ଯୌନ କେଳଙ୍କାରୀ ଘଟଣ।: କେନ୍ଦ୍ରାପଡ଼ା କ୍ରେଡିଟ କୋପରେଟିଭ ସୋସାଇଟି ସଭାପତି ପ୍ରମୋଦ ସାହୁ ଗିରଫ
କେନ୍ଦ୍ରାପଡ଼ା, (ପ୍ରଦୀପ କୁମାର ଜେନା): ଯୌନ କେଳଙ୍କାରୀ ଘଟଣାରେ କେନ୍ଦ୍ରାପଡ଼ା କ୍ରେଡିଟ କୋପରେଟିଭ ସୋସାଇଟିର ସଭାପତି ତଥା କେନ୍ଦ୍ରାପଡ଼ା ଜିଲ୍ଲାର ଜଣାଶୁଣା ରାଜନେତା ପ୍ରମୋଦ ସାହୁ ଗିରଫ ହୋଇଛନ୍ତି । ରବିବାର ରାତି ପ୍ରାୟ ୧୧ଟା ସମୟରେ କେନ୍ଦ୍ରାପଡ଼ା ଟାଉନ ଥାନା ପୁଲିସ କେନ୍ଦ୍ରାପଡ଼ା ସହର ସ୍ଥିତ ପ୍ରମୋଦଙ୍କ ବାସଭବନରେ ପହଞ୍ଚି ପ୍ରମୋଦଙ୍କୁ ଉଠାଇ ନେଇଥିଲା ଓ ପରେ ପ୍ରମୋଦ ପୁଲିସ ଦ୍ୱାରା ଗିରଫ ହୋଇଥିବା ଜଣାପଡ଼ିଛି । ଆଜି ପ୍ରମୋଦଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । କେନ୍ଦ୍ରାପଡ଼ା କୋଅପରେଟିଭ ସୋସାଇଟିରେ କାର୍ଯ୍ୟରତ ଜଣେ ଯୁବତୀଙ୍କୁ ପ୍ରମୋଦ ଯୌନ ଶୋଷଣ କରିଥିବା ଯୁବତୀ ଜଣକ ଅଭିଯୋଗ କରିଥିଲେ । ଦୀର୍ଘ ୪ ମାସ ପୂର୍ବେ ସମ୍ପୃକ୍ତ ଯୁବତୀ ଜଣକ ପ୍ରମୋଦଙ୍କ ଯୌନ ଶୋଷଣ ନେଇ କେନ୍ଦ୍ରାପଡ଼ା ଟାଉନ ଥାନାରେ ଅଭିଯୋଗ କରିଥିଲେ ବି ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ସେ କୋର୍ଟର ଆଶ୍ରୟ ନେଇଥିଲେ ।
ଯୁବତୀଙ୍କ ଅଭିଯୋଗ ଭିତିରେ ପ୍ରମୋଦଙ୍କ ନାଁରେ ମାମଲା ରୁଜ୍ଜୁ କରାଯିବାକୁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯିବା ପରେ ପୁଲିସ ମାମଲା ରୁଜ୍ଜୁ କରିଥିଲେ ହେଁ ପ୍ରମୋଦଙ୍କୁ ଗିରଫ କରୁନଥିଲା । କିନ୍ତୁ ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଲଗାତାର ଭାବେ ଖବର ପ୍ରକାଶ ପାଇବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା ଓ ଛାତ୍ର କଂଗ୍ରେସ ତଥା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପ୍ରମୋଦଙ୍କୁ ଗିରଫ କରାଯିବାକୁ ଦାବି ହୋଇଥିଲା । ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟାମାନେ ଗତ କିଛିଦିନ ତଳେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ସାକ୍ଷାତ କରି ପ୍ରମୋଦ ସାହୁଙ୍କୁ ଗିରଫ କରିବାକୁ ଦାବି କରିଥିଲେ । ସେହିପରି ଛାତ୍ର କଂଗ୍ରେସର କିଛି କର୍ମକର୍ତ୍ତା ମଧ୍ୟ କେନ୍ଦ୍ରାପଡ଼ା ଏସପି ନିତି ଶେଖରଙ୍କ ନିକଟରେ ପ୍ରମୋଦଙ୍କ ଗିରଫ ଦାବି କରିଥିଲେ । ତଥାପି ଏ ଦିଗରେ ପୁଲିସ ଟାଳଟୁଳ ନୀତି ଗ୍ରହର କରିବାକୁ ଛାତ୍ର କଂଗ୍ରେସ ଓ ବିଜେପି ମହିଳା ମୋର୍ଚ୍ଚା ଆନ୍ଦୋଳନ କରିବାକୁ ଧମକ ଦେବାରୁ ରବି ବାର ରାତିରେ ପୁଲିସ ପ୍ରମୋଦଙ୍କୁ ଗିରଫ କରିବାକୁ ବାଧ୍ୟ ହୋଇଛି ।
ଗତ ୨୦୧୭ ମସିହାରେ କେନ୍ଦ୍ରାପଡ଼ା କ୍ରେଡିଟ କୋପରେଟିଭ ସୋସାଇଟିରେ ମାର୍ଶାଘାଇ ଅଂଚଳର ଜଣେ ଯୁବତୀ ନିଯୁକ୍ତି ପାଇଥିଲେ । ନିଯୁକ୍ତି ପାଇବାର କିଛି ଦିନ ପରେ ସାସାଇଟିର ସଭାପତି ପ୍ରମୋଦ ସାହୁଙ୍କ ଲୋଲୁପ ଦୃଷ୍ଟ ପଡ଼ିଥିଲା ସମ୍ପୃକ୍ତ ଯୁବତୀଙ୍କ ଉପରେ । ଯୁବତୀ ଜଣକୁ ପ୍ରମୋଦ ମୋବାଇଲ ଚଳାଇବା ଶିଖାଇବା ବାହାନାରେ ନିଜ ଚାମ୍ବରକୁ ଡାକି ଅଶାଳୀନ ବ୍ୟବହାର କରିବା ସହ ବାରମ୍ବାର ତାଙ୍କୁ ଟେଲିଫୋନ କରି ଓ ଭିଡିଓ କଲ କରିଥିବା ସକ୍ତୃତ ଯୁବତୀ ଅଭିଯୋଗ କରିଥିଲେ । ଯୁବତୀଙ୍କୁ ସ୍କୁଟି ଯାଚିବା ଓ ଅନୁଷ୍ଠାନର ସଭାପତି କରାଇ ଦିଆଯିବାକୁ ପ୍ରମୋଦ ପ୍ରମୋଦ ପ୍ରଲୋଭନ ଦେଖାଇଥିôବା ମଧ୍ୟ ଯୁବତୀ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି । ସେହିପରି ପ୍ରମୋଦଙ୍କ କଥାରେ ଯୁବତୀ ରାଜି ନହେଲେ ତାଙ୍କୁ ବଳାକ୍ରାର କରାଯାଇ ହତ୍ୟା କରାଯିବାକୁ ପ୍ରମୋଦ ଧମକ ଦେଇଥିବା କଥା ସେ ମଧ୍ୟ କହୁଛନ୍ତି । ଏଥିସହ ଯୁବତୀଙ୍କ ସହିତ ପ୍ରମୋଦଙ୍କ ଟେଲିଫୋନର ବାର୍ତାଳାପର ଅଡିଓ ରେକର୍ଡିଂ ଭାଇରାଲ ହେବା ପରେ ହଇଚଇ ସୃଷ୍ଟି ହୋଇଥିଲା । ତେବେ ପ୍ରମୋଦ ବିଜେଡି ଦଳର ଜଣେ ପ୍ରମୁଖ ନେତା ହୋଇଥିବାରୁ ପୁଲିସ ତାଙ୍କୁ ଗିରଫ ନକରି ଘଟଣାକୁ ଚାପି ଦେବା ପାଇଁ ଉଦ୍ୟମ କରୁଥିବା ସାଧାରଣରେ ଆଲୋଚନା ହୋଇଥିଲା । ଏହି ମାମଲାକୁ ଆଗକୁ ବଢାଇଲେ ସମ୍ପୃକ୍ତ ଯୁବତୀଙ୍କୁ ପ୍ରମୋଦ ଓ ତାଙ୍କ ସମର୍ଥକଙ୍କ ପକ୍ଷରୁ ଧମକ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି । ଏପରିକି ଏହି ଘଟଣାକୁ ପ୍ରକାଶ କରିଥିବା ଗଣମାଧ୍ୟମର ପ୍ରତିନିଧିଙ୍କୁ ଧମକ ଦିଆଯାଇଥିôବା ଅଭିଯୋଗ ହୋଇଛି । ଶେଷରେ ଗଣମାଧ୍ୟମ ଆଗରେ ମୁଣ୍ଡନୁଆଁଇ ପୁଲିସ ପ୍ରମୋଦଙ୍କୁ ଗିରଫ କରିଛି ଓ କିଛି ସମୟ ପରେ ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ସୂଚନା ମିଳିଛି।