ପୁରଣ ହେଲା କଟ୍ରିନାଙ୍କ ସ୍ୱପ୍ନ
ବି ଟାଉନର ବାର୍ବିଡଲ୍ କାଟ୍ରିନା କୈଫଙ୍କ ଗୋଟିଏ ବଡ଼ ସ୍ୱପ୍ନ ଏବେ ପୁରଣ ହୋଇଯାଇଛି । ନିଜର ବିୟୁଟ ପ୍ରଡକ୍ଟ ଲଂଚ କରିବାର ୨ବର୍ଷର ସ୍ୱପ୍ନ ଏବେ ସାକାର ହୋଇଛି । ଏବେ କ୍ୟାଟ୍ ଅଭିନେତ୍ରୀରୁ ଆଣ୍ଟ୍ରୋପ୍ରିନିୟର୍ ଭାବେ ଏକ ନୂଆ ପରିଚୟ ହାସଲ କରିଛନ୍ତି । ଏହି ଖବରକୁ କ୍ୟାଟ୍ ଇନଷ୍ଟାଗ୍ରାମରେ ସେୟାର୍ କରିବା ସହିତ ବିୟୁଟିପ୍ରଡକ୍ଟର ଫଟୋ ଓ ଭିଡିଓ ମଧ୍ୟ ସେୟାର୍ କରିଛନ୍ତି । କ୍ୟାଟ୍ ‘କେବାଏକ୍ୟାଟ୍ରିନା’ ନାମରେ ତାଙ୍କ ବିୟୁଟିପ୍ରଡକ୍ଟ ଗୁଡ଼ିକୁ ଲଂଚ କରିଛନ୍ତି । ଏହା ମାର୍କେଟକୁ ଆସନ୍ତା ୨୨ ତାରିଖରେ ଆସିବ ।
ଏ ସମ୍ପର୍କରେ ସେ କହିଛନ୍ତି ଯେ ‘ଗ୍ଲାମର୍ ଓ ସ୍କିନର ସୁରକ୍ଷା ମଧ୍ୟରେ ସେହି ଉତ୍ପାଦଗୁଡ଼ିକ ଏକ ବ୍ରିଜ୍ ଭଳି । କାରଣ ମୋ ସଫଳ କ୍ୟାରିୟର୍ ମଧ୍ୟରେ ଅଭିନୟ ସହିତ ମେକଅପ୍ ମୋ ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ତେଣୁ ନିଜର କିଛି ବିୟୁଟିପ୍ରଡକ୍ଟ ଲଂଚ କରିବା ପାଇଁ ସ୍ୱପ୍ନ ମୋ ମନରେ ଥିଲା’ । ‘କେବାଏକ୍ୟାଟ୍ରିନା’ ନାମରେ ସେ ଇନଷ୍ଟାଗ୍ରାମରେ ଗୋଟିଏ ଆକାଉଣ୍ଟ୍ ମଧ୍ୟ ଓପନ୍ କରିଛନ୍ତି । ଗ୍ଲାମର୍ ଦୁନିଆକୁ ବାଦ୍ ଦେଲେ ଅପକମିଙ୍ଗ୍ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ କ୍ୟାଟ୍ ଅକ୍ଷୟ କୁମାରଙ୍କ ସହିତ ନଜର ଆସିବେ ।