କେନ୍ଦ୍ରାପଡ଼ା ଏସ୍‌ପିଙ୍କ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର: ତଦନ୍ତ କରିବେ ଆଇଜି, କାର୍ଯ୍ୟାନୁଷ୍ଠାନ ଦାବି କଲେ ବିଧାୟକ

ଭୁବନେଶ୍ଵର, (ଓଟି): ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡ଼ା ଗସ୍ତକୁ ନେଇ ଅତି ଉତ୍ସାହିତ ହୋଇପଡ଼ିଥିବା ଏସ୍‌ପି ନିତି ଶେଖରଙ୍କ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର, ଚାପୁଡ଼ା ମାରିବାକୁ ଉଦ୍ୟମ ଆଦି ପ୍ରସଙ୍ଗ ସାରା ରାଜ୍ୟରେ ଆଲୋଚନାର ବିଷୟବସ୍ତୁ ହୋଇଥିଲେ ମଧ୍ୟ ଏହାକୁ କବର ଦେବାକୁ ଉଦ୍ୟମ କରାଯାଇଛି। ସାରା ରାଜ୍ୟରେ ଏନେଇ ପ୍ରତିବାଦ ଓ ଏସ୍‌ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି। କିନ୍ତୁ ଶଶସକ ଦଳ ସମ୍ପୂଣ୍ଣ ନିରବ ରହିଛି। ଅପରପକ୍ଷେ ବିଧାନସଭାରେ ଏ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ଏସ୍‌ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଥିବା ବେଳେ ବାଚସ୍ପତି କହିଛନ୍ତି, ସେ (ଏସ୍‌ପି) କ୍ଷମା ମାଗି ସାରିଥିବାରୁ ଆଉ ଏ ବିଷୟରେ ଆଲୋଚନା ଅନାବଶ୍ୟକ । ହେଲେ ବିରୋଧୀ ଦଳ ବିଧାୟକମାନେ ବାଚସ୍ପତିଙ୍କ ନିଷ୍ପତ୍ତିକୁ ଗ୍ରହଣ କରିପାରୁ ନାହାନ୍ତି ବୋଲି କହିଛନ୍ତି।

ବିରୋଧୀ ଦଳ ନେତା ପ୍ରଦୀପ ନାୟକ କହିଛନ୍ତି, ସାମ୍ବାଦିକଙ୍କୁ ଏସ୍‌ପିଙ୍କ ଅସଦ୍ ବ୍ୟବହାର ଦୁର୍ଭାଗ୍ୟଜନକ। ଏହା ପ୍ରଥମ ଥର ନୁହେଁ, ରାଜ୍ୟରେ ବାରମ୍ବାର ଘଟିଛି। ଏଣୁ ଏସ୍‌ପିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବାଚସ୍ପତିି ନିର୍ଦେଶ ଦିଅନ୍ତୁ।

ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ବିଜେଡିର କର୍ମୀ ବୋଲି କହିଛନ୍ତି ବିରୋଧୀ ଦଳ ନେତା। ଏପରିକି ଜିଲ୍ଲାପାଳଙ୍କୁ ଦଳର ଜିଲ୍ଲା ସଭାପତି ଏବଂ ଏସ୍‌ପିଙ୍କୁ ସମ୍ପଦେକ ବୋଲି ବି ସେ ଅଭିହିତ କରିଛନ୍ତି।

ସେହିପରି ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ କହିଛନ୍ତି, ଏସ୍‌ପିଙ୍କ ଏପରି ଆଚରଣ ଚତୁର୍ଥସ୍ତମ୍ଭ ପ୍ରତି ପରିହାସ। ସାମ୍ବାଦିକଙ୍କୁ ଏପରି ଅନେକ ସମୟରେ ଆକ୍ରମଣ ହେଉଛି। ମହାରାଷ୍ଟ୍ର ଭଳି ଓଡ଼ିଶାରେ ମଧ୍ୟ ସାମ୍ବାଦିକଙ୍କ ସୁରକ୍ଷା ଲାଗି ଆଇନ ବ୍ୟବସ୍ଥା ହେଉ ବୋଲି ସେ ଦାବି କରିଛନ୍ତି।

କଂଗ୍ରେସ ପିଧାୟକ ତାରା ପ୍ରସାଦ ବାହିନୀପତି ଏ ପ୍ରସଙ୍ଗରେ ନିଜ ମତ ରଖି ବାଚସ୍ପତିଙ୍କଠାରୁ ରୁଲିଂ ଆଶା କରିଛନ୍ତି। ସେ କହିଛନ୍ତି ଏବେ ରାଜ୍ୟର ଶାସନ କିପରି ପରିଚାଳିତ ହେଉଛି ତାହା ଅଜଣା। ଏହା ଗଣତନ୍ତ୍ର ନା ରାଜତନ୍ତ୍ର ନା ପୁଲିସ ତନ୍ତ୍ର ସେ ବାବଦରେ ସରକାର ସ୍ପଷ୍ଟ କରନ୍ତୁ। ସାମ୍ବାଦିକଙ୍କ ଉପରେ ଏପରି ଆକ୍ରମଣ ଦେଶବା ରାଜ୍ୟ ପ୍ରତି ଶୁଭଙ୍କର ନୁହେଁ।

ବାଚସ୍ପତିଙ୍କ ରୁଲିଂ

ବାଚସ୍ପତି ଏ ସମସ୍ତ ମନ୍ତବ୍ୟ ଶୁଣିଲା ପରେ ପୂର୍ବତନ ମନ୍ତ୍ରୀ ତଥା ଗୃହର ସଦସ୍ୟ ପ୍ରଦୀପ ମହାରଥୀଙ୍କୁ କହିବା ପାଇଁ ଆମନ୍ତ୍ରଣ କରିଥିଲେ। ହେଲେ ସେ ନିଜର ବ୍ୟକ୍ତିଗତ ମାମଲାକୁ ଉପସ୍ଥାପନ କରିଥିବାରୁ ଗୃହ ମଧ୍ୟକୁ ବିଜେପି ଓ କଂଗ୍ରେସ ବିଧାୟକମାନେ ଆସି ବାଚସ୍ପତିଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ହେଲେ ବାଚସ୍ପତି ଏ ବାବଦରେ ପରେ ରୁଲିଂ ଦେବେ ବୋଲି କହିଥିଲେ। ଏହାଦ୍ଵାରା ଗ୍ୟହରେ ହୋ ହଲ୍ଲା ହୋଇଥିଲା। ପରେ ବାଚସ୍ପତି ଗୃହକୁ ମୁଲତବୀ କରିଥିଲେ। ମୁଲପବୀ ପରେ ବାଚସ୍ପତି କହିଥିଲେ, କେନ୍ଦ୍ରାପଡ଼ାର ଏସ୍‌ପି ଏ ବାବଦରେ କ୍ଷମା ମାଗି ସାରରିଛନ୍ତି। ଏଣୁ ଅଧ୍ୟକ ଆଲୋଚନା ଅନାବଶ୍ୟକ।

ଗୃହ କମିଟି ତଦନ୍ତ ଦାବି

ବାଚସ୍ପତିଙ୍କ ଲହି ରୁଲିଂକୁ ବିରୋଧୀ ଦଳ ଗ୍ରହଣ କରିପାରି ନାହିଁ। ବିରୋଧୀଦଳ ନେତା ଶ୍ରୀ ନାୟକ କହିଛନ୍ତି, ଆମେ ବାଚସ୍ପତିଙ୍କ ଏହି ନିଷ୍ପତ୍ତିକୁ ଗ୍ରହଣ କରିପାରୁ ନାହୁଁ। ଯଦି ସେ ସମ୍ପୃକ୍ତ ଏସ୍‌ପି କ୍ଷମା ମାଗିଛନ୍ତି ତେବେ ସେ ତାଙ୍କ ଦୋଷ ସ୍ଵୀକାର କରିଛନ୍ତି। ସେ ଦୋଷ ବାବଦରେ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ। ଏ ବାବଦରେ ତଦନ୍ତ ପାଇଁ ଏକ ଗୃହ କମିଟିକୁ ବାଚସ୍ପତିି ଦାୟିତ୍ଵ ଦିଅନ୍ତୁ ବୋଲି ସେ କହିଛନ୍ତି।

ଆଇଜି କରିବେ ତଦନ୍ତ

ରାଜ୍ୟ ପୁଲିସ ମହାନିର୍ଦେଶକ ଏ ବାବଦରେ ଅଧିକ ତର୍ଜମା ପାଇଁ କେନ୍ଦ୍ରାଞ୍ଚଳ ଆଇଜିଙ୍କୁ ନିର୍ଦେଶ ଦେଇଛନ୍ତି। ରିପୋର୍ଟ ଆସିବା ପରେ ଆବଶ୍ୟକ କାର୍ଯ୍ୟନେୁଷ୍ଠାନ ବାବଦରେ ଚିନ୍ତା କରାଯିବ ବୋଲି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *