ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ପହଞ୍ଚି ପାରିଲେନି ଖାନ୍ ତିକଡ଼ି ଓ ଅକ୍ଷୟ, ଜାଣନ୍ତୁ କାରଣ

ନିକଟରେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହି ଭବ୍ୟ ଉତ୍ସବରେ ଅନେକ ବଲିଉଡ୍ ତାରକା ମଧ୍ୟ ଅତିଥି ଭାବେ ଯୋଗ ଦେବାର ସୌଭାଗ୍ୟଲାଭ କରିଥିଲେ । କିନ୍ତୁ ବଲିଉଡ୍ ଅଭିନେତ୍ରୀ କାଜଲ୍ ଅଗ୍ରୱାଲ୍ଙ୍କ ନିକଟରେ ନିମନ୍ତ୍ରଣ ପତ୍ର ପହଞ୍ଚିବାରେ ବିଳମ୍ବ ହୋଇଥିବା ଯୋଗୁଁ ସେ ଉତ୍ସବରେ ଯୋଗ ଦେଇପାରିନଥିଲେ ବୋଲି ଖବର ଶୁଣିବାକୁ ମିଳିଥିଲା । କିନ୍ତୁ ଏବେ ଆଉ ଏକ ଖବର ଅନୁଯାୟୀ ବଲିଉଡର ଖାନ୍ ତିକଡ଼ି ଅର୍ଥାତ୍ ସଲମାନ୍, ଶାହରୁଖ୍, ଅମୀର୍ ଓ ଖିଲାଡ଼ି କୁମାର ଅକ୍ଷୟ ମଧ୍ୟ ସମାରୋହରେ ସାମିଲ୍ ହେବାରୁ ବଂଚିତ ହୋଇଥିଲେ । ଏହି ୪ ଜଣ ନାମୀଦାମୀ ଓ ଆଗଧାଡ଼ିର ତାରକାଙ୍କ ଅନୁପସ୍ଥିତି ସିନେପ୍ରେମୀଙ୍କୁ ସାମନ୍ୟ ବ୍ୟଥିତ କରିଛି ।

ତେବେ ଏହାର କାରଣ ଜଣାପଡ଼ିବା ପରେ ସେମାନେ ଟିକେ ଆଶ୍ୱସ୍ତ ହୋଇଛନ୍ତି । ତେବେ ଆସନ୍ତୁ ଜାଣିବା ସେହିସବୁ କାରଣ କ’ଣ –
ଅକ୍ଷୟ- ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ସୁଟିଂ ପାଇଁ ଅକ୍ଷୟ ସପରିବାର ଥାଇଲାଣ୍ଡ୍ ଯାଇଛନ୍ତି । ସେଠାରେ ଫିଲ୍ମର ଏକ ଗୁରୁତ୍ୱପୂଣର୍୍ ଆକ୍ସନ୍ ଦୃଶ୍ୟର ସୁଟିଂ ଚାଲିଛି ।
ସଲମାନ୍- ସଲମାନ୍ ଏବେ ତାଙ୍କର ଆଗାମୀ ଫିଲ୍ମ ‘ଭାରତ’ର ପ୍ରମୋସନ୍ ଓ ‘ଦଙ୍ଗବ୩’ର ସୁଟିଂରେ ବ୍ୟସ୍ତ ଅଛନ୍ତି ।
ଅମୀର୍ – ଅମୀର୍ ତାଙ୍କର ଏକ ଏନଜିଓ ପାନି ଫାଉଣ୍ଡେସନ୍ର କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ।
ଶାହରୁଖ୍ – ଆଜିକାଲି ଶାହରୁଖ୍ ଛୋଟ ପରଦାର ଶୋ’ ‘ଟେଡ୍ ଟକ୍’ର ସୁଟିଂରେ ବ୍ୟସ୍ତ ଥିବାରୁ ସେ ଉତ୍ସବରେ ସାମିଲ୍ ହୋଇପାରିନଥିଲେ । ଏହି ଶୋ’ ଷ୍ଟାରପ୍ଲାସ୍ ପକ୍ଷରୁ ପ୍ରସାରିତ କରାଯିବ ।

Leave a Reply

Your email address will not be published.