କେନ୍ଦ୍ରାପଡ଼ାରେ  ଲକଡାଉନ ଉଲ୍ଲଂଘନ: ୮୯ ମାମଲା ଓ ୩ଲକ୍ଷ ୩୦ ହଜାର ଜୋରିମାନା

କେନ୍ଦ୍ରାପଡ଼ା,(ଓଡ଼ିଶା ଟାଇମ୍‌) ଜିଲ୍ଲାରେ ଲକଡାଉନ ଉଲଂଘନ କରିଥିବା ଅଗଭିଯୋଗରେ ୧୫୯ ଜଣଙ୍କ ନାମରେ ୮୯ଟି ମାମଲା ରୁଜ୍ଜୁ କରାଯାଇଛି । ଏଥିସହ ୬ଟି ବମାଇକ, ୧୦ଟି ୪ ଚକିଆ ଓ ୨ଟି ଅଟୋ ଜବତ କରାଯାଇଛି ଓ ୩ ଲକ୍ଷ ୩୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି ।

ଅନ୍ୟପକ୍ଷରେ ଲକଡାଉନ ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ଓ ପଟାମୁଣ୍ଡାଇ ପୌରାଂଚଳର ୬୯୬ ଜଣ ଉଠାଦୋକାନୀଙ୍କୁ ୩ ହଜାର ଟଙ୍କା ଲେଖା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ସେହିପରି ଜିଲ୍ଲାର ୭୪୮୨୩ ଜଣ ନିର୍ମାଣ ଶ୍ରମିକଙ୍କୁ ମଧ୍ୟ୧୫ଶହ ଟଙ୍କା ଲେଖା ଆର୍ଥିକ ସହାୟତାଯୋଗାଇ ଦିଆଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଲୋକଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇଗ୍ରେସନ ସହାୟତା କେନ୍ଦ୍ର ଖୋଲାଯିବା ସହ ୮୭୬୩୩୪୯୪୩୮ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି ।

Leave a Reply

Your email address will not be published.