୧୦୦କୋଟି କ୍ଲବରେ ‘କେଶରୀ’, ଏହା ସହିତ କଲା ଆଉ ଏକ ନୂଆ ରେକର୍ଡ଼

ବି ଟାଉନର ଖିଲାଡ଼ି ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘କେଶରୀ’ ୧୦୦ କୋଟି ଫିଲ୍ମ କ୍ଲବରେ ସାମିଲ୍ ହୋଇଥିବାର ଖୁସି ଖବର ଏବେ ସାମନାକୁ ଆସିଛି । ହୋଲିକୁ ଦୃଷ୍ଟିରେ ରଖି ଗତ ଶୁକ୍ରବାର ବଦଳରେ ଗୁରୁବାର ଦିନ ଏହି ଫିଲ୍ମ ରିଲିଜ୍ କରାଯାଇଥିଲା । ଓପନିଙ୍ଗ୍ ଡେ’ରେ ହିଁ ଏହି ଫିଲ୍ମ ଧମାକେଦାର୍ ବ୍ୟବସାୟ କରିଥିଲା । ୨୧.୦୬ କୋଟି ଟଙ୍କା ସହିତ ଖାତା ଖୋଲିଥିବା ଏହି ଫିଲ୍ମ ଶୁକ୍ରବାର ଦିନ ୧୬.୭୫ କୋଟି, ଶନିବାର ଦିନ ୧୮.୭୫ କୋଟି, ରବିବାର ଦିନ ୨୧.୫୧ କୋଟି ଟଙ୍କାର ବ୍ୟବସାୟ କରିଥିଲା । ରବିବାର ଦିନ ଠାରୁ ଆଜିପର୍ଯ୍ୟନ୍ତ ଫିଲ୍ମର ମୋଟ ବ୍ୟବସାୟ ୧୦୦ କୋଟିରୁ ଅଧିକ ହୋଇସାରିଛି ।

୨୧ ଜଣ ଶିଖ୍ ଯୋଦ୍ଧାଙ୍କ ବିରତ୍ୱର କାହାଣୀ ବର୍ଣ୍ଣନା କରୁଥିବା ଏହି ଫିଲ୍ମ ୧୦୦କୋଟି ଫିଲ୍ମ କ୍ଲବ୍ରେ ସାମିଲ୍ ହେବା ସହ ଆଉ ଏକ ନୂଆ ରେକର୍ଡ଼ କରିଛି । ତାହା ହେଉଛି ମାତ୍ର ୭ ଦିନ ମଧ୍ୟରେ ଏହି ଫିଲ୍ମ ୧୦୦ କୋଟି କ୍ଲବରେ ସାମିଲ୍ ହୋଇପାରିଛି । ଏହା ପୂର୍ବରୁ ‘ଗଲିବୟ’ ୮ମ ଦିନରେ ଏବଂ ‘ଟୋଟାଲ୍ ଧମାଲ୍’ ୯ ଦିନରେ ୧୦୦କୋଟି ପାର୍ ହୋଇଥିଲା । ତେଣୁ ମାତ୍ର ୭ ଦିନରେ ଏଭଳି ଏକ ସଫଳତା ପାଇଁ ଏବେ ସିନେପ୍ରେମୀ ଓ ଅକିଙ୍କ ପ୍ରଶଂସକଙ୍କ ପକ୍ଷରୁ ସୋସିଆଲ୍ ମିଡିଆରେ ଶୁଭକାମନାର ସୁଅ ଛୁଟିଛି । ଅନେକ ପ୍ରଶଂସକ ୨୧ ଜଣ ଶିଖ୍ ଯୋଦ୍ଧାଙ୍କ ନାମ ଲେଖି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଅକିଙ୍କ ଅଭିନୟ ଓ ଆକ୍ସନ୍ ପାଇଁ ଭୁରି ଭୁରି ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published.