ବ୍ରେକଅପ୍ ପରେ ଡିପ୍ରେସନରେ କାର୍ତ୍ତିକ
ଅନସ୍କ୍ରୀନ୍ ଓ ଅଫସ୍କ୍ରୀନର ଫ୍ରେଶ୍ ଲଭବାର୍ଡ଼ କାର୍ତ୍ତିକ ଓ ସାରାଙ୍କ ବ୍ରେକଅପ୍ ଖବର ଏବେ ସୋସିଆଲ୍ ମିଡିଆରେ ଚହଳ ସୃଷ୍ଟି କରିଛି । ଏହା କାନକୁ ବିଶ୍ୱାସ ହେଉନାହିଁ ବୋଲି ଏବେ ସିନେ ମହଲରେ ଚର୍ଚ୍ଚା ହେଉଛି । ସାରାଙ୍କ ଠାରୁ ଅଲଗା ହେବା ପରେ କାର୍ତ୍ତିକ ମଧ୍ୟ ଡିପ୍ରେସନରେ ଅଛନ୍ତି ବୋଲି ତାଙ୍କର ଚେହେରାରୁ ସ୍ପଷ୍ଟ ଜଣାପଡ଼ୁଛି । ସବୁବେଳେ ଚଞ୍ଜଳ ସ୍ୱଭାବର କାର୍ତ୍ତିକ ଏବେ ପୁରା ନିରାଶାବାଦୀ ହୋଇଯାଇଛନ୍ତି । ଏ ସମ୍ପର୍କରେ ମିଡିଆ ସହିତ ସାକ୍ଷାତକାର ତ ଦୂର କଥା ଫଟୋ ଉଠାଇବା ପାଇଁ ମଧ୍ୟ କାର୍ତ୍ତିକ ମନା କରୁଛନ୍ତି । ଏହି ଦୁଇ ତାରକା ସବୁଦିନ ପାଇଁ ଭଲ ସାଙ୍ଗ ଭାବେ ରହିବେ । ଇମତିଆଜ୍ ଅଲ୍ଲିଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମ ‘ଲଭ୍ ଆଜ୍ କଲ୍ ୨’ର ପ୍ରମୋସନ୍ ଇଭେଣ୍ଟରେ ମଧ୍ୟ ଏହି ଦୁଇ ତାରକାଙ୍କୁ ଦର୍ଶକ ଏକାଠୀ ଦେଖିପାରିବେ ବୋଲି ଖବର ମିଳିଛି ।
କହିରଖୁଛୁ କାର୍ତ୍ତିକ ଓ ସାରା ପ୍ରଥମେ ‘କଫି ୱିଥ୍ କରଣ’ ଶୋ’ ମାଧ୍ୟମରେ ପରସ୍ପରକୁ ଜାଣିଥିଲେ । ଏଥିରେ ପଚାରା ଯାଇଥିବା ଏକ ପ୍ରଶ୍ନରେ ସାରା କହିଥିଲେ ଯେ ସେ କାର୍ତ୍ତିକଙ୍କ ସହିତ ଡେଟ୍ କରିବାକୁ ଚାହାଁନ୍ତି । ଏହାପରେ ଆଉ ଏକ ଇଭେଣ୍ଟରେ ରଣବୀର୍ ସିଂ ଏହି ଦୁଇ ତାରକାଙ୍କୁ ପରସ୍ପର ପରିଚୟ କରାଇଥିଲେ । ଏହା ପରଠାରୁ କାର୍ତ୍ତିକ ଓ ସାରାଙ୍କୁ ଅନେକଗୁଡ଼ିଲ ଇଭେଣ୍ଟ , ଶୋ’ ଓ ପାର୍ଟିରେ ସାଥିରେ ଦେଖିବାକୁ ମିଳିଥିଲା । ତେଣୁ ମାତ୍ର କିଛି ଦିନ ପରେ ଏଭଳି ଏକ ରୋମାଣ୍ଟିକ୍ ଯୋଡ଼ିଙ୍କ ବ୍ରେକଅପ୍ ଖବର ସିନେପ୍ରେମୀଙ୍କୁ ବ୍ୟଥିତ କରିଛି ।