ଥମିନି ‘କେଶରୀ’ର କ୍ରେଜି, ବଢିଚାଲିଛି ବକ୍ସଅଫିସ୍ କଲେକସନ୍
ହୋଲିର ଗୋଟିଏ ଦିନ ପୂର୍ବରୁ ମୁକ୍ତିଲାଭ କରିଥିବା ଅକ୍ଷୟ କୁମାରଙ୍କ ଅଭିନୀତ ‘କେଶରୀ’ର ମୋହରୁ ଆଜିପର୍ଯ୍ୟନ୍ତ ଦର୍ଶକ ନିଜକୁ ଦୂରେଇ ପାରୁନାହାନ୍ତି । ଇତିମଧ୍ୟରେ ‘ଜଙ୍ଗଲୀ’, ‘ନୋଟବୁକ୍’, ‘ଗନକେଶ୍’, ‘ରୋମିଓ ଆକବର୍ ୱାଲଟର୍(ର)’ ଓ ‘ଦ ତଶେକେଣ୍ଟ୍’ ଫାଇଲ୍ ଭଳି ୫-୬ଟି ଫିଲ୍ମ ରିଲିଜ୍ ହୋଇଯାଇଥିଲେ ମଧ୍ୟ ବକ୍ସ ଅଫିସରେ ‘କେଶରୀ’ର ଜଲୱା ଥମିନାହିଁ । ଦିନକୁ ଦିନ ଏହାର ବ୍ୟବସାୟ ବୃଦ୍ଧି ହେବାରେ ଲାଗିଛି । ଫିଲ୍ମଟି ରିଲିଜ୍ ହେବାର ୨୫ ଦିନ ବିତିଯାଇଥିଲେ ମଧ୍ୟ ପ୍ରତ୍ୟେକ ସପ୍ତାହରେ ଏହାର ବ୍ୟବସାୟ ବୃଦ୍ଧି ହେବାରେ ଲାଗିଛି । ଫାଷ୍ଟ୍ ୱିକଏଣ୍ଡରେ ‘କେଶରୀ’ ୧୦୫ କୋଟି ୮୬ ଲକ୍ଷ ଟଙ୍କାର ବ୍ୟବସାୟ କରିଥିଲା । ଦ୍ୱିତୀୟ ୱିକଏଣ୍ଡରେ ୨୯କୋଟି ୬୬ ଲକ୍ଷ ଏବଂ ତୃତୀୟ ୱିକଏଣ୍ଡରେ ଏହାର ବ୍ୟବସାୟ ହେଉଛି ୧.୬୯ କୋଟି । ଚତୁର୍ଥ ୱିକଏଣ୍ଡରେ ଏହା ୩. ୭୦କୋଟି ଟଙ୍କାର ବ୍ୟବସାୟ କରିଛି ।
ତେବେ ମୋଟ ଉପରେ କହିବାକୁ ଗଲେ ଏହି ଫିଲ୍ମ ୧୫୦ କୋଟି ୯୧ ଲକ୍ଷ ଟଙ୍କାର ବ୍ୟବସାୟ କରିସାରିଛି । ଫାଷ୍ଟ ୱିକଏଣ୍ଡରେ ଏହା ୧୦୦କୋଟି ଫିଲ୍ମ କ୍ଲବରେ ସାମିଲ୍ ହୋଇଥିବାର ରେକର୍ଡ଼ କରିଥିଲାବେଳେ ଏବେ ୧୫୦ କୋଟି ଫିଲ୍ମ କ୍ଲବ୍ରେ ମଧ୍ୟ ଏହା ସ୍ଥାନ ଗ୍ରହଣ କରିଛି । ଏଭଳି ସଫଳତା ପାଇଁ ସମ୍ପୂର୍ଣ୍ଣ ଫିଲ୍ମଟିମ୍ ସହିତ ପ୍ରଶଂସକ ମହଲରେ ଖୁସିର ଲହରୀ ଖେଳିଯାଇଛି ।