ରେକର୍ଡ଼ କଲା ‘କେଶରୀ’, ଜାଣନ୍ତୁ ବକ୍ସ ଅଫିସ୍ ହାଲଚାଲ୍
ଐତିହାସିକ ବିରତ୍ୱର କାହାଣୀ କହୁଥିବା ‘କେଶରୀ’ ରିଲିଜ୍ ହେବାର ମାତ୍ର ଦୁଇଦିନ ଭିତରେ ବକ୍ସ ଅଫିସ୍ ବ୍ୟବସାୟ କ୍ଷେତ୍ରରେ ରେକର୍ଡ଼ କରିସାରିଛି । ବି ଟାଉନର ଖିଲାଡ଼ି ଅକ୍ଷୟ କୁମାରଙ୍କ ଅଭିନୀତ ଏହି ଦମ୍ଦାର୍ ଫିଲ୍ମ ଚଳିତବର୍ଷ ଓପନିଙ୍ଗ ଡେ’ ବ୍ୟବସାୟ କ୍ଷେତ୍ରରେ ସମସ୍ତ ରେକର୍ଡ଼ ଭାଙ୍ଗି ପ୍ରଥମ ସ୍ଥାନ ହାସଲ କରିଛି । ହୋଲିର ଗୋଟିଏ ଦିନ ପୂର୍ବରୁ ରିଲିଜ୍ ହୋଇଥିବା ଏହି ଫିଲ୍ମ ଓପନିଙ୍ଗ୍ ଡେ’ରେ ୨୧.୫୦କୋଟି ଟଙ୍କାର ବ୍ୟବସାୟ କରିଥିଲା । ଶୁକ୍ରବାର ଦିନ ଏହାର ବ୍ୟବସାୟ ଥିଲା ୧୬.୭୦କୋଟି ଟଙ୍କା । ।
ମୋଟ ଭାବେ ଏହି ଫିଲ୍ମ ୩୭.୭୬କୋଟି ଟଙ୍କାର ବ୍ୟବସାୟ କରି ବେଷ୍ଟ୍ ଟପ୍ ଓପନର୍ ଫିଲ୍ମ ଭାବେ ନୂଆ ରେକର୍ଡ଼ କରିଛି । ୧୯.୪୦କୋଟି ଟଙ୍କାର ବ୍ୟବସାୟ କରି ‘ଗଲିବୟ’ ୨ୟ ସ୍ଥାନରେ ଥିବାବେଳେ ଟୋଟାଲ୍ ଧମାଲ୍ ୧୬.୫୦କୋଟି ଟଙ୍କାର ବ୍ୟବସାୟ କରି ୩ୟ ସ୍ଥାନରେ ରହିଛି । ଫିଲ୍ମର ସଫଳତା ପାଇଁ ଅକି ସମସ୍ତ ଫିଲ୍ମଟିମ୍କୁ ଶୁଭକାମନା ଜଣାଇବା ସହ ଦର୍ଶକ ଓ ପ୍ରଶଂସକଙ୍କୁ ଧନ୍ୟବାଦ ଦେଇଛନ୍ତି । ଫିଲ୍ମ ପ୍ରତି ଦର୍ଶକଙ୍କ ପ୍ରତିକ୍ରିୟା ଦେଖିବା ପରେ ୱିକଏଣ୍ଡ୍ ବ୍ୟବସାୟ କ୍ଷେତ୍ରରେ ଏହା ଆଉ କିଛି ରେକର୍ଡ଼ କରିପାରେ ବୋଲି ଫିଲ୍ମ ଟ୍ରେଡ୍ ଆନାଲିଷ୍ଟମାନେ ଆଶା କରୁଛନ୍ତି ।