ଫି’ ବଢ଼ାଇଲେ କାର୍ତ୍ତିକ

ଲଭ୍ ରଞ୍ଜନଙ୍କ ନିର୍ଦ୍ଦେଶିତ ରୋମାଣ୍ଟିକ୍ କମେଡ଼ି ଫିଲ୍ମ ‘ପ୍ୟାର୍ କା ପଞ୍ଚନାମା’ରୁ ବି ଟାଉନରେ ଏଣ୍ଟ୍ରି କରିଥିବା ହ୍ୟାଣ୍ଡସମ୍ ହିରୋ କାର୍ତ୍ତିକ ଆର୍ଯ୍ୟନ ଇତିମଧ୍ୟରେ ଅଗଣିତ ପ୍ରଶଂସକଙ୍କ ହୃଦୟରେ ରାଜ୍ କରିଛନ୍ତି । କାର୍ତ୍ତିକଙ୍କ କ୍ୟାରିୟର୍ ଗ୍ରାଫ୍ ଓ ତା’ ସାଙ୍ଗକୁ ଷ୍ଟାରଡମ୍ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଏବେ କାର୍ତ୍ତିକ ତାଙ୍କର ଫି’କୁ ମଧ୍ୟ ବଢ଼ାଇବା ଲାଗି ନିଷ୍ପତ୍ତି ନେଇଛନ୍ତି । କାର୍ତ୍ତିକ ଅତିକମରେ ତାଙ୍କର ଫି’ ୭ କୋଟି ରଖିବେ ବୋଲି ଚର୍ଚ୍ଚା ହେଉଛି । କାର୍ତ୍ତିକ ଆଗାମୀ ଫିଲ୍ମ ‘ପତି ପତ୍ନୀ ଔର୍ ୱୋ’ ଆସନ୍ତା ଡିସେମ୍ବର ୬ ତାରିଖରେ ସିନେମାଘରକୁ ଆସିବ ।

ଆଜିକାଲି ସେ ତାଙ୍କର ଆଉ ୨ଟି ଅପକମିଙ୍ଗ୍ ଫିଲ୍ମ ‘ଭୁଲ ଭୁଲେୟା’ ଓ ‘ଲଭ୍ ଆଜକଲ୍ ୨’ର ସୁଟିଂରେ ବ୍ୟସ୍ତ ଅଛନ୍ତି । କହିରଖୁଛୁ ‘ସୋନୁ କି ଟିଟୁ କି ସୁଇଟି’ ପରେ କାର୍ତ୍ତିକ ଆଉ ପଛକୁ ଚାହିଁନାହାନ୍ତି । ମିଡିଆ ଖବରକୁ ଦେଖିଲେ ବିଗତ ଦେଢ଼ବର୍ଷର୍ ଭିତରେ କାର୍ତ୍ତିକ ଅନେକ ସଫଳତା ହାସଲ କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ‘କାଞ୍ଚି’ ଓ ‘ଆକାଶବାଣୀ’ ବିଫଳ ହେବାପରେ ମଧ୍ୟ କାର୍ତ୍ତିକଙ୍କୁ ଅନେକ ବଡ଼ ବ୍ୟାନର୍ ଓ ବିଗ୍ ବଜେଟ୍ ଫିଲ୍ମର ଅଫର୍ ଆସିଥିଲା । ଏହା କୌଣସି ଚମତ୍କାର ଠାରୁ କମ୍ ନୁହେଁ । ତେଣୁ କାର୍ତ୍ତିକ ନିଜ ଷ୍ଟାରଡମକୁ ଆଗକୁ ବଢ଼ାଇବାକୁ ଚେଷ୍ଟା କରୁଛନ୍ତି ଏବଂ ଆଗାମୀ ଦିନରେ ତାଙ୍କୁ ଦାମୀ ଅଭିନେତା ତାଲିକାରେ ଦେଖିବାକୁ ମିଳିବ ବୋଲି ପ୍ରଶଂସକ ବେଶ୍ ଖୁସି ଅଛନ୍ତି ।

Leave a Reply

Your email address will not be published. Required fields are marked *