ବିଗ୍ବସ୍ଙ୍କ ବସ୍ କାଟ୍ରିନା
ଛୋଟ ପରଦାର ବିଗ୍ବସ୍ ସଲ୍ଲୁ ଭାଇଜାନ୍ଙ୍କ ଉପରେ ମଧ୍ୟ ଆଉ ଜଣେ ବସ୍ ଅଛନ୍ତି ବୋଲି ଏବେ ସିନେ ମହଲରେ ଚର୍ଚ୍ଚା ଜୋର୍ ଧରିଛି । ସଲ୍ଲୁ ଓ ତାଙ୍କର ବସ୍କୁ ଆଉ କିଛିଦିନ ପରେ ବଡ଼ ପରଦାରେ ଦେଖିବାକୁ ମିଳିବ । ଚାଲନ୍ତୁ ଆପଣଙ୍କୁ ଏହି ବସ୍ ସହିତ ପରିଚୟ କରାଇଦେବା । ବଲିଉଡର ଆଗାମୀ ଫିଲ୍ମ ‘ଭାରତ’ରେ କ୍ୟାଟ୍ରିନାଙ୍କୁ ସଲ୍ଲୁମିଆଁଙ୍କର ବସ୍ ଭାବେ ଦର୍ଶକ ଦେଖିବାକୁ ପାଇବେ ।
ଫିଲ୍ମର କାହାଣୀ ଅନୁଯାୟୀ ସଲ୍ଲୁଙ୍କର ଅନେକ ଚରିତ୍ର ପ୍ରଦର୍ଶିତ ହେବ । ଅନେକ ଦିନ ପରେ ସଲ୍ଲୁ ଓ କ୍ୟାଟ୍ଙ୍କ ଯୋଡ଼ି ପରଦା ଉପରକୁ ଆସୁଥିବାରୁ ଦର୍ଶକ ‘ଭାରତ’ର ରିଲିଜ୍ ଡେଟକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଅତିଥି କଳାକାର ଭାବେ ବରୁଣ୍ ଧୱନଙ୍କ ସାଇନ୍ କରାଯାଇଛି ।
ଚର୍ଚ୍ଚା ହେଉଛି ଯେ ସଲ୍ଲୁ ଧୀରୁଭାଇ ଅମ୍ବାନୀଙ୍କ ଚରିତ୍ରରେ ଅଭିନୟ କରିବେ । କିନ୍ତୁ ଏହି ଖବରର ସତ୍ୟତା ଜଣାପଡ଼ିନାହିଁ । ଆସନ୍ତା ଜାନୁୟାରୀ ୨୬ ତାରିଖରେ ‘ଭାରତ’ର ରିଲିଜ୍ ଡେଟ୍ ଘୋଷଣା କରାଯିବ ବୋଲି ଖବର ମିଳିଛି । ଏହି ଦିନ ହିଁ ଫିଲ୍ମର ଟିଜର୍ ଲଂଚ୍ କରାଯିବ । ‘ଭାରତ’ର ସୁଟିଂ ଚାଲୁରହିଛି ଏବଂ ଖୁବ୍ଶୀଘ୍ର ଏହା ସିନେମାଘରକୁ ଆସିବ ବୋଲି ଫିଲ୍ମଟିମ୍ ପକ୍ଷରୁ ପ୍ରକାଶିତ ।
୨୦୧୯ରେ ଲିଭିଙ୍ଗ୍ କୋରେଲ୍ର ଜଲ୍ୱା