କାର୍ତ୍ତିକଙ୍କ ଡବଲ୍ ସେଲିବ୍ରେସନ୍

ବ୍ୟସ୍ତ ଅଭିନେତା ଭାବେ କାର୍ତ୍ତିକ ଆର୍ଯ୍ୟନ୍ ଅଭିନୟ ଦୁନିଆରେ ଏକ ନୂଆ ପରିଚୟ ସୃଷ୍ଟି କରିଛନ୍ତି । ସଫଳତାର ସହ ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରି ଚାଲିଥିବା କାର୍ତ୍ତିକଙ୍କ ପାଇଁ ଏବେ ଡବଲ୍ ସେଲିବ୍ରେସନର ମଉକା ଆସିଛି । ଏହି ଖୁସିକୁ ସେ ତାଙ୍କର ବାପା ମା’ଙ୍କ ସହିତ କେକ୍ କାଟି ସେଲିବ୍ରେସନ୍ କରିଥିଲେ । କାର୍ତ୍ତିକଙ୍କ ଏହି ଡବଲ୍ ସେଲିବ୍ରେସନର କାରଣ ହେଉଛି ତାଙ୍କର ବର୍ଥେ ଡେ’ ଓ ଫିଲ୍ମର ସୁଟିଂ ଶେଷ । ନିକଟରେ ସେ ୨୯ତମ ଜନ୍ମଦିନ ପାଳନ କରିଥିଲେ ।

ସେଲିବ୍ରେସନର କିଛି ଫଟୋ ଏବେ ସୋସିଆଲ୍ ମିଡିଆରେ ଅପଲୋଡ୍ ହେବା ପରେ ପ୍ରଶଂସକଙ୍କ ପକ୍ଷରୁ ତାଙ୍କୁ ଅଗଣିତ ଶୁଭେଚ୍ଛା ମିଳିଛି । ଦ୍ୱିତୀୟ ଖୁସିଟି ହେଉଛି ସେ ‘ଦୋସ୍ତାନା ୨’ର ପଞ୍ଜାବ ସେଡ୍ୟୁଲର ସୁଟିଂ ପୁରଣ କରିଛନ୍ତି । କିଛିଦିନ ପୂର୍ବରୁ ସାରା ଅଲ୍ଲୀଖାନଙ୍କ ସହିତ ବ୍ରେକଅପ୍ ଖବର ପାଇଁ ସେ ଚର୍ଚ୍ଚାରେ ଥିଲେ । ଏହାପରେ ସେ ଡିପ୍ରେସନରେ ଚାଲିଯାଇଥିଲେ ବୋଲି ମଧ୍ୟ ଚର୍ଚ୍ଚା ଉଠିଥିଲା । କିନ୍ତୁ ଏବେ ସବୁକିଛି ଠିକ୍ ଅଛି ବୋଲି ମନେ ହେଉଛି । କାର୍ତ୍ତିିକ ଏବେ ତାଙ୍କର ଆଗାମୀ ଫିଲ୍ମ ‘ପତି ପତ୍ନୀ ଔର୍ ୱୋ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ଅନନ୍ୟା ପାଣ୍ଡେ ଓ ଭୂମି ପେଡନେକର୍ ମଧ୍ୟ ନଜର ଆସିବେ ।

Leave a Reply

Your email address will not be published. Required fields are marked *