ଜାପାନରେ ରିଲିଜ୍ ହେବ ଅକିଙ୍କ ଏହି ଫିଲ୍ମ, ଓଭର୍ସିଜ୍ ବ୍ୟବସାୟ ୨୦୪ କୋଟି

ୱାଲର୍ଡ଼ୱାଇଡ୍ ବ୍ୟବସାୟ କ୍ଷେତ୍ରରେ ୨୦୪ କୋଟି ଟଙ୍କାର ବ୍ୟବସାୟ କରିଥିବା ଖିଲାଡ଼ି କୁମାର ଅକିଙ୍କ ଅଭିନୀତ ଏକ ଫିଲ୍ମ ଖୁବ୍ ଶିଘ୍ର ଜାପାନରେ ରିଲିଜ୍ ହେବାକୁ ଯାଉଛି । ଫିଲ୍ମର କାହାଣୀ ଭାରତର ଐତିହାସିକ ପୃଷ୍ଟଭୂମି ଉପରେ ଆଧାରିତ । ଏବେ ଆପଣ ତ ନିଶ୍ଚିତ ଭାବେ ଫିଲ୍ମର ନାଁ ଜାଣି ପାରିଥିବେ । ଆଜ୍ଞା ହଁ, ଅକିଙ୍କ ଅଭିନୀତ ବ୍ଲକବଷ୍ଟର୍ ଫିଲ୍ମ ‘କେଶରୀ’ ଜାପାନରେ ରିଲିଜ୍ ହେବାକୁ ଯାଉଛି । ଅକ୍ଷୟ ଏହି ଖୁସି ଖବରକୁ ପ୍ରଶଂସକଙ୍କ ସହିତ ସେୟାର୍ କରିବା ସହିତ ଟ୍ୱିଟର୍ ମାଧ୍ୟମରେ ଫିଲ୍ମର ରିଲିଜ୍ ଡେଟର ସୂଚନା ଦେଇଛନ୍ତି । ଆସନ୍ତା ଅଗଷ୍ଟ ୧୬ ତାରିଖରେ ଫିଲ୍ମଟି ଜାପାନର ସିନେମାଘରକୁ ଆସିବ ।

୧୮୯୭ ମସିହାରେ ସରାଗଢିରେ ହୋଇଥିବା ଐତିହାସିକ ବିରତ୍ୱର କାହାଣୀକୁ ନେଇ ‘କେଶରୀ’ ନିର୍ମିତ । ୧୦ ହଜାର ଆଫଗାନୀ ସୈନ୍ୟଙ୍କ ସହିତ ମାତ୍ର ୨୧ ଜଣ ଶିଖ୍ ଏହି ଯୁଦ୍ଧ ଲଢି ବିଜୟୀ ହୋଇଥିଲେ । ଅକ୍ଷୟ ଓ ପରିଣୀତି ଚୋପ୍ରାଙ୍କ ଅଭିନୀତ ଏହି ଫିଲ୍ମ ଭାରତରେ ରିଲିଜ୍ ହେବାର ମାତ୍ର ୭ ଦିନ ମଧ୍ୟରେ ୧୦୦କୋଟିରୁ ଊଦ୍ଧ୍ୱର୍ ଟଙ୍କାର ବ୍ୟବସାୟ କରିଥିଲା । ଏହାର ଓପନିଙ୍ଗ ଡେ’ ବ୍ୟବସାୟ ଥିଲା ପ୍ରାୟ ୨୧ କୋଟି ଟଙ୍କା ।

Leave a Reply

Your email address will not be published. Required fields are marked *