ରିଲିଜ୍ ହେଲା ‘କେଶରୀ’ର ନୂଆ ଗୀତ

ଅକ୍ଷୟ କୁମାରଙ୍କ ଅପକମିଙ୍ଗ୍ ଫିଲ୍ମ ‘କେଶରୀ’ର ଏକ ନୂଆ ଗୀତ ରିଲିଜ୍ କରାଯାଇଛି । ‘ତେରି ମିଟି…’ ନାମକ ଏହି ଗୀତ ଦେଶଭକ୍ତିର ଭାବନା ସହିତ ଓତଃପ୍ରୋତ ଭାବେ ଜଡ଼ିତ ଏବଂ ଦେଶ ପାଇଁ ସହିଦ୍ ହେଉଥିବା ବୀରମାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ । ଏହାର ଲିରିକସ୍ ଖୁବ୍ ସୁନ୍ଦର ଓ ଏହାର ମ୍ୟୁଜିକ୍ ବେଶ୍ ଶ୍ରୁତିମଧୁର ।

ମନୋଜ୍ ମୁଂତାଶିର୍ ଗୀତଟିକୁ ରଚନା କରିଥିବାବେଳେ କମ୍ପୋଜ୍ କରିଛନ୍ତି ଅର୍କୋ । ବି ପ୍ରାକ୍ ଏହାକୁ ନିଜ କଣ୍ଠରେ ସଜାଇଛନ୍ତି । ଏହି ଗୀତ ମାଧ୍ୟମରେ ଦେଶ ପାଇଁ ସହିଦ୍ ହୋଇଥିବା ବୀର ଜବାନମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି । ଏହି ଗୀତକୁ ଶ୍ରୋତାମାନେ ଖୁବ୍ ପସନ୍ଦ କରୁଛନ୍ତି ଏବଂ ଅକ୍ଷୟଙ୍କ ଫ୍ୟାନଙ୍କ ପକ୍ଷରୁ ଏହାକୁ ଖୁବ୍ ପ୍ରଶଂସା କରାଯାଉଛି । ଅକ୍ଷୟ କୁମାର ଓ ପରିଣୀତି ଚୋପ୍ରାଙ୍କ ଅଭିନୀତ ସତ ଘଟଣା ଉପରେ ଆଧାରିତ ଏହି ଐତିହାସିକ ବିରତ୍ୱର କାହାଣୀ ‘କେଶରୀ’ ଆସନ୍ତା ୨୧ ତାରିଖରେ ସିନେମାଘରକୁ ଆସିବ ।

Leave a Reply

Your email address will not be published.