହେଉନଥିବା ବେଳେ ଏବେ କେନ୍ଦ୍ରପଡ଼ା ଜିଲ୍ଲାର ନଦୀନାଳ ଉପରେ ଦୃଷ୍ଟି ପଡ଼ିଛି ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବାହିତ ନଦୀକୁ ଶୁଖାଇ ଭଦ୍ରକ ଜିଲ୍ଲାବାସୀଙ୍କୁ ପାଣି ଯୋଗାଇ ଦିଆଯିବାକୁ ସହ୍ୟକରାଯିବ ନାହିଁ ବୋଲି ଏହି ମେଳିରେ ମତପ୍ରକାଶ ପାଇଛି । ସେହିପରି ଭଦ୍ରକ ଜିଲ୍ଲାରେ ଅନେକ ଚିରସ୍ରୋତା ନଦୀ ଥିବା ବେଳେ କେନ୍ଦ୍ରପଡ଼ା ଦେଇ ପ୍ରବାହିତ ଖରସ୍ରୋତା ନଦୀରୁ କାହିଁକି ଭଦ୍ରକ ଜିଲ୍ଲାକୁ ପାଣି ନିଆଯିବ ବୋଲି ମଧ୍ୟ ମେଳିରେ ପ୍ରଶ୍ନ ଉଠିଛି ।

Leave a Reply

Your email address will not be published.