ଇନଷ୍ଟାଗ୍ରାମରେ ଫଲୋର୍ସ ୨କୋଟି, ଧନ୍ୟବାଦ ଜଣାଇଲେ କ୍ୟାଟ୍ରିନା
ବଲିଉଡର ବାର୍ବିଡଲ୍ କ୍ୟାଟ୍ରିନାଙ୍କ ପ୍ରଶଂସକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସବୁବେଳେ ସୋସିଆଲ୍ ମିଡିଆରେ ଆକ୍ଟିଭ୍ ରହୁଥିବା କ୍ୟାଟ୍ରିନାଙ୍କର ଇନଷ୍ଟାଗ୍ରାମରେ ଜବରଦସ୍ତ ଫ୍ୟାନ୍ ଫଲୋଇଙ୍ଗ୍ ଅଛନ୍ତି ଏବଂ ଏବେ ଏହାର ସଂଖ୍ୟା ୨କୋଟିରେ ପହଞ୍ଚିଛି । ଏଭଳି ସଫଳତାରେ ଖୁବ୍ ଖୁସି ଥିବା କାଟ୍ରିନା ଏଥିପାଇଁ ପ୍ରଶଂସକ ଓ ଫଲୋର୍ସମାନଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି । କ୍ୟାଟ୍ ଏକ ଭିଡିଓ ଦ୍ୱାରା ଏହି ଖୁସିକୁ ସେୟାର୍ କରିଛନ୍ତି । ଭିଡିଓଟିର କ୍ୟାପସନରେ ଲେଖାଯାଇଛି – ‘ଥ୍ୟାଙ୍କସ୍ ଫର୍ ଲଭ୍’ । ଏହି ଭିଡିଓରେ କ୍ୟାଟ୍ ସମୁଦ୍ରକୂଳରେ ଦୌଡ଼ୁଥିବାର ଦେଖିବାକୁ ମିଳୁଛି ।
ସୂଚନାଯୋଗ୍ୟ ବଲିଉଡ୍ର ଆଗାମୀ ଫିଲ୍ମ ‘ଭାରତ’ର ସୁଟିଂ ସରିବା ପରେ ଆଜିକାଲି କ୍ୟାଟ୍ ତାଙ୍କ ସାଙ୍ଗମାନଙ୍କ ସହିତ ମାଳଦ୍ୱୀପରେ ଛୁଟି କଟାଉଛନ୍ତି । ଏହାର କେତୋଟି ଫଟୋ ମଧ୍ୟ ଇନଷ୍ଟାଗ୍ରାମରେ ସେୟାର୍ ହୋଇଛି । ‘ଭାରତ’ରେ କ୍ୟାଟ୍ ଓ ସଲ୍ଲୁଙ୍କ ଯୋଡ଼ି ପରଦା ଉପରକୁ ଆସିବ ଏବଂ ଏଥିରେ ତବୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ଆଗାମୀ ଇଦରେ ଏହା ମୁକ୍ତିଲାଭ କରିପାରେ ବୋଲି ଚର୍ଚ୍ଚା ହେଉଛି ।