ଛାତ ଉପରେ ଦେଖାଇଲେ ଦମ୍

ମୁମ୍ବାଇ (ଓଟି): ସାଧାରଣ ଜନଜୀବନ ସମେତ ସବୁବର୍ଗର ଲୋକଙ୍କୁ ଖୁବ୍‌ ପ୍ରଭାବିତ କରିସାରିଲାଣି କରୋନା ଭାଇରସ୍‌। ଏହାରି ଆତଙ୍କରେ ଦୈନନ୍ଦିନ ଜୀବନଯାପନ ଠିକ୍‌ରେ ହେବା ମଧ୍ୟ ସମ୍ଭବ ହୋଇପାରୁନି। ସବୁଠି ସତର୍କ ରହିବାକୁ ପରାମର୍ଶ ଦିଆଯାଇଥିବାବେଳେ ଅନେକ ସ୍ଥାନକୁ ସମ୍ପୂର୍ଣ୍ଣ ବାରଣ କରଯାଇଛି ବା ବନ୍ଦ କରିଦିଆଯାଇଛି। ଏହି କ୍ରମରେ ଦେଶର ପ୍ରାୟ ସମସ୍ତ ସହରରେ ସର୍ବସାଧାରଣ ସ୍ଥଳ ତାଲିକାରେ ଜିମ୍‌ ତଥା ବ୍ୟାୟାମ୍‌ କେନ୍ଦ୍ର ମଧ୍ୟ ବନ୍ଦ ହୋଇଯାଇଛି। ଫଳରେ ନିଜର ଫିଟ୍‌ନେସ୍‌ ପ୍ରତି ଧ୍ୟାନ ଦେଉଥିବା ସେଲିବ୍ରିଟିମାନେ ଅଡୁଆରେ ପଡ଼ିଛନ୍ତି। ଏଭଳି ସ୍ଥିତିରେ କିନ୍ତୁ ଜଣେ ନିରାଶ ହୋଇନାହାନ୍ତି। ନୂଆ ଉପାୟ ବାହାର କରିଛନ୍ତି ସେ। ଏପରିକି ନିଜ ଘରଛାତ ଉପରେ ସେ ନିଜର ଦମ୍‌ ଦେଖାଇଛନ୍ତି। ସେ ହେଉଛନ୍ତି ବଲିଉଡ୍‌ର ଅନ୍ୟତମ ସୁନ୍ଦରୀ ନାୟିକା କ୍ରାଟିନା କୈଫ୍‌।

କ୍ୟାଟ୍ରିନା ନିଜ ଇନ୍ସଟାଗ୍ରାମ ଆକାଉଣ୍ଟରେ ନିଜ ଛାତ ଉପରେ ବ୍ୟାୟାମ୍‌ କରୁଥିବା ଭିଡିଓ ସେୟାର କରିଛନ୍ତି। ତାଙ୍କ ସହ ଟ୍ରେନର୍‌ ମଧ୍ୟ ଭିଡିଓରେ ରହିଛନ୍ତି। ଜିମ୍‌ ନଯାଇ ନିଜ ଘରେ ମଧ୍ୟ ଲୋକେ ନିଜ ସ୍ଵାସ୍ଥ୍ୟ ପ୍ରତି ଯତ୍ନବାନ ହୋଇପାରିବେ ବୋଲି କାଟ୍ରିନା ସୂଚାଇଛନ୍ତି। ତେବେ କାଟ୍ରିନାଙ୍କ ଏଭଳି କୌଶଳ ଓ ଛାତ ଉପରେ ବ୍ୟାୟାମ୍‌ କରୁଥିବା ଭିଡିଓକୁ ପ୍ରଶଂସକ ଖୁବ୍‌ ପସନ୍ଦ କରୁଛନ୍ତି।

ସୂଚନା ଯୋଗ୍ୟ ଯେ କରୋନା ଭୟ ଯୋଗୁଁ ସମ୍ପ୍ରତି ସମସ୍ତ ଫିଲ୍ମ ରିଲିଜ ତାରିଖ ସ୍ଥଗିତ ରଖାଯାଇଛି। ସେହିପରି କ୍ୟାଟ୍ରିନାଙ୍କ ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ ଆସନ୍ତା ୨୪ରେ ରିଲିଜ ହେବ ବୋଲି କୁହାଯାଉଥିବାବେଳେ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *