କେଜ୍ରିୱାଲ୍‌ ୩୧ରେ ଭୁବନେଶ୍ୱର ଆସିବେ

ଜାନୁଆରୀ ୩୧ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଭୁବନେଶ୍ୱର ଆସିବେ। ଏ ନେଇ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ସୂଚନା ଦେଇଛନ୍ତି। ସେ ସେଦିନ ଅପରାହ୍ନରେ ଲୋୟର ପିଏମ୍‌ଜିରେ ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏକ ସାଧାରଣ ସଭାରେ ଯୋଗ ଦେବେ। ସନ୍ଧ୍ୟାରେ ସେ ସ୍ଥାନୀୟ ବୁଦ୍ଧିଜୀବୀ ଓ ଦଳୀୟ କର୍ମୀଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। କେଜ୍ରିୱାଲଙ୍କ ସହିତ ଆପ୍‌ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ମଧ୍ୟ ଆସିବେ। ଓଡ଼ିଶାରେ ସାମାଜିକ ନ୍ୟାୟ ଅଭିଯାନକୁ ମଜବୁତ କରିବା ସହିତ ଏକ ବିକଳ୍ପ ରାଜନୀତି ପାଇଁ ଆପ୍‌ର ରାଷ୍ଟ୍ରୀୟ ନେତୃତ୍ୱ ଅନ୍ୟାନ୍ୟ ସମଭାବାପନ୍ନ ଦଳଗୁଡ଼ିକ ସହ ଆଲୋଚନା କରିବେ ବୋଲି ମଧ୍ୟ ଜଣାପଡ଼ିଛି।

Leave a Reply

Your email address will not be published.