କ୍ୟାଟ୍ରିନାଙ୍କୁ ମିଳିଲା ସ୍ପେଶାଲ୍ ଆୱାର୍ଡ଼, ଫଟୋ ଭାଇରାଲ୍

ବଲିଉଡର ବାର୍ବିଡଲ୍ କ୍ୟାଟ୍ରିନାଙ୍କୁ ଏକ ସ୍ପେଶାଲ୍ ଆୱାର୍ଡ଼ ମିଳିଛି । ଏହାକୁ ଦେଇଛନ୍ତି ବରୁଣ୍ ଧୱନ୍ ଓ ଅର୍ଜୁନ୍ କପୁର୍ । ଏହାର ଏକ ଫଟୋ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଏହି ଫଟୋରେ ବରୁଣ ଓ ଅର୍ଜୁନ୍ ଏକ ନିଆରା ଟ୍ରଫିକୁ କ୍ୟାଟ୍କୁ ଦେଉଛନ୍ତି । ଟ୍ରଫି ପାଇବାର ଖୁସି କ୍ୟାଟ୍ଙ୍କ ଚେହେରାରେ ସ୍ପଷ୍ଟ ପ୍ରତୀୟମାନ । ପ୍ରକୃତ କଥା ହେଉଛି କ୍ୟାଟ୍, ବରୁଣ ଓ ଅର୍ଜୁନ୍ ଖୁବ୍ ଭଲ ସାଙ୍ଗ । ଏହି ୩ଜଣ ତାରକା ମିଶି ଏକ ନୂଆ ଫ୍ୟାନ୍ କ୍ଲବର ଶୁଭାରମ୍ଭ କରିଛନ୍ତି । ଏହାର ନାମ ରଖାଯାଇଛି – ‘ଉଇ ଲଭ୍ କାଟ୍ରିନା କୈଫ୍’ । ଅର୍ଜୁନ୍ ଟ୍ୱିଟ୍ କରି ଏହି ଖବର ଦେବା ସହିତ ଏକ ଫଟୋ ସେୟାର୍ କରିଥିଲେ । ଏହି ଟ୍ୱିଟ୍ରେ ଲେଖାଅଛି – ‘ନୂଆ ଫ୍ୟାନ୍ କ୍ଲବ୍ ଓପନ୍ ଖୁସିରେ କ୍ୟାଟ୍ରିନାଙ୍କ ପାଇଁ ବିନା କାରଣରେ ଏକ ସ୍ପେଶାଲ୍ ଟ୍ରଫି । ଏହି ଟ୍ରଫି ଆମ ଫ୍ରେଣ୍ଡସିପର ପ୍ରତୀକ ଏବଂ ଆମର ଫ୍ରେଣ୍ଡସିପ୍ ଫାଷ୍ଟକ୍ଲାସ୍’ । କ୍ୟାଟଙ୍କ ପ୍ରଶଂସକଙ୍କ ପକ୍ଷରୁ ଏହି ଫଟୋକୁ ଖୁବ୍ ଲାଇକ୍ ମିଳିବାରେ ଲାଗିଛି ।

Leave a Reply

Your email address will not be published.